ଏହି ଗାଁକୁ କୁହାଯାଏ କୁମ୍ଭକର୍ଣ୍ଣି ଗାଁ, ଯେଉଁଠି ଲୋକେ ଥରେ ଶୋଇଲେ ଉଠନ୍ତି କିଛି ଦିନ ପରେ !

ଆମେମାନେ ସମସ୍ତେ କୁମ୍ଭକର୍ଣ୍ଣର ନିଦ ବିଷୟରେ ଜାଣିଛେ। କିନ୍ତୁ ଆଜି ଆମେ କୁମ୍ଭକର୍ଣ୍ଣ ନୁହେଁ, ବରଂ କୁମ୍ଭକର୍ଣ୍ଣି ଗାଁ ବିଷୟରେ କହିବାକୁ ଯାଉଛୁ। ଏଠାରେ ସମସ୍ତ ଲୋକ ଥରେ ଶୋଇଲା ମାତ୍ରେ କିଛି ଦିନ ଯାଏ ଉଠି ନ ଥାନ୍ତି। ଗାଁ ଲୋକଙ୍କର ଏହିଭଳି ଶୋଇବା ଅଭ୍ୟାସକୁ ନେଇ ଅନେକ ଡାକ୍ତର ରିସର୍ଚ୍ଚ କରୁଛନ୍ତି କି ପ୍ରକୃତରେ ଘଟଣା କ’ଣ। କିନ୍ତୁ ଆଜି ଯାଏ କିଛି ବି ଜାଣିପାରି ନାହାନ୍ତି।

hg

ଏହି ଗାଁ ଉତ୍ତର କାଜାକିସ୍ତାନରେ ଅବସ୍ଥିତ ଏବଂ ଏହାର ନାଁ ‘କଲାଚି’। କୁହାଯାଉଛି କି, କଲାଚି ଗାଁର ପାଖାପାଖି ୧୨୫ ଲୋକଙ୍କୁ ଏହିଭଳି ଶୋଇବାର ଅଭ୍ୟାସ ରହିଛି। ଏହି କାରଣରୁ ସାଧାରଣ ଲୋକେ ସେମାନଙ୍କୁ କୁମ୍ଭକର୍ଣ୍ଣର ବଂଶଧର ବୋଲି କୁହନ୍ତି। ଆଉ ଏକ କଥା ହେଉଛି, ଶୋଇବା ଅଭ୍ୟାସ ଥିବା ଏହି ଲୋକଙ୍କୁ ଆହୁରି କେତେକ ସମସ୍ୟା ରହିଛି। ଯେପରି ସ୍ମୃତିଶକ୍ତି କମିଯିବା, ଉଚ୍ଚ ରକ୍ତଚାପ ଆଦି।

jmn

ଏଠାରେ ପ୍ରଥମ ଘଟଣା ୨୦୧୦ରେ ସାମ୍ନାକୁ ଆସିଥିଲା। ତାହା ହେଉଛି, କିଛି ସ୍କୁଲ ପିଲା ସ୍କୁଲରେ ହଠାତ ତଳେ ପଡିଯାଇଥିଲେ ଏବଂ ସେହିଠାରେ ହିଁ ଶୋଇବାକୁ ଲାଗିଥିଲେ। ଏହାପରଠୁ ଏହିଭଳି ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ଏହି କାରଣରୁ ବାହାର ଲୋକେ କଲାଚି ଗାଁକୁ ‘ସ୍ଲିପି ହୋଲୋ’ କହିବା ଆରମ୍ଭ କରିଦେଇଥିଲେ।

ଏକ ରିପୋର୍ଟ ଅନୁସାରେ, ଏହି ରୋଗ ଏକ ପଶୁ ଏବଂ ତା’ର ପୂରା ପରିବାରକୁ ମଧ୍ୟ ପ୍ରଭାବିତ କରିଥିଲା। ଏହା ଉପରେ ଡାକ୍ତର ଓ ବୈଜ୍ଞାନିକମାନେ ଅନେକ ପରୀକ୍ଷଣ ମଧ୍ୟ କରିଛନ୍ତି। ଶୋଉଥିବା ଲୋକକୁ ପୂର୍ବ କଥା କିଛି ମନେ ରୁହେ ନାହିଁ। ଯେପରି ସେ ଶୋଇବା ପୂର୍ବରୁ କେଉଁ କାମ କରିଥିଲା।

vf

କୁହାଯାଏ କି, ଏହି ଗାଁ ଠାରୁ କିଛି ମାଇଲ ଦୂରରେ ଏକ ୟୁରେନିୟମ କାରଖାନା ରହିଛି, ଯେଉଁଠୁ ବିଷାକ୍ତ ଧୂଆଁ ବାହାରିଥାଏ। ଏହି ବିଷାକ୍ତ ଧୂଆଁକୁ ନିଶ୍ୱାସରେ ନେବା ଫଳରେ ଲୋକେ ନିଦ ରୋଗରେ ପଡିଯାନ୍ତି। ଗାଁରେ ପାଖାପାଖି ୬୦୦ ଲୋକ ରହୁଥିବା ବେଳେ ୧୫ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଲୋକଙ୍କୁ କେଉଁଠି ବି ନିଦ ଆସିଯାଇଥାଏ। ସେ ବଜାର ହେଉ କି ରାସ୍ତା। ଲୋକେ ସେଠି ଦିନ ଦିନ ଧରି ଶୋଇରୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.