ଗଭୀର ପାଣିରେ ବୁଡ଼ି ୨ ମିନିଟ ପରେ ଜୀବନ୍ତ ଫେରିଲା ୩ ବର୍ଷର ଶିଶୁ, ଖବର ହେଲା ଭାଇରାଲ

ବର୍ଷ ବର୍ଷ ଧରି ପ୍ରଶିକ୍ଷଣ ପରେ ମଧ୍ୟ ପାଣି ଭିତରେ ନିଶ୍ୱାସ ବନ୍ଦ ରଖିବା ଭାରି କଠିନ କାମ ମନାଯାଏ । ଯଦି ବି ଏଥିପାଇଁ କେହି ପ୍ରୟାସ କରନ୍ତି ତେବେ ସେମାନେ ଧଇଁସଇଁ ହୋଇଯାଆନ୍ତି । କିନ୍ତୁ ଆଜି ଆମେ ଏମିିତି ଏକ ଭିଡିଓ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠି ୩ ବର୍ଷର ଶିଶୁ ଗଭୀର ପାଣିରେ ପଶିଲା ପରେ ବି କିଛି ଅସୁବିଧା ହେଲା ନାହିଁ ।

ବ୍ରିଟେନରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ଏକ ପ୍ରାଚୀନ ମହଲ ପାଖରେ ଏକ ଗଭୀର ପାଣି ଭରା ପୋଖରୀ ରହିଛି । ଏଠାକୁ ଏକ ପରିବାର ବୁଲିବାକୁ ଆସଥିବା ବେଳେ ସାଙ୍ଗରେ ଥିବା ୩ ବର୍ଷର ଶିଶୁ ଖେଳୁଥିଲା । ଖେଳୁଥିବା ସମୟରେ ଅଚାନକ ସେହି ପୋଖରୀରେ ପଡିଗଲା। ଏହାକୁ ଦେଖି ସମସ୍ତେ ଭୟ କରିଲେ । ପରେ ୨ ମିନିଟ ପରେ ପିଲାଟି ସୁରକ୍ଷିତ ଭାବେ ଜୀବନ୍ତ ଉଠିଲା ।

346
pc: daily mail

ଏହି ଚମତ୍କାରିତା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ଅନୁଯାୟୀ, ଏହି ପିଲାଟିର ନାମ କ୍ୱାର୍ଡ ବୋଲିଞ୍ଜର ଫ୍ରୋମ । ଖେଳିବା ସମୟରେ କ୍ୱାର୍ଡ ନିଜ ପରିବାରଠୁ ଦୂରେଇ ପୋଖରୀ ପାଖକୁ ପଳାଇଥିଲେ । ଶେଷରେ ଅନ୍ୟମନସ୍କ ଭାବେ ଗଭୀର ପାଣିରେ ପଡିଗଲେ । ୨ ମିନିଟ ପରେ ଜୀବନ୍ତ ଓ ସୁସ୍ଥ ଭାବେ ବାହାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.