ଲୁହ ବି ଜୀବନ ପାଇଁ ବିପଦ

କିଛି ଲୋକଙ୍କର ଧୂଳି ଏବଂ ମଇଳା ଯୋଗୁ ଆଲର୍ଜି ହୋଇଥିବାବେଳେ ଅନ୍ୟମାନଙ୍କୁ ଖାଦ୍ୟ ଯୋଗୁ ଆଲର୍ଜି ହୋଇଥାଏ । ତେବେ ଏପରି ଅନେକ ଲୋକଙ୍କର ହୋଇଥାଏ । ଯେତେବେଳେ ଲୋକମାନେ ସେହିଭଳି ଜିନିଷର ସଂସ୍ପର୍ଶରେ ଆସନ୍ତି, ତାଙ୍କ ଶରୀରରେ ଏଭଳି ଆଲର୍ଜି ହୋଇଥାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ନିଜ ଲୁହରେ ଆଲର୍ଜି ହେବାର ?

ଦୁନିଆର ଲୋକମାନେ ଅନେକ ପ୍ରକାରର ଆଲର୍ଜିରେ ପୀଡିତ ହୋଇଥାନ୍ତି । କିଛି ଲୋକଙ୍କର ଧୂଳି ଏବଂ ମଇଳା ଯୋଗୁ ଆଲର୍ଜି ହୋଇଥିବାବେଳେ ଅନ୍ୟମାନଙ୍କୁ ଖାଦ୍ୟ ଯୋଗୁ ଆଲର୍ଜି ହୋଇଥାଏ । ତେବେ ଏପରି ଅନେକ ଲୋକଙ୍କର ହୋଇଥାଏ । ଯେତେବେଳେ ଲୋକମାନେ ସେହିଭଳି ଜିନିଷର ସଂସ୍ପର୍ଶରେ ଆସନ୍ତି, ତାଙ୍କ ଶରୀରରେ ଏଭଳି ଆଲର୍ଜି ହୋଇଥାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ନିଜ ଲୁହରେ ଆଲର୍ଜି ହେବାର ? ତେବେ ହଁ ଏଭଳି ହେଉଛି ଯାହା ଆପଣ ଶୁଣି ଆଶ୍ଚଯ୍ୟ ହେବେ । ଜଣେ ଅଷ୍ଟ୍ରେଲୀୟର ଝିଅ ଏପରି ଏକ ଅଜବ ଆଲର୍ଜିର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ସେହି ଝିଅ ଅସହ୍ୟ ଯନ୍ତ୍ରଣା ମଧ୍ୟ ପାଉଛି ।

ସୂଚନା ମୁତାବକ, କୁଇନ୍ସଲ୍ୟାଣ୍ଡର ୧୧ ବର୍ଷିୟ ସୁମା ୱିଲିୟମ୍ସଙ୍କର ଏହି ବିପଜ୍ଜନକ ଆଲର୍ଜି ହୋଇଛି । ତେବେ ୨୦୨୨ରେ ଅସହ୍ୟ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ହସ୍ପପିଟାଲ ନିଆଯାଇଥିଲା । ସେହି ସମୟରେ ସୁମାର ସ୍କିନ୍‌ ଶୁଖିଗଲା ଏବଂ ଫାଟିବାକୁ ଲାଗିଲା । | କେବଳ ଏତିକି ନୁହେଁ, ସ୍କିନ୍‌ ମଧ୍ୟ ଫୁଲିଯାଇଥିଲା । ଏହି ସବୁ କଥା ହେବା ପରେ ଡକ୍ତର ତାଙ୍କ ମା’ଙ୍କୁ କହିଥିଲେ, ଯେ ସୁମାଙ୍କୁ ଲୁହରୁ ଆଲର୍ଜି ହେଉଛି । ସେଥିପାଇଁ ସେ ତାଙ୍କ ଲୁହ ବାହାର କରିପାରିବେ ନାହିଁ । ଏହାକୁ ନେଇ ସୁମାଙ୍କ ମା’ କହିଛନ୍ତି ଯେ, ‘ପ୍ରଥମେ ସେ ଭାମିଲେ ସୂର୍ଯ୍ୟକିରଣ ଯୋଗୁ ଏପରି ହେଉଛି । କିନ୍ତୁ ପରେ ଜାଣିଲେ ଯେ ଏପରି ହେବାର କାରଣ ହେଉଛି ତାଙ୍କ ଆଖିରୁ ବାହାରୁଥିବା ଲୁହ । ଏହା ପରେ ତାଙ୍କୁ ଆଣ୍ଟି-ବାୟୋଟିକ୍ସ ଦିଆଯାଇଥିଲା । ସେଥିପାଇଁ ତାଙ୍କୁ ଲୁୁହ ବାହାର କରିବା ପାଇଁ ମନା କରାଯାଇଛି ।

ନିଜ ଲୁହରୁ ଆଲର୍ଜି ହେଉଛି :
କିନ୍ତୁ ଆପଣମାନେ ଏହା ଶୁଣି ଆଶ୍ଚଯ୍ୟ ହେବେ ଯେ ସେହି ଝିଅର ଅସୁବିଧା ଏଠାରେ ଶେଷ ହୋଇନାହିଁ । ପରେ ଏହା ଜଣାପଡିଥିଲା ଯେ ତାଙ୍କର ଅତ୍ୟଧିକ ଏକଜେମା ଥିଲା ଏବଂ ଏହି ରୋଗ ହେତୁ ସେ ବର୍ତ୍ତମାନ ନିଜ ଲୁହ ବାହାର କରିବେ ନାହିଁ କାରଣ ତାଙ୍କୁ ନିଜ ଲୁହରୁ ହିଁ ଆଲର୍ଜି ହେଉଛି । ଏଥିପାଇଁ ଡକ୍ତରମାନେ ସେମାନଙ୍କୁ ଇଞ୍ଜେକ୍ସନ ଦିଅନ୍ତି, କିନ୍ତୁ ଏଥିପାଇଁ ଝିଅଟିକୁ ତାଙ୍କ ମୁହଁରେ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେବେ ସୁମା ଡ୍ୟାନ୍ସ କରନ୍ତି କିନ୍ତୁ ଆଲର୍ଜି ହେତୁ ସେ ଆଉ ନାଚିବାରେ ସକ୍ଷମ ନୁହଁନ୍ତି ।

ସୂଚନା ଅନୁସାରେ, ଅଷ୍ଟ୍ରେଲିୟା ପିଲାମାନଙ୍କଠାରେ ବିଶ୍ୱରେ ସର୍ବାଧିକ ଏକଜେମା ରୋଗ ଦେଖିବାକୁ ମିଳିଛି । ଏକଜେମା ଆସୋସିଏସନ୍ ଅଫ୍ ଅଷ୍ଟ୍ରେଲିଆ କହିଛି ଯେ ଏକଜେମା ଏକ ସାଧାରଣ ରୋଗ, ଯାହା ୩୦ ପ୍ରତିଶତ ପିଲା ଏବଂ ୧୦ ପ୍ରତିଶତ ବୟସ୍କଙ୍କୁ ବିଭିନ୍ନ ସ୍ତରରେ ପ୍ରଭାବିତ କରିଥାଏ । ଅନେକ ଲୋକ ଏଥିପାଇଁ ପାଣିପାଗକୁ ଦାୟୀ କରନ୍ତି । ଏଥିପାଇଁ ପ୍ରତି ଦୁଇ ମିନିଟରେ ଏଠାରେ ଏକ ଏକଜେମା କ୍ରିମ୍ ବିକ୍ରି ହୁଏ । ସେ କହିଛନ୍ତି ଏହି ରୋଗ ସାଧାରଣ ଏବଂ ବହୁତ ପୁରୁଣା । କିନ୍ତୁ ଏହା ପରେ ମଧ୍ୟ ସଠିକ୍ ଚିକିତ୍ସା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.