ଗତ ୧୦୦ ବର୍ଷ ହେଲା ଜଳୁଛି ଭାରତର ଏହି ସହର, ଜାଣନ୍ତୁ କ’ଣ ରହିଛି ଏହାର ପ୍ରକୃତ କାରଣ

ଭାରତରେ ଏପରି ଏକ ସହର ରହିଛି, ଯାହା ଗତ ୧୦୦ ବର୍ଷ ହେଲା ଜଳୁଛି। ପ୍ରାକୃତିକ କୋଇଲା ପାଇଁ ବିଖ୍ୟାତ ଝାଡଖଣ୍ଡର ଝରିୟା ସହର ଗତ ୧୦୦ ବର୍ଷ ହେବ ମାଟିତଳୁ ଜଳୁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି କିନ୍ତୁ ସଫଳତା ମିଳୁନାହିଁ। ଏପର୍ଯ୍ୟନ୍ତ ଏହି ନିଆଁ ଲିଭାଇବା ପାଇଁ ୨୩୧୧ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। କେବଳ ଏତିକି ନୁହେଁ, ଏହି ନିଆଁ କାରଣ ଯୋଗୁଁ କେଲିୟାରିୟାଁ ପାଖରେ ଥିବା ୧୨ରୁ ଅଧିକ ବସ୍ତି ଧ୍ୱଂସ ହୋଇସାରିଲାଣି। ଏହି ନିଆଁ ୧୯୧୬ରେ ଲାଗିଥିଲା, ଏବେ ଝରିୟାରେ ଅଣ୍ଡରଗ୍ରାଉଣ୍ଡ ମାଇନିଂ ହୋଇଛି। ୧୮୯୦ରେ ଇଂରେଜମାନେ ଏହି ସହରରେ କୋଇଲାର ସନ୍ଧାନ କରିଥିଲେ, ସେବେ ଠାରୁ ଏଠାରେ କୋଇଲା ଖଣି ନିର୍ମାଣ କରାଯାଇଛି।

fire 1

ଏହାସହ ପଢ଼ନ୍ତୁ : କାଳୀ ମାତାଙ୍କ ଏପରି ଚତ୍ମକାରୀ ମନ୍ଦିର, ଯେଉଁଠି ଆଜି ବି ଶୁଭୁଛି ମାତାଙ୍କ ପାଉଁଜିର ରୁଣୁଝୁଣୁ ଶବ୍ଦ

ଏଠାରେ ଥିବା ଲୋକ କୋଇଲା ଅଙ୍ଗାର ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି। ଗତ ୧୦୦ ବର୍ଷ ହେଲାଣି ଏଠାରେ ୩ କୋଟି ୧୭ ଲକ୍ଷ ଟନ କୋଇଲା ଜଳି ପାଉଁଶ ହୋଇଗଲାଣି। ଯାହା ପାଖାପାଖି ୧୦ ଅରବ କୋଟି ଟଙ୍କା। ଏହାଛଡା ଏହି ଖଣିରେ ୮୬ କୋଟି ଟନ କୋଇଲା ଆଉ ରହିଛି। ଯାହା ଧୀରେ ଧୀରେ ଜଳୁଛି। ଏହି ନିଆଁ ଲିଭାଇବାକୁ ସରକାର ୨୦୦୮ରୁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏହାକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ଏହିନିଆଁକୁ ଲିଭାଇବା ପାଇଁ ମଧ୍ୟ ଜର୍ମାନୀ କମ୍ପାନୀର ସହାୟତ ମଧ୍ୟ ନିଆଯାଉଛି। କୋଇଲାକୁ ଥଣ୍ଡା କରିବା ପାଇଁ ମଧ୍ୟ ଭୂମି ଉପରେ ପାଣି ଢଳାଯାଉଛି କିନ୍ତୁ ଏହି ଉଦ୍ୟମ ମଧ୍ୟ ଅସଫଳ ହେବାରେ ଲାଗିଛି।

You might also like