ମାର୍ଚ୍ଚ ୬ ସୁଦ୍ଧା ବଦଳିଯିବ ଏହି ୫ଟି ରାଶିର ଭାଗ୍ୟ, ଶନି ରାଶିରେ ‘ବୁଧ’ ଚଳିବା ପରେ ହେବ ଉତ୍ତରୋତ୍ତର ଉନ୍ନତି
ମାର୍ଚ୍ଚ ମାସ ୬ ତାରିଖ ମଧ୍ୟରେ ଖୋଲିବ ଏହି ୫ଟି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ । ଏହି ସମୟ ଭିତରେ ଏହି ୫ଟି ରାଶିର ବ୍ୟକ୍ତି ହେବେ ଧନଶାଳୀ ଏବଂ ବଢିବ ମାନ ସମ୍ମାନ।
ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ଗ୍ରହ ମାନଙ୍କର ଯୁବରାଜ ବୋଲି କୁହାଯାଏ। ବୁଧ ଗ୍ରହକୁ ଧନ, ବୁଦ୍ଧି, ବାଣିଜ୍ୟ ଓ ବ୍ୟବସାୟର ଅଧିପତି କୁହାଯାଏ। ବହୁତ ଦିନରୁ ଶନି ଗ୍ରହ ମକର ରାଶିରେ ଅବସ୍ଥାନ କରିଥିଲେ, ଗତ କାଲି ଜାନୁଆରୀ ୨୯ରୁ ଏହି ରାଶିରେ ଉଦିତ ବୁଧ ଗ୍ରହ ଅବସ୍ଥାନ କରିଛନ୍ତି। ବୁଧ ଗ୍ରହ ଅବସ୍ଥାନ କରିବା ପରେ କିଛି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଏହି ରାଶି ମାନଙ୍କରେ ବୁଧ ଗ୍ରହ ୨୦୨୨ ମାର୍ଚ୍ଚ ମାସ ୬ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ।
ମେଷ ରାଶି:
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଘର-ଗାଡି କିଣିବା ଅତ୍ୟନ୍ତ ଶୁଭ ଦାୟକ । କର୍ମ ସ୍ଥଳରେ କାମ ବଢିବ ଓ ଏହାର ଭରପୂର ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହା ସମୟ ଅତ୍ୟନ୍ତ ଶୁଭ।
ବୃଷ ରାଶି:
ପେସାଦାର ଓ ଶିକ୍ଷାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ। ଯେଉଁ ବ୍ୟକ୍ତି ମାନେ ବାହାର କମ୍ପାନୀ ମାନଙ୍କରେ ଚାକିରି ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ନିଯୁକ୍ତି ମିଳିବ। ଏହି ରାଶିର ବ୍ୟକ୍ତି ମାନଙ୍କର ଧର୍ମ ପ୍ରତି ଆଗ୍ରହ ବଢିବ।
ତୁଳା ରାଶି:
ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଖୋଲିଯିବ। ସବୁ ସ୍ଥାନରୁ ଅତ୍ୟନ୍ତ ଶୁଭ ଖବର ମିଳିବ। ଆଗରୁ ଲାଗି ରହିଥିବା ସମ୍ପତ୍ତି ଜନିତ ସମସ୍ୟାର ସମାଧାନ ହେଇଯିବ। ନୂତନ ଘର-ଗାଡି କିଣିପାରିବେ। କାର୍ଯ୍ୟସ୍ଥଳୀରେ କୌଣସି ଅସୁବିଧା ଦେଖାଯିବ ନାହିଁ।
ଧନୁ ରାଶି:
ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବୁଧ ଗ୍ରହ ଅତ୍ୟନ୍ତ ଶୁଭ ଦାୟକ ଫଳ ପ୍ରଦାନ କରିବେ। ଧନ ପ୍ରାପ୍ତି ହେବ ଏହା ଦ୍ୱାରା ଆର୍ଥିକ ଅବସ୍ଥା ସୁଧୁରିଯିବ, ଆଗରୁ ବୁଡ଼ି ଯାଇଥିବା ଟଙ୍କା ଫେରି ପାଇବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କ କାମ ପୂରା ହେବା ପୂର୍ବରୁ ଏହି ବିଷୟରେ କାହାକୁ ଜଣାନ୍ତୁ ନାହିଁ।
ମକର ରାଶି:
ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ସଫଳ ଦାୟକ ହେବ। ଉଚ୍ଚ ପଦବୀର ବ୍ୟକ୍ତିଙ୍କ ସହ ବନ୍ଧୁତ୍ୱ ସ୍ଥାପନ ହେବ। ମାନ ସମ୍ମାନ ବଢିବ। ସମାଜରେ ଖ୍ୟାତି ଅର୍ଜନ କରିବେ।