Below header

ଗୁରୁବାର ଦିନ ଘରେ ଆଦୌ ରାନ୍ଧନ୍ତୁନି ଏହି ଖାଦ୍ୟଦ୍ରବ୍ୟ, ଅସନ୍ତୁଷ୍ଟ ହୋଇପାରନ୍ତି ମା’ଲକ୍ଷ୍ମୀ

ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି କୁହାଯାଏ। ଏହି ଦିନ କେତେକ ବ୍ୟକ୍ତି ବିଷ୍ଣୁଙ୍କୁ ମଧ୍ୟ ପୂଜା କରିଥାନ୍ତି। ତେବେ ସବୁ ପୂଜା ପରେ ମଧ୍ୟ ଅଜାଣତରେ କରାଯାଉଥିବା କେତେକ ଛୋଟ ଛୋଟ ଭୁଲ୍‌ ଯୋଗୁ ଲକ୍ଷ୍ମୀ ଓ ବିଷ୍ଣୁ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧ କରିଥାନ୍ତି। ଫଳରେ ଭଲ ଦେବା ବଦଳରେ ଅଭିଶାପ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ:

ଏହି କାମ ଆଦୌ କରନ୍ତୁ ନାହିଁ:

  • ପିତା, ଗୁରୁ ଓ ସାଧୁସନ୍ଥ ବୃହସ୍ପତିଙ୍କ ପ୍ରତିନିଧିତ୍ୱ କରିଥାନ୍ତି। ଏଣୁ କେବେ ବି ଏମାନଙ୍କ ଅପମାନ କରନ୍ତୁ ନାହିଁ।
  • ଗୁରୁବାର ଦିନ ଘରେ ଖେଚୁଡ଼ି ପ୍ରସ୍ତୁତ କରନ୍ତୁ ନାହିଁ କି ବାହାରେ ବି ଖାଆନ୍ତୁ ନାହିଁ।

  • ଏହି ଦିନ ନଖ କାଟିବା ଅନୁଚିତ।
  • ମହିଳାମାନେ ଗୁରୁବାର ଦିନ କେଶ ଧୋଇବା ଅନୁଚିତ। ଏହା ଦ୍ୱାରା ସମ୍ପତ୍ତି କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।
  • ଗୁରୁବାର ଡ୍ରେସ୍‌ ସଫା କରନ୍ତୁ ନାହିଁ।

ଗୁରୁବାର ଏସବୁ କାମ କରିବା ଅତ୍ୟନ୍ତ ଶୁଭ ହୋଇଥାଏ:

  • ଏହି ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବିଛଣା ଛାଡ଼ନ୍ତୁ ବିଷ୍ଣୁ ପ୍ରସନ୍ନ ହେବେ।
  • ଗାଧୋଇବା ପରେ ଗାଈ ଘିଅରେ ବିଷ୍ଣୁଙ୍କ ସାମ୍ନାରେ ଦୀପ ଜଳାନ୍ତୁ।
  • ମଥାରେ କେସର ବା ହଳଦୀର ତିଳକ ଲଗାନ୍ତୁ।

  • ହଳଦିଆ ଜିନିଷ ଦାନ କରନ୍ତୁ।
  • ଯଦି ପାରୁଛନ୍ତି ଏହି ଦିନ ବ୍ରତ ରଖନ୍ତୁ।
  • ମହାଦେବଙ୍କୁ ହଳଦିଆ ରଙ୍ଗର ଲଡୁ ଦାନ କରନ୍ତୁ।

  • କଦଳୀ ଗଛକୁ ପୂଜା କରନ୍ତୁ ଓ ପ୍ରସାଦ ଭାବେ ହଳଦିଆ ଦ୍ରବ୍ୟ ଅର୍ପଣ କରନ୍ତୁ।
  • କଦଳୀ ଦାନ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.