ଉତ୍ତରାଖଣ୍ଡ ଚମୋଲିରେ ରେସକ୍ୟୁ ଅପରେସନ ସମ୍ଭାଳୁଛନ୍ତି ଏହି ମହିଳା IPS ଅଧିକାରୀ, ଚଢି ସାରିଛନ୍ତି ବିଶ୍ୱର ୭ଟି ଉଚ୍ଚତମ ଶୃଙ୍ଗ

ଉତ୍ତରାଖଣ୍ଡର ଚମୋଲି ଠାରେ ନିକଟରେ ଘଟିଥିବା ଜଳପ୍ରଳୟରେ କେତେଯେ ଜୀବନ ଗଲାଣି ତାହାର ହୁଏତ ସଠିକ ତଥ୍ୟ ଏଯାବତ ମିଳିପାରିନାହିଁ । ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ITBP ଓ NDRFର ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ ଅଛନ୍ତି । ଆଉ ଏହି ଟିମର ଦାୟିତ୍ୱରେ ଅଛନ୍ତି ଆଇପିଏସ ଅପର୍ଣ୍ଣା କୁମାର । ଉତ୍ତରାଖଣ୍ଡ ଦାୟିତ୍ୱ ନେବା ପୂର୍ବରୁ ଅପର୍ଣ୍ଣା ଅନେକ ଦୁଃସାହସିକ କାର୍ଯ୍ୟ କରି ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅପର୍ଣ୍ଣାଙ୍କ ବିଷୟରେ । କର୍ଣ୍ଣାଟକ ଶିବମୋଗାର ମୂଳ ବାସିନ୍ଦା ଅପର୍ଣ୍ଣା ବର୍ତ୍ତମାନ ସମୟରେ ITBPର ଡ଼ିଆଇଜି ଭାବେ ନିୟୋଜିତ ଅଛନ୍ତି । ୨୦୦୨ କ୍ୟାଡରର ଏହି ଆଇପିଏସ ଅଧିକାରୀ ଜଣଙ୍କ ସ୍କୁଲ ଶିକ୍ଷା ଶେଷ କରିବା ପରେ ବିଏ ଏଲଏଲବି କରି ଡିଗ୍ରୀ ହାସଲ କରିଥିଲେ । ତାଙ୍କ ସ୍ୱାମୀ ସଞ୍ଜୟ କୁମାର ବି ୟୁପି କ୍ୟାଡରର ଜଣେ ଦକ୍ଷ ଆଇଏଏସ ଅଧିକାରୀ ।

aparna kumar

ଅପର୍ଣ୍ଣା ଯେ ଖାଲି ନିଜ କର୍ମ ଜୀବନରେ ସଫଳତା ହାସିଲ କରିଛନ୍ତି ତାହା ନୁହେଁ । ଅନେକ ଦୁଃସାହସିକ କାର୍ଯ୍ୟରେ ବି ନାଁ କମେଇ ପାରିଛନ୍ତି । ବିଶ୍ୱର ସବୁଠୁ ଉଚ୍ଚ ୭ଟି ଶୃଙ୍ଗ ଚଢି ସେଠାରେ ତ୍ରିରଙ୍ଗା ଉଡ଼େଇଛନ୍ତି । ମାଉଣ୍ଟ ଏଭରେଷ୍ଟ, ମାଉଣ୍ଟ ଏଲ୍ବୁଶ, ମାଉଣ୍ଟ ଡେନେଲି, ମାଉଣ୍ଟ କିଲିମାଂଯାରୋ, ବିନ୍ସନ ମେସିଫ, କାରଷ୍ଟେଣ୍ତ ପିରାମିଡ ଓ ମାଉଣ୍ଟ ଏକାଙ୍ଗଗୁଆ ଶିଖର ଛୁଇଁ ସାରିଛନ୍ତି | ଭିନ୍ନ ଭିନ୍ନ ମହାଦ୍ଵୀପରେ ଅବସ୍ଥିତ ଏହି ଶୃଙ୍ଗ ଗୁଡିକୁ “7 ସମିଟସ” ବି କୁହାଯାଏ । ୨୦୧୭ ରେ ବିଶ୍ୱର ୮ମ ଉଚ୍ଚ ଶୃଙ୍ଗ ମାଉଣ୍ଟ ମାନସାଲୁରେ ତ୍ରିରଙ୍ଗା ଉଡ଼େଇଥିଲେ ଅପର୍ଣ୍ଣା ।

ଅନେକ ବାଟ ଚାଲି ଚାଲି ଯିବା ପରେ ମାଇନ୍ସ ୪୦ ଡିଗ୍ରୀ ତାପମାତ୍ରାରେ ୨୦୧୯ ରେ ସାଉଥ ପୋଲ ଚଢ଼ିଥିଲେ । ଏହି ଗୌରବ ହାସଲ କରିବାରେ ଅପର୍ଣ୍ଣା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଅଫିସର । ଦୁଃସାହସିକ କାର୍ଯ୍ୟପାଇଁ ୨୦୧୮ ରେ ସେ “ତେଞ୍ଜିଙ୍ଗ ନରୱେ ରାଷ୍ଟ୍ରୀୟ ସାହସିକ ପୁରସ୍କାର”ରେ ପୁରସ୍କୃତ ବି ହୋଇଛନ୍ତି । ସୂଚନା ଦେଉଛୁକି ଏହି ପୁରସ୍କାର କ୍ରୀଡା କ୍ଷେତ୍ରରେ ହିଁ ମିଳିଥାଏ । ତତକାଳୀନ ମୁଖ୍ୟମନ୍ତ୍ରୀ ଅଖିଳେସ ଯାଦବ ତାଙ୍କୁ ରାଣୀ ଲକ୍ଷ୍ମୀବାଇ ପୁରସ୍କାରରେ ସମ୍ମନିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.