ସୋସିଆଲ ମିଡିଆରେ କମାଲ କରୁଛି ଏହି ବିସ୍ମୟ ବାଳକ, ଲୋକେ କହୁଛନ୍ତି ‘ଆଯ୍ୟର୍ଭଟ୍ଟ’, ଦେଖନ୍ତୁ ଭିଡିଓ

ଏବେ ଏବେ ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ପୂରା ଛାଇଯାଇଛି। କାରଣ, ପିଲାଟିର ପ୍ରଖର ବୁଦ୍ଧି, ମନେ ରଖିବାର ଶକ୍ତି ଇଣ୍ଟରନେଟ୍‌ରେ କମାଲ କରୁଛି। ତା’ର ଦକ୍ଷତା ଦେଖି ଲୋକେ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ଯଦିଓ ପିଲାଟି ମାତ୍ର ୫ମ ଶ୍ରେଣୀ ଯାଏ ପାଠ ପଢ଼ିଛି, କିନ୍ତୁ ସେ ଯେଭଳି ଭାବେ ସବୁକିଛି କହିଦେଉଛି, ପବ୍ଲିକ ତାକୁ ‘ଆଯ୍ୟର୍ଭଟ୍ଟ’ ବୋଲି କହୁଛନ୍ତି। ବର୍ତ୍ତମାନ ତା’ର ଭିଡିଓ ହ୍ଵାଟସ୍‌ଆପ, ଫେସ୍‌ବୁକ, ଟୁଇଟର ଏବଂ ୟୁଟ୍ୟୁବରେ ଘୂରି ବୁଲୁଛି। ତେବେ ପିଲାଟି କେଉଁଠିକାର, ସେ ବିଷୟରେ କିଛି ସୂଚନା ମିଳିନାହିଁ।

c2

ଭିଡିଓରୁ ଜଣାପଡ଼ୁଛି, ପିଲାଟିକୁ ୪୦କ ପଯ୍ୟର୍ନ୍ତ ପଣିକିଆ ଜଣାଅଛି, ଯାହାକୁ ସେ ଓଲଟା ଏବଂ ସିଧା ଦୁଇ ପ୍ରକାରର ଶୁଣାଇପାରୁଛି। କେବଳ ଏତିକି ନୁହେଁ, ସେ କୌଣସି ବି ବର୍ଷର ଗୁରୁତ୍ୱପୂର୍ଣ୍ଣ ତାରିଖସବୁ ଗଣନା କରି କହିଦେଇପାରୁଛି। ସେହି ଦିନ କ’ଣ ହେବ, ତାହା ମଧ୍ୟ ନିର୍ଭୁଲ ଭାବେ ଲୋକଙ୍କୁ ଶୁଣାଉଛି। ଲୋକଙ୍କ କହିବା ହେଲା, ପିଲାଟି ୧୦୦ ବର୍ଷର କ୍ୟାଲେଣ୍ଡର ବିଷୟରେ ବି ଆପଣଙ୍କୁ ଶୁଣାଇପାରେ।

video courtesy: youtube

ଭିଡିଓରେ ଦେଖାଯାଉଛି, କିଛି ଲୋକ ପିଲାକୁ ପ୍ରଶ୍ନ କରୁଛନ୍ତି ୨୦୨୧ ଜାନୁୟାରୀ ୨୧ ତାରିଖ କେଉଁ ଦିନ ହେବ। ପିଲାଟି ସଙ୍ଗେ ସଙ୍ଗେ ଉତ୍ତର ଦେଉଛି, ଗୁରୁବାର। ଏହାପରେ ପୁଣିଥରେ ପ୍ରଶ୍ନ କରାଯାଉଛି ଯେ ୨୦୧୮ରେ ଫେବୃୟାରୀ ୫ ତାରିଖ କେଉଁ ଦିନ ଥିଲା। ପିଲା ଫଟାଫଟ୍‌ ଉତ୍ତର ଦେଉଛି, ସୋମବାର। ଏମିତି ଆହୁରି ଅନେକ ପ୍ରଶ୍ନ ଲୋକେ ପଚାରୁଛନ୍ତି। ପରେ ପିଲା କହୁଛି, ତାକୁ ଓଲଟା-ସିଧା ୪୦କ ପଯ୍ୟର୍ନ୍ତ ପଣିକିଆ ଆସୁଛି। ତେବେ ଏହାରି ଭିତରେ ଜଣେ ବ୍ୟକ୍ତି ପିଲାଟିକୁ ‘ଆଯ୍ୟର୍ଭଟ୍ଟ’ ବୋଲି କହୁଛନ୍ତି।

ଭିଡିଓରେ ପିଲାଟି ଯେଉଁଭଳି ଭାବେ ତାରିଖ ଏବଂ ବର୍ଷ ଗଣନା କରି ଦିନ କହୁଛି, ତାହା ବହୁତ ମଜାଦାର ରହିଛି। ୟୁଜରମାନେ ପିଲାଟିର ଏଭଳି ଦକ୍ଷତା ଦେଖି ବିରଳ ଘଟଣା ବୋଲି କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.