ଏହି ମହିଳା ଘରେ ପାଳିଥିଲେ ୧୪୦ଟି ସାପ, ଶେଷରେ ସେଥିପାଇଁ ଗଲା ଜୀବନ

ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜନ୍ତୁ ହେଉଛି ସାପ। ଏହାକୁ ଦେଖି ଯେକେହି ବି ଡରିଯିବ। କିନ୍ତୁ ଏହାକୁ ଘରେ ପାଳିବା କଥା କେବେ କେହି ବି ଚିନ୍ତା କରିନଥିବେ। ଘରେ ବିଲେଇ, କୁକୁର ପାଳିବା ଭଳି ଲୋକମାନେ ସାପ ମଧ୍ୟ ଘରେ ପାଳିବା ପାଇଁ ସଉକ ରଖିଲେଣି। ଆମେରିକାର ଇଣ୍ଡିୟାନା ସ୍ଥିତ ଅକ୍ସଫୋର୍ଡରେ ରହୁଥିବା ଜଣେ ୩୬ ବର୍ଷୀୟ ମହିଳା ଏପରି କିଛି କରିଛନ୍ତି। ଯେଉଁଥିପାଇଁ ତାଙ୍କ ଜୀବନ ଚାଲିଯାଇଛି।

women

ଘଟଣା ମୁତାବକ, ଆମେରିକାର ଇଣ୍ଡିୟାନା ସ୍ଥିତ ଅକ୍ସଫୋର୍ଡରେ ରହୁଥିବା ଜଣେ ୩୬ ବର୍ଷୀୟ ମହିଳା ଘରେ ଗୋଟେ କିମ୍ବା ଦୁଇଟି ନୁହେଁ ୧୪୦ଟି ସାପ ପାଳିଥିଲେ। ଯେଉଁଥିପାଇଁ ଶେଷରେ ନିଜ ଜୀବନ ମଧ୍ୟ ହାରିଛନ୍ତି। ଗତ ବୁଧବାର ଦିନ ହଷ୍ଟଙ୍କ ପଡୋଶୀ ଡନ ମୁନସନ ପୋଲିସକୁ ସୂଚନା ଦେଇଥିଲେ। ପୋଲିସର ସୂଚନା ଅନୁଯାୟୀ, ହଷ୍ଟ ନିଜ ଘରେ ମୃତ ଅବସ୍ଥାରେ ପଡିଥିଲେ। ତାଙ୍କ ବେକରେ ଏକ ଆଠଫୁଟ ଲମ୍ବା ଅଜଗର ଗୁଡାଇ ହୋଇଥିଲା। ବୋଧହୁଏ ତାଙ୍କ ମୃତ୍ୟୁ ସାପ ବେକରେ ଗୁଡାଇ ହେବା ଯୋଗୁଁ ହୋଇଥାଇ ପାରେ ବୋଲି ପୋଲିସ କହିଛି। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ହଷ୍ଟଙ୍କ ଘରେ ପାଖାପାଖି ୧୪୦ଟି ସାପ ରହିଥିଲା, ଯାହା ମଧ୍ୟରୁ ହଷ୍ଟ ୨୦ଟି ସାପ ନିଜେ କିଣିଥିଲେ। ସେ ସାପକୁ ବହୁତ ଭଲ ପାଉଥିଲେ ବୋଲି ଏପରି କରିବାକୁ ପସନ୍ଦ କରୁଥିଲେ।

snake

ରିପୋର୍ଟ ମୁତାବକ, ହଷ୍ଟରେ ବେକରେ ଅଜଗର ଗୁଡାଇ ହୋଇ ରହିଥିଲା, କିନ୍ତୁ ସେ ବିଷଧର ନଥିଲା। ଏହି ପ୍ରଜାତିର ସାପ ଏସିଆ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ଏହି ସାପର ପାଖାପାଖି ୩୦ ପ୍ରଜାତି ରହିଛନ୍ତି, ଯେଉଁଥିରେ ଦୁନିଆର ସବୁଠାରୁ ଅଧିକ ଲମ୍ବା ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.