Below header

ଆମେରିକା ପାଇଁ ବିପଦ ସାଜୁଛି ଟିକଟକ୍‌, ଏହାକୁ ଯାଞ୍ଚ ପାଇଁ ସରକାର ଦେଲେ ନିର୍ଦ୍ଦେଶ

ଭାରତରେ ନିଜର ଆପତ୍ତିଜନକ ଭିଡିଓ ଏବଂ ବ୍ୟକ୍ତିଗତ ଡାଟାକୁ ଷ୍ଟୋର କରିବା ଅଭିଯୋଗରେ ଆଇନରେ ଫସି ଥିବା ମୋବାଇଲ ଆପ୍ ଟିକଟକ ଏବେ ଆମେରିକାରେ ବି ସମସ୍ୟାରେ ପଡିଛି। ଆମେରିକା ସରକାର କମ୍ପାନୀ ବିରୁଦ୍ଧରେ ରାଷ୍ଟ୍ରୀୟ ସୁରକ୍ଷା ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସପ୍ତାହରେ ଆମେରିକା ସିନେଟରେ ସଂଖ୍ୟାଲଘୁ ନେତା ଚକ ଶୁମର ଏବଂ ସିନେଟର ଟୋମ କାର୍ଟନଙ୍କ ପକ୍ଷରୁ ଏହି ଚାଇନା କମ୍ପାନୀ ଉପରେ ରାଜନୈତିକ ସମ୍ବେଦନଶୀଳତା ବିଶିଷ୍ଟ କଣ୍ଟେଟକୁ ସେନସର ଏବଂ ନିଜର ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ଷ୍ଟୋର କରିବା ଅଭିଯୋଗ ପରେ ଟିକଟକକୁ ବ୍ୟାନ କରାଯାଇଛି।

ଏହାସହ ପଢନ୍ତୁ : ପରିଶ୍ରମ କରି ଲୁଟି ଥିବା ସୁନା ଚେନକୁ ଘରେ ଆଣି ଫେରାଇଲା ଚୋର, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଏହି ଦୁଇ ଜଣ ସଂଖ୍ୟା ଲଘୁ ନେତା ନ୍ୟାସନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟରଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ କେବଳ ଆମେରିକାରେ ୧୧ କୋଟିରୁ ଅଧିକ ଥର ମୋବାଇଲରେ ଏହି ଆପକୁ ଡାଉନଲୋଡ୍ କରାଯାଇଛି। ଟିକଟକର କେବଳ ଆମରିକାରେ ୨.୬୫ କୋଟି ୟୁଜର୍ସ ମାସକୁ ଆଡ୍ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ପିଲା ୧୬ ରୁ ୨୪ ବର୍ଷ ମଧ୍ୟରେ ଅଛନ୍ତି। ବିଶ୍ୱରେ ମାସକୁ ୧.୫ ଆରବ ଏବଂ ଦିନକୁ ୭୦ କୋଟି ୟୁଜର୍ସ ଟିକଟକରେ ସକ୍ରୀୟ ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.