ମକର ଭୋଗ ଖାଇବାକୁ ମନ୍ଦିର ଭିତରେ ପଶିଲେ ଭାଲୁ, ଦେଖନ୍ତୁ ଫଟୋ

ନବରଙ୍ଗପୁର (କେନ୍ୟୁଜ) : ଗାଁ ମନ୍ଦିର ପରିସରରେ ତିନିଟି ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ ମା ସହ ଦୁଇ ଭାଲୁ ଛୁଆ ବୁଲୁଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା ହେବା ମାତ୍ରେ ମାଆ ଭାଲୁ ନିଜର ଦୁଇ ଛୁଆକୁ ଧରି ଖାଦ୍ୟ ଅନେ୍ଵଷଣରେ ଗାଁ ଭିତରକୁ ଚାଲି ଆସୁଛି । ଗତକାଲି ରାତିରେ ଖାଦ୍ୟ ପାଇଁ ଗାଁ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବାର ଦୃଶ୍ୟକୁ ଗାଁର କିଛି ଯୁବକ ନିଜ ମୋବାଇଲରେ କଏଦ୍‌ କରିଥିଲେ।

  • 111

ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମା ନିଜ ଅନ୍ୟ ଦୁଇ ଛୁଆକୁ ଧରି ହନୁମାନ ମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରିଥିଲା। ଗତକାଲି ମକର ସଂକ୍ରାନ୍ତି ଥିବାରୁ ମନ୍ଦିରରେ ଥିବା ପୂଜା ନଡ଼ିଆ ସହ ଅନ୍ୟ କିଛି ପ୍ରସାଦର ଫଳ ରହିଥିଲା । ଯାହାକୁ ଦେଖି ଖାଇବା ପାଇଁ ପଶିବାକୁ ଉଦ୍ୟମ କରିଥିଲେ। ମନ୍ଦିର ଗେଟ୍‌ ଉପରେ ମଧ୍ୟ ଚଢୁଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ଭାଲୁ କାହାର କିଛି କ୍ଷତି ନ ପହଞ୍ଚାଇ ଏଭଳି ପ୍ରତ୍ୟେକ ଦିନ ଆସନ୍ତି ଓ ରାତି ସରିଲେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଆନ୍ତି।