ସାତ ଜନ୍ମର ସାଥି ହେଲେ ଭାରତ-ପାକିସ୍ତାନର ଏହି ଦୁଇ ଯୁବତୀ, ବିବାହର ଫଟୋ ହେଉଛି ଭାଇରାଲ

ପ୍ରେମ ସୀମା ସରହଦ କିଛି ମାନେନାହିଁ। ପ୍ରେମ ଜାତି-ଧର୍ମ, ଉଚ୍ଚ-ନିଚ୍ଚ, ଧନୀ-ଗରୀବ ଏବଂ ଲିଙ୍ଗ ମଧ୍ୟ ମାନେ ନାହିଁ। ଯେଉଁମାନଙ୍କୁ ପ୍ରେମ ହୋଇଯାଇଥାଏ ସେ ତାଙ୍କ ପ୍ରେମକୁ ପାଇବା ପାଇଁ କିଛି ବି କରିପାରନ୍ତି। ଏହାର ଜୀବନ୍ତ ଉଦାହରଣ ଭାରତ ପାକିସ୍ତାନର ଏହି ସମଲିଙ୍ଗୀ ଯୁବତୀ। ଏହି ଦୁଇ ଜଣ ଦୁହିଁଙ୍କୁ ପ୍ରେମ କରନ୍ତି। ଏହି ପ୍ରେମ ଏତେ ମାତ୍ରାରେ ଗଭୀର ହୋଇଗଲା ଯେ ଆଜି ଏହି ଦୁଇ ଜଣ ସାତ ଜନ୍ମ ପାଇଁ ନିଜର ହୋଇଛନ୍ତି।

pakistanବିୟାଙ୍କା ଏବଂ ସାୟମା ନାମକ ଏହି ଦୁଇ ଯୁବତୀ ଆମେରିକାର କାଲିଫର୍ଣ୍ଣିୟାରେ ବିବାହ କରିଥିଲେ। ଏହି ଦୁଇ ଜଣଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହାସହ ପଢନ୍ତୁ : ‘ଭାଇ ୫୦୦ ରୂପିୟା ଜାଦା ଲେ, ପର ଲ୍ୟାଣ୍ଡ କରବା ଦେ !’ ମଝି ଆକାଶରେ ଏଭଳି ଚିତ୍କାର କରୁଥିଲେ ପାରାଗ୍ଲାଇଡର,…

ଜଣାଇବାକୁ ଚାହିଁବୁ ଯେ ବିୟାଙ୍କା ଭାରତୀୟ ଅଟନ୍ତି। ତାଙ୍କର ଭେଟ ପାକିସ୍ତାନର ସାୟମାଙ୍କ ସହିତ ହୋଇଥିଲା। ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ ସାରା ଜୀବନ ସାଥିରେ ରହିବାକୁ ନିଷ୍ପତ୍ତି ନେଇଗଲେ।

sayamନିଜର ଇନଷ୍ଟାଗ୍ରାମରେ ସାୟମା ଏହି ଫଟୋକୁ ସେୟାର କରିଛନ୍ତି। ଫଟୋରେ ସାୟମା ସେରବାନୀ ପିନ୍ଧି ଥିବାର ନଜର ଆସୁଛନ୍ତି।

ସେହିଭଳି ବିୟାଙ୍କା କନ୍ୟା ଭଳି ସଜ ହୋଇଥିବାର ଦେଖିବାକୁ ମିଳୁଛି। ଦୁହିଁଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଦୁହିଁଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଏଥିସହିତ ତାଙ୍କ ବିବାହ ସମାରୋହରେ ବହୁତ ବନ୍ଧୁ ପରିଜନ
ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.