ଏ ହେଉଛି ଦୁନିଆର ସବୁଠାରୁ ଦୁଃଖୀ ସ୍ୟାଣ୍ଡଓ୍ଵିଚ୍‌, ଜାଣନ୍ତୁ କିଣିଥିବା ଲୋକ କାହିଁକି ଦେଲା ଏମିତି ନାଁ

ଲୋକେ ଫ୍ଲାଇଟ୍‌ରେ ବହୁତ ଭଲ ଖାଇବାର ଆଶା ସାଧାରଣତଃ କରି ନ ଥାଆନ୍ତି, କିନ୍ତୁ ପେଟ ଭରିବା ପାଇଁ ଅତି କମ୍‌ରେ ଏକ ନର୍ମାଲ ସ୍ୟାଣ୍ଡଓ୍ଵିଚ୍‌ର ଆଶା କରିବା ସ୍ୱାଭାବିକ। ବ୍ରିଟେନରେ ରୟାନଏୟର ଫ୍ଲାଇଟ୍‌ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ସହିତ ଖାଇବାକୁ ନେଇ ଏମିତି ହିଁ ଏକ ଘଟଣା ଘଟିଛି। ଏହି ଫ୍ଲାଇଟ୍‌ରେ ମହିଳାଙ୍କୁ ଏକ ଦୁଃଖୀ ସ୍ୟାଣ୍ଡଓ୍ଵିଚ୍‌ ମିଳିଥିଲା। ଏତିକି ନୁହେଁ, ଏଥିପାଇଁ ତାଙ୍କୁ ପାଖାପାଖି ୫ ପାଉଣ୍ଡ, ଯାହାକି ଭାରତୀୟ ମୁଦ୍ରାରେ ୫୦୦ରୁ ଅଧିକ ଟଙ୍କା ଭରଣା କରିବାକୁ ପଡ଼ିଥିଲା। ଏବେ ମହିଳା ଜଣକ ଉକ୍ତ ସ୍ୟାଣ୍ଡଓ୍ଵିଚ୍‌ର ଫଟୋ ସେୟାର କରି ନିଜର ଦୁଃଖ ସେୟାର କରିଛନ୍ତି।

ରିପୋର୍ଟ ମୁତାବକ, ମହିଳା ଏହି ବେକନ ସ୍ୟାଣ୍ଡଓ୍ଵିଚ୍‌କୁ ‘ଦୁନିଆର ସବୁଠାରୁ ଦୁଃଖଦ ବେକନ ସ୍ୟାଣ୍ଡଓ୍ଵିଚ୍‌’ ନାଁ ଦେଇଛନ୍ତି। ବେକନ ସ୍ୟାଣ୍ଡଓ୍ଵିଚ୍‌ ନାଁରେ ଏମି ବୁଡ୍‌ସ ନାମ୍ନୀ ମହିଳାଙ୍କୁ ଦୁଇଟି ଶୁଖିଲା ବ୍ରେଡ୍‌ ଉପରେ ଅଲଗା ଅଲଗା ଆକାରରେ କଟା ଯାଇଥିବା ବେକନ ଖଣ୍ଡକୁ ରଖାଯାଇ ସର୍ଭ କରାଯାଇଥିଲା। ସେଥିରେ ନା ସାଲାଡ୍‌ ଥିଲା, ନା ବଟର୍‌ କି ଚିଜ୍‌। ଏପରିକି, ସ୍ୟାଣ୍ଡଓ୍ଵିଚ୍‌ ସହିତ କ୍ୟାଚ୍‌ଅପ ସୁଦ୍ଧା ଦିଆଯାଇ ନ ଥିଲା। ଏତେ ଖରାପ ସ୍ୟାଣ୍ଡଓ୍ଵିଚ୍‌ ମହିଳାଙ୍କୁ ୫ ପାଉଣ୍ଡରେ ବିକି ଦିଆଯାଇଥିଲା।

ରେସିଙ୍ଗ୍‌ ଡ୍ରାଇଭର ଏମି କହିଛନ୍ତି କି, ସେ ଏତେ ଖରାପ ସ୍ୟାଣ୍ଡଓ୍ଵିଚ୍‌କୁ ବି ଫେରାଇ ଦେଇ ନ ଥିଲେ। କାହିଁକିନା, ସେହି ସମୟରେ ସେ ବହୁତ ଭୋକିଲା ଥିଲେ। ଯଦିଓ ସେ ପଇସା ଫେରାଇ ଦେବାକୁ କହିଥିଲେ। ସେପଟେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଜଣେ ୟୁଜର କହିଛନ୍ତି, ବୋଧହୁଏ ଏଠି ବଟର ପାଇଁ ମହିଳାଙ୍କୁ ଅଲଗା ଭାବେ ପଇସା ଦେବାକୁ ହେବ, ଯାହାକୁ ସେ ଦେଇ ନ ଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.