ଲଞ୍ଚ ହେଲା OnePlusର ନୂଆ ମଡେଲ୍‌, ମିଳୁଛି ଖାସ୍‌ ଫିଚର

OnePlus ନିଜ ଲଞ୍ଚ ଇଭେଣ୍ଟରେ ତିନୋଟି ନୂଆ ପ୍ରଡକ୍ଟ ଲଞ୍ଚ କରିଛି । ଏହି ଇଭେଣ୍ଟରେ କମ୍ପାନୀ OnePlus 12 ଏବଂ OnePlus 12R କୁ ଲଞ୍ଚ କରିଛି । ଏହା ବ୍ୟତୀତ କମ୍ପାନୀ ନିଜ ଗ୍ରାହକଙ୍କ ସୁବିଧା ପାଇଁ OnePlus Earbuds 3 ମଧ୍ୟ ଲଞ୍ଚ କରିଛି ।

OnePlus ନିଜ ଲଞ୍ଚ ଇଭେଣ୍ଟରେ ତିନୋଟି ନୂଆ ପ୍ରଡକ୍ଟ ଲଞ୍ଚ କରିଛି । ଏହି ଇଭେଣ୍ଟରେ କମ୍ପାନୀ OnePlus 12 ଏବଂ OnePlus 12R କୁ ଲଞ୍ଚ କରିଛି । ଏହା ବ୍ୟତୀତ କମ୍ପାନୀ ନିଜ ଗ୍ରାହକଙ୍କ ସୁବିଧା ପାଇଁ OnePlus Earbuds 3 ମଧ୍ୟ ଲଞ୍ଚ କରିଛି । OnePlus 12 ସ୍ନାପଡ୍ରାଗନ୍ 8 ଜେନ 3 ଚିପସେଟ ଦ୍ୱାରା ଲ୍ୟାସ କରାଯାଇଛି । OnePlus 12 50W Airvooc ଚାର୍ଜିଂ ସହିତ ଆସିଥାଏ । OnePlus 12 ରେ ଆପଣ 4 ଜେନ ହସଲବ୍ୟାଣ୍ଡ କ୍ୟାମେରା ପାଇବେ । ଏହି ଫୋନରେ 3x ପେରିସ୍କୋପ୍ ଟେଲିଫୋଟୋ କ୍ୟାମେରା ଦିଆଯାଇଛି ।

OnePlus 12R
. OnePlus 12R ସ୍ମାର୍ଟଫୋନ୍ ସ୍ନାପଡ୍ରାଗନ୍ 8 ଜେନ 2 ଚିପସେଟ ସହିତ ଲ୍ୟାସ୍‌ ହୋଇଛି ।
. ନୂଆ ସ୍ମାର୍ଟଫୋନ୍ ରେ ଆପଣଙ୍କୁ ୫୪୦୦mAh ବ୍ୟାଟେରୀ ମିଳିବ । ଯେଉଁଥିରେ ୧୦୦w ଫାଷ୍ଟ ଚାର୍ଜିଂର ସପୋର୍ଟ ମିଳିବ ।
. OnePlus 12R ରେ ଆପଣ 16GB LPDDR5X RAM ପାଇବେ । ଏହି ଫୋନ୍ ଡୁଆଲ୍ କ୍ରିଓ ଭେଲୋସିଟି ସିଷ୍ଟମ୍ ସହିତ ଆସିଥାଏ ।
. ଏହି ସ୍ମାର୍ଟଫୋନରେ ଆପଣ ୫.୮ ଘଣ୍ଟାର ଭିଡିଓ ରେକର୍ଡ କରି ପାରିବେ ।
. ଫୋନରେ ଆପଣଙ୍କୁ ଆକ୍ୱା ଟଚ୍ ଡିସପ୍ଲେ ମିଳିବ, ଯାହା ଦ୍ୱାରା ଫୋନରେ ପାଣି ଡ୍ରପ ପଡ଼ିବା ପରେ ବି ଫୋନ ସ୍କ୍ରିନରେ ଟଚ୍‌ କରି ପାରିବେ ।

OnePlus 12 ଏବଂ OnePlus 12R ଦାମ୍‌ :
OnePlus 12 ର ଦାମ୍‌ ବିଷୟରେ କହିବାକୁ ଗଲେ ଏହାର ଆରମ୍ଭ ମୂଲ୍ୟ ୬୪,୯୯୯ ଟଙ୍କା । ଅନ୍ୟପଟେ OnePlus 12R ର ଆରମ୍ଭ ମୂଲ୍ୟ ୩୯,୯୯୯ ରୁ ୪୯,୯୯୯ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.