Below header

ନିଜ ଗୀତର ରିମିକ୍ସକୁ ନେଇ ରାଗିଲେ ସିଙ୍ଗର, ଦେଲେ ଏପରି ଧମକ୍‌

ବଲିଉଡ୍ରେ ଏବେ ପୁରୁଣା ଗୀତର ରିମିକ୍ସ କରାଯାଉଥିବା ଦେଖାଯାଉଛି । ପ୍ରତି ଫିଲ୍ମରେ ଯେମିତି ହେଲେ ଗୋଟିଏ ପୁରୁଣା ଗୀତର ରିମିକ୍ସ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ପ୍ରତି ଫିଲ୍ମରେ ଏଭଳି ହେଉଥିବା ଦେଖି ଏବେ ଏହାକୁ ପସନ୍ଦ କରୁ ନଥିବା କହିଛନ୍ତି କଣ୍ଠଶିଳ୍ପୀ ବିଶାଲ ଡଡଲାନୀ । ଟ୍ଵିଟ୍ କରି ସେ ଏହା ବିରୋଧରେ ଅଦାଲତକୁ ଯିବାର ଧମକ ଦେଇଛନ୍ତି । ଏହା ସହ ପୁରୁଣା ଗୀତକୁ ଚୋରାଇ ଏହାର ରିମିକ୍ସ କରୁଥିବା ସଙ୍ଗୀତ ନିର୍ଦ୍ଦେଶକଙ୍କୁ ସେ ‘ଶାଗୁଣା’ ବୋଲି ସମ୍ବୋଧନ କରିଛନ୍ତି ।

ଏହାସହ ପଢନ୍ତୁ: ସୋନାଙ୍କ ଆଉ ଏକ ପବ୍ଲିକ୍‌ ଷ୍ଟଣ୍ଟ, ତେନ୍ଦୁଲକରଙ୍କୁ ଟାର୍ଗେଟ କଲେ ଓଡିଆ ଗାୟିକା

ସେ କରିଥିବା ଟ୍ଵିଟ୍‌ରେ ଲେଖାଯାଇଛି କି, ଯିଏ ବି ବିଶାଲ ଓ ଶେଖରଙ୍କ ଗୀତର ରିମିକ୍ସ କରିବ ମୁଁ ତାଙ୍କ ବିରୋଧରେ ମାମଲା ରୁଜୁ କରିବି । ଏହା ସହ ସେହି ଫିଲ୍ମ ଓ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଅଦାଲତର ଦ୍ୱାରସ୍ଥ କରାଇବି । ସାକି ସାକି ପରେ ମୁଁ ଶୁଣିଛି କି, ଦସ୍ ବାହାନେ, ଦିଦାର୍ ଦେ, ସଜନାଜୀ ବାରୀ ବାରୀ, ଦେଶୀ ଗର୍ଲ ଓ ଅନ୍ୟ ଗୀତର ରିମିକ୍ସ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଶାଗୁଣାମାନେ ଗୀତ ଚୋରି ନ କରି ନିଜର ଗୀତ ତିଆରି କର ବୋଲି ଲେଖିଛନ୍ତି ବିଶାଲ ଡଡଲାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.