ଟିମ୍‌ ଇଣ୍ଡିଆ ସ୍ୱିମିଙ୍ଗ୍‌ ପୁଲ୍‌ରେ ଗାଧୋଇବାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା, ଏମିତି ଖରାପ କମେଣ୍ଟ କରି ଫ୍ୟାନ୍‌ମାନେ କଲେ ଟ୍ରୋଲ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୧୩ ଜୁଲାଇରୁ ୩ ମ୍ୟାଚ୍‌ ବିଶିଷ୍ଟ ଓ୍ଵାନ୍‌ ଡେ’ ସିରିଜ୍‌ ଖେଳାଯିବ। ଶ୍ରୀଲଙ୍କା ଗସ୍ତରେ ଭାରତ ଓ୍ଵାନ୍‌ ଡେ’ ସିରିଜ ବ୍ୟତୀତ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ମଧ୍ୟ ଖେଳିବ। ଶ୍ରୀଲଙ୍କା ବିପକ୍ଷ ଓ୍ଵାନ୍‌ ଡେ’ ଏବଂ ଟି-୨୦ ସିରିଜ ପାଇଁ ଶିଖର ଧଓ୍ଵନଙ୍କୁ କ୍ୟାପଟେନ କରାଯାଇଛି।

ତେବେ ଏହି ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆ ମସ୍ତି ମୁଡ୍‌ରେ ନଜର ଆସିଛି। ଭାରତୀୟ ଟିମ୍‌ର କ୍ରିକେଟରମାନେ ସ୍ୱିମିଙ୍ଗ୍‌ ପୁଲରେ ଖୁବ୍‌ ମଜା ନେଇଛନ୍ତି। BCCI ଟିମ୍‌ ଇଣ୍ଡିଆ କ୍ରିକେଟରଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଫଟୋରେ କ୍ୟାପଟେନ ଧଓ୍ଵନଙ୍କଠାରୁ ଆରମ୍ଭ କରି ୟୁଜବେନ୍ଦ୍ର ଚହଲଙ୍କ ପର୍ଯ୍ୟନ୍ତ ସମସ୍ତ କ୍ରିକେଟର ମସ୍ତି କରୁଥିବାର ଦେଖିବାକୁ ମିଳିଛି।

ସେପଟେ ଟିମ୍‌ ଇଣ୍ଡିଆ କ୍ରିକେଟରମାନେ ସ୍ୱିମିଙ୍ଗ୍‌ ପୁଲରେ ଗାଧୋଉଥିବାର ଦେଖି ସୋସିଆଲ ମିଡିଆରେ ଲୋକେ ସେମାନଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। କିଛି ୟୁଜର କହିଛନ୍ତି, ‘ଟିମ୍‌ ଇଣ୍ଡିଆ ନିଜ ଖେଳ ଉପରେ ଧ୍ୟାନ ଦେଉ। ନଚେତ୍‌ ବିରାଟ କୋହଲିଙ୍କ ଟେଷ୍ଟ ଟିମ୍‌କୁ ଯେଉଁଭଳି ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ ହାତରୁ ଲଜ୍ଜାଜନକ ପରାଜୟ ମିଳିଛି, ସେମିତି ହିଁ ପରାଜୟ ଭାରତର ଓ୍ଵାନ୍‌ ଡେ’ ଟିମ୍‌କୁ ଏଠାରେ ମିଳିବ’।

ସୂଚନାଥାଉ କି, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଓ୍ଵାନ୍‌ ଡେ’ ମ୍ୟାଚ୍‌ ୧୩ ଜୁଲାଇରେ ଖେଳାଯିବ। ଧଓ୍ଵନଙ୍କ କ୍ୟାପଟେନ୍ସି ଏବଂ କୋଚ ରାହୁଲ ଦ୍ରାଭିଡ୍‌ଙ୍କ ନେତୃତ୍ୱରେ ଏହି ସିରିଜ୍‌ ଖେଳାଯିବାକୁ ଅଛି। ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାଭିଡ୍‌ କୋଚ୍‌ଙ୍କ ଭୂମିକାରେ ନଜର ଆସିଛନ୍ତି, ଯାହାକୁ ନେଇ ଫ୍ୟାନମାନେ ବହୁତ ଉତ୍ସାହିତ ଅଛନ୍ତି। ଏଠାରେ ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.