ଦୀର୍ଘ ଦିନରୁ ଆପଣଙ୍କ କାମ ଅଟକି ରହିଛି କି, ତା’ ହେଲେ କରନ୍ତୁ ଜିରାର ଏହି ପ୍ରତିକାର…ଆହୁରି ବି ରହିଛି ଅନେକ ଲାଭ

ଜ୍ୟୋତିଷ ଶାସ୍ତ୍ରରେ ଏମିତି ଅନେକ ପ୍ରତିକାର ବିଷୟରେ କୁହାଯାଇଛି, ଯାହାକୁ ଗ୍ରହମାନଙ୍କୁ ଶାନ୍ତ ଏବଂ ଶକ୍ତିଶାଳୀ କରିବା ପାଇଁ ବ୍ୟବହାର କରାଯାଇଥାଏ। ଜିରା ନା କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ, ବରଂ ଏହାସହ ଜଡ଼ିତ ଜ୍ୟୋତିଷ ଉପାୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହି ଉପାୟ କରିବା ଦ୍ୱାରା ଘର ସୁଖ, ସମୃଦ୍ଧିରେ ଭରି ରହିଥାଏ ଏବଂ ଘରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଅନେକ ଜାଗାରେ ଝିଅ ଶାଶୁ ଘରକୁ ଯିବାବେଳେ ତା’ ପୁଟୁଳିରେ ଜିରା ଦେଇ ବିଦା କରାଯାଇଥାଏ। ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ଝିଅର ଶାଶୁ ଘରେ କେବେ ବି ଟଙ୍କା, ପଇସାର ଅଭାବ ରହି ନ ଥାଏ। ଆସନ୍ତୁ ଜାଣିବା, ଜିରାର ସେହି ପ୍ରତିକାର, ଯାହା କାର୍ଯ୍ୟରେ ଆସୁଥିବା ବାଧାଗୁଡ଼ିକୁ ଦୂର କରିଥାଏ।

ଜିରାର ଚମତ୍କାର ପ୍ରତିକାର

-ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ଫଟୋ କିମ୍ବା ପ୍ରତିମା ସାମ୍ନାରେ ଏକ ଲାଲ ବସ୍ତ୍ର ବିଛାନ୍ତୁ। ଏବେ ଏହା ଉପରେ ମୁଠାଏ ଜିରା ରଖି ତା’ ଉପରେ କିଛି ମୁଦ୍ରା ରଖନ୍ତୁ। ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଜିରା ଏବଂ ଟଙ୍କାଗୁଡ଼ିକୁ ଗୁଡ଼ାଇ ସେହି ସ୍ଥାନରେ ରଖି ଦିଅନ୍ତୁ, ଯେଉଁଠାରେ ଆପଣ ନିଜ ଟଙ୍କା ରଖନ୍ତି। ବିଶ୍ୱାସ କରାଯାଏ ଯେ, ଏହାଦ୍ୱାରା ଘରେ ଦେବୀ ଲକ୍ଷ୍ମୀଙ୍କ କୃପା ରହିଥାଏ। ଖାସ୍‌ କରି ଦୀପାବଳି ରାତିରେ ଧନ ବୃଦ୍ଧି ପାଇଁ ମା’ ଲକ୍ଷ୍ମୀଙ୍କୁ ଜିରା ଅର୍ପଣ କରିବା ବହୁତ ଶୁଭ ହୋଇଥାଏ।

-ବାରମ୍ବାର ଚେଷ୍ଟା କରିବା ପରେ ବି ଯଦି ଆପଣଙ୍କ ହାତରେ ପଇସା ରହୁ ନାହିଁ, ତା’ ହେଲେ ଜିରାର ଏହି ଉପାୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଶୁକ୍ରବାର ଦିନ ଏକ କପଡ଼ାରେ ଅଳ୍ପ ଜିରା ବାନ୍ଧି ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରି ଆସି ଯାଆନ୍ତୁ। ଏମିତି କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜଭୁତ ହେବାକୁ ଲାଗିଥାଏ। ଏହି ପ୍ରତିକାର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ ଏବଂ ଅଟକି ରହିଥିବା କାର୍ଯ୍ୟଗୁଡ଼ିକୁ ମଧ୍ୟ ପୂରା କରିଥାଏ।

-ଯଦି ଆପଣଙ୍କ ଆଖାପାଖରେ ନକାରାତ୍ମକ ଶକ୍ତି ରହିଛି କିମ୍ବା ଆପଣଙ୍କୁ ଯଦି କାହାର ନଜର ଲାଗି ଯାଇଛି, ତା’ ହେଲେ ଜିରାର କିଛି ଦାନା ନେଇ ନିଜ ଉପରୁ ସାତ ଥର ବୁଲାଇ ନିଆଁରେ ଫିଙ୍ଗି ଦିଅନ୍ତୁ। ଏମିତି କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ଏବଂ ଆଖାପାଖରେ ସକାରାତ୍ମକ ଶକ୍ତି ଆସିବାକୁ ଲାଗିଥାଏ।

You might also like