Below header

ପ୍ରାୟ ଏକାଭଳି ଦେଖାଯାଉଥିଲେ ମଧ୍ୟ ଏହି ଦୁଇ ପଶୁଙ୍କର ରହିଛି ଭିନ୍ନ ସ୍ୱଭାବ, ଜାଣନ୍ତୁ କ’ଣ ରହିଛି ପାର୍ଥକ୍ୟ

ଗଧ ଏବଂ ଘୋଡା ଦୁଇଟି ଜୀବ ଦେଖିବାକୁ ପ୍ରାୟ ଏକାଭଳି । କିନ୍ତୁ ଏମାନଙ୍କ ସ୍ୱଭାବରେ ଥିବା ପାର୍ଥକ୍ୟ ବିଷୟରେ ହୁଏତ ଆପଣ ଜାଣିନଥିବେ। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ଏକ ଗବେଷଣା କରିଥିଲେ। ଯେଉଁଥିରୁ ସେମାନେ ସ୍ୱଭାବରେ ପରସ୍ପର ଠାରୁ ବିପରୀତ ବୋଲି ଜାଣିବାକୁ ପାଇଥିଲେ। ଜର୍ନାଲ ଅଫ ଭେଟନାରୀ ବିହେଭିଓରରେ ପ୍ରକାଶିତ ପାଠ ମୁତାବକ, ଘୋଡା ଅତ୍ୟଧିକ ଥଣ୍ଡା ସହିପାରୁଥିବା ବେଳେ ଗଧ କିନ୍ତୁ ଏହାର ବିପରୀତ ଅଟେ। ଗଧକୁ ବର୍ଷା ବିଲକୁଲ ପସନ୍ଦ ନଥିବା ବେଳେ ଘୋଡାକୁ ବର୍ଷା ବେଶ୍‌ ପସନ୍ଦ।

horse

ଏକ ଅଧ୍ୟୟନ ଅନୁସାରେ, ଇଂଲଣ୍ଡରେ ୨୦୮ଟି ଅଲଗା ପ୍ରଜାତିର ଘୋଡା ଏବଂ ଗଧକୁ ନେଇ ଏକ ଗବେଷଣା କରାଯାଇଥିଲା। ପାଖାପାଖି ୧୬ ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ରିସର୍ଚ୍ଚରୁ ଜଣାପଡିଥିଲା ଯେ ଅତ୍ୟଧିକ ପବନ ବୋହିବା ଯୋଗୁଁ ଗଧର ହାବଭାବରେ ପରିବର୍ତ୍ତନ ଆଣିଥିଲା। ଅତ୍ୟଧିକ ମାତ୍ରାରେ ପବନ ବୋହିଲେ ୬୧ ପ୍ରତିଶତ ଗଧ ଆଶ୍ରୟ ଖୋଜୁଥିବା ବେଳେ ମାତ୍ର ୫ ପ୍ରତିଶତ ଘୋଡା ଏପରି କରିଥାନ୍ତି।

ଏହାସହ ପଢ଼ନ୍ତୁ ; ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ପକ୍ଷୀ ‘କ୍ୟାସଓ୍ଵରୀ’, ଯିଏ ନେଇଯାଇଥିଲା ନିଜ ମାଲିକର ଜୀବନ

donkey

ଏହି ଗବେଷଣାରେ ସେମାନଙ୍କ ବିଷୟରେ ଅନେକ ତଥ୍ୟ ଜାଣିବାକୁ ମିଳିଥିଲା। ଘୋଡାକୁ ଥଣ୍ଡା ଅଞ୍ଚଳ ଭଲ ଳାଗୁଥିବା ବେଳେ ଗଧକୁ ଗରମ ଅଞ୍ଚଳ ବେଶ ଭଲ ଲାଗିଥାଏ। ଏହି ରିସର୍ଚ୍ଚରେ ସେମାନଙ୍କର ରହିବା ସ୍ଥାନର ତାପମାତ୍ରା, ପବନର ଗତି, ବର୍ଷା ଏବଂ ଅନ୍ୟ ସବୁ ସହୁଥିବା କଷ୍ଟ ଉପରେ ମଧ୍ୟ ରିସର୍ଚ୍ଚ କରାଯାଇଥିଲା। ଏହାଛଡା ଗଧ ପ୍ରଜାତିର ସମ୍ବନ୍ଧ ଆଫ୍ରିକା ସହିତ ରହିଥିବାରୁ ସେମାନଙ୍କୁ ଗରମ ଜଳବାୟୁ ଭଲ ଲାଗିଥାଏ ବୋଲି ଗବେଷଣାରୁ ଜଣାପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.