ଚାଣକ୍ୟ ନୀତି : ଏମିତି ବ୍ୟବହାର କରୁଥିବା ଲୋକ ଶୀଘ୍ର ହୋଇ ଯାନ୍ତି ବିନାଶ, ପ୍ରଥମରୁ ହୋଇଯାଆନ୍ତୁ ସତର୍କ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଚାଣକ୍ୟ ଏହି ଶ୍ଳୋକ ମାଧ୍ୟମରେରେ ଖରାପ ଆଚରଣ କରୁଥିବା ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି | ଏପରି ଲୋକ ଶୀଘ୍ର ବିନାଶ ହୋଇଯାନ୍ତିଓ ଏମାନଙ୍କ ଠାରୁ ସତର୍କ ରହିବ ପାଇଁ କହିଛନ୍ତି |
ଶ୍ଳୋକ :
ଅସନ୍ତୁଷ୍ଟ ଦ୍ୱିଜା ନଷ୍ଟା ସନ୍ତୁଷ୍ଟାଶ୍ଚ ମହିଭୂତ |
ସଲଜ୍ଜା ଗଣିକା ନଷ୍ଟା ନିର୍ଲଜ୍ଜାଶ୍ଚ କୁଳାଙ୍ଗନା ||

ଅର୍ଥାତ : ଅସନ୍ତୁଷ୍ଟ ବ୍ରାହ୍ମଣ, ସନ୍ତୁଷ୍ଟ ରାଜା, କଠୋର ଆଚରଣ କରୁଥିବା ବା ଲାଜ କରୁନଥିବା ଗୃହିଣୀ, ଲାଜ କରୁଥିବା ବେଶ୍ୟା ଏହି ସବୁ ବିନାଶକୁ ପ୍ରାପ୍ତ ହୋଇଥାନ୍ତି |

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କିପରି ଏହିସବୁ ଗୁଣ ବିନାଶ ଆଡକୁ ନେଇଯାଇଥାଏ | ବ୍ରାହ୍ମଣ ଙ୍କ ଠାରୁ ଆଶୀର୍ବାଦ ପାଇବା ପାଇଁ ଓ ଜ୍ଞାନ ପାଇବା ପାଇଁ ଲୋକେ ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇଥାନ୍ତି | ଯଦି ବ୍ରାହ୍ମଣ ଅଧିକ ଆଶାରେ ଅସନ୍ତୁଷ୍ଟ ହୁଏ ତେବେ ସେ ବିନାଶ ହୋଇଥାନ୍ତି |

ସେହିପରି ରାଜା ସନ୍ତୁଷ୍ଟ ହୋଇ ରହିଲେ ରାଜ୍ୟକୁ ବଢ଼ାଇ ପାରିବନାହିଁ | ପ୍ରଜାଙ୍କ ଠିକ ଧ୍ୟାନ ରଖିପାରିବନାହିଁ | ଫଳରେ ରାଜ୍ୟ ବିନାଶ ହେବ | ବେଶ୍ୟା ଯଦି ସନ୍ତୁଷ୍ଟ ହୁଏ ଅଧିକ ଅର୍ଥ ପାଇଁ ପାରେନି | ଫଳରେ ସେ ନଷ୍ଟ ହୁଏ | ସେହିପରି କୁଳବଧୁ ଲାଜ ଛାଡିଲେ ସେ ମଧ୍ୟ ବିନାଶ ହୁଏ ବୋଲି ଚାଣକ୍ୟ କହିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.