ଆସନ୍ତାକାଲି ଠାରୁ ମକର ରାଶିରେ ଶନି ଓ ମଙ୍ଗଳଙ୍କ ଚଳନ, ଉପୁଜିବ ବିବାଦ ଓ କଳି ଝଗଡା, ଏହି ରାଶି ରୁହନ୍ତୁ ସାବଧାନ

ଗ୍ରହ ଚଳନ ବ୍ୟକ୍ତିଙ୍କ ମାନସିକ ଓ ଶାରୀରିକ ଉପରେ ପ୍ରଭାବ ପକାଇଥାଏ | ଫେବ୍ରୁଆରୀ ୨୬ ରୁ ମଙ୍ଗଳଙ୍କ ଚଳନ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବ | ଯୁଦ୍ଧ, ବିବାଦ, କ୍ରୋଧ ଓ ସାହସର କାରକ ଗ୍ରହ ହେଉଛନ୍ତି ମଙ୍ଗଳ | ଆସନ୍ତାକାଲି ଅର୍ଥାତ ଶନିବାର ଦିନ ୩ ଟା 15 ମିନିଟ ରେ ମଙ୍ଗଳ ମକର ରାଶିକୁ ଚଳନ କରିବେ | ମକର ରାଶି ମଙ୍ଗଳଙ୍କ ଉଚ୍ଚ ରାଶି | ଏଠାରେ ମଙ୍ଗଳ ଓ ଶନିଙ୍କ ଯୋଗ ବିବାଦ ଓ ଲଢେ଼ଇକୁ ଜନ୍ମ ଦେଇଥାଏ | ତେଣୁ ଏହି ରାଶି ଲୋକେ ବିଶେଷ ସାବଧାନ ରହିବ ଉଚିତ |

ମେଷ ରାଶି :

ମେଷ ରାଶି ର ସ୍ୱାମୀ ମଙ୍ଗଳ | ମଙ୍ଗଳକୁ ଏକ ଉଗ୍ର ଗ୍ରହ କୁହାଯାଏ | ତେଣୁ ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ | ଧନର ବ୍ୟୟ ହୋଇପାରେ | ବିବାଦ ଠାରୁ ଦୂରରେ ରୁହନ୍ତୁ |

ବୃଷ ରାଶି :

ବୃଷ ରାଶି ଲୋକ ଏହି ଗୋଚର ସମୟରେ ଅଧିକ ସାବଧାନ ରହିବ ଉଚିତ | ଅନ୍ୟର ଉପଦେଶ ବୁଝି ସୁଝି ନିଅନ୍ତୁ | ଭୁଲ ନିଷ୍ପତି ଆପଣଙ୍କୁ ଅସୁବିଧାରେ ପକାଇପାରେ |

ସିଂହ ରାଶି :

ଏହି ରାଶିର ଲୋକେ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ | କଥା ଦୋଷରୁ ବିବାଦ ଉପୁଜି ପାରେ | କୋର୍ଟ କଚେରୀ ଯାଇ ପାରନ୍ତି | ଶତ୍ରୁ ଠାରୁ ସାବଧାନ ରୁହନ୍ତୁ | ସ୍ଥାନ ପରିବର୍ତ୍ତନ ହୋଇପାରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.