ଦେଶୀ ଜୁଗାଡ଼ ବ୍ୟବହାର କରି ନଦୀରେ ବାଇକ୍‌ ଚଲାଉଛନ୍ତି ଯୁବକ, ଆଗରୁ କେବେ ଦେଖିନଥିବେ ଏଭଳି ଭିଡିଓ

ସାଧାଣରତଃ ଶୁଖିଲା ସ୍ଥାନରେ ହିଁ ବାଇକ୍‌ ଚାଲିଯାଏ। କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପାଣିରେ ଚାଲୁଛି ବାଇକ୍‌। ବିଶ୍ୱାସ ହେଉନଥିଲେ ବି ଏହା ସତ। ଜଣେ ବ୍ୟକ୍ତି ଜୁଗାଡ଼ କରି ଏକ ଏଭଳି ବାଇକ୍‌ ତିଆରି କରିଛନ୍ତି ଯାହା ପାଣିରେ ବି ଚାଲୁଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଭିଡିଓଟିକୁ ଆଇଏଏସ୍‌ ଅଫିସର ଅବନୀଶ ଶରଣ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଏକ ଦମ୍‌ଦାର କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। କ୍ୟାପସନ୍‌ରେ ସେ ଲେଖିଛନ୍ତି ‘ଏଭଳି କେବେ ବି ଦେଖିନାହିଁ, ଖୁବ୍‌ ସୁନ୍ଦର ଜୁଗାଡ଼’।


ଭିଡିଓରେ ଦେଖାଯାଇଛି ଯେ ଦୁଇ ଜଣ ବ୍ୟକ୍ତି ଅଣ୍ଟାଏ ପାଣିରେ ବାଇକ୍‌ ଚଲାଉଛନ୍ତି। କିନ୍ତୁ ବୁଡ଼ୁନାହାନ୍ତି କି ପଡ଼ୁ ବି ନାହାନ୍ତି। କାରଣ ସେମାନେ ଏଥିରେ ଏକ ଜୁଗାଡ଼ କରିଛନ୍ତି। ସେମାନେ ବାଇକ୍‌ର ସାଇଲେନସର ଓ ପେଟ୍ରୋଲ ଟାଙ୍କିକୁ ଉପରକୁ ଟେକି ଦେଇଛନ୍ତି। ଫଳରେ ପାଣି ପଶିପାରିବ ନାହିଁ। ଏହା ଟେକ୍‌ନିକ୍‌ ବ୍ୟବହାର କରି ସେମାନେ ପାଣିରେ ବି ବାଇକ୍‌ ଧରି ବୁଲୁଛନ୍ତି। କିନ୍ତୁ ଏଭଳି କରିବା ବିପଦପୂର୍ଣ୍ଣ ହୋଇପାରେ।

ଅବନୀଶ ଏହି ଭିଡିଓଟିକୁ ଅଗଷ୍ଟ ୧୧ ତାରିଖରେ ସେୟାର କରିଛନ୍ତି। ଭିଡିଓକୁ ଏବେ ଯାଏଁ ୧୯ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଥିବା ବେଳେ ପ୍ରବଳ ଲାଇକ୍‌ ବି ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.