‘ସୁରରାଇ ପୋଟ୍ରୁ’ର ହିନ୍ଦୀ ରିମେକ୍ରେ ନଜର ଆସିବେ ଅକ୍ଷୟ କୁମାର, ଦେଲେ ଗ୍ରୀନ୍ ସିଗ୍ନାଲ
ବଲିଉଡ୍ର ମିଷ୍ଟର ଖିଲାଡ଼ି ଅଭିନେତା ଅକ୍ଷୟ କୁମାର ଇଣ୍ଡଷ୍ଟ୍ରୀର ଏମିତି ଜଣେ ଅଭିନେତା, ଯାହାର ପ୍ରତି ବର୍ଷ ସବୁଠୁ ଅଧିକ ଫିଲ୍ମ ରିଲିଜ୍ ହୋଇଥାଏ। ଏହି କାରଣରୁ ଅକ୍ଷୟ କୁମାରଙ୍କ ଫ୍ୟାନ୍ ସଂଖ୍ୟା ବି ଢେର ଅଧିକ। ତେବେ ଅକ୍ଷୟ ପୁଣି ଥରେ ନିଜର ଆଉ ଏକ ଫିଲ୍ମକୁ ନେଇ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଫିଲ୍ମ ହେଉଛି ତାମିଲ ବ୍ଲକ ବ୍ଲଷ୍ଟର ଫିଲ୍ମ ‘ସୁରରାଇ ପୋଟ୍ରୁ’ର ହିନ୍ଦୀ ରିମେକ୍। ଏହି ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅକ୍ଷୟ କୁମାର। କୁହାଯାଉଛି ଯେ ବଲିଉଡ୍ର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏହି ଫିଲ୍ମରେ କାମ କରିବାକୁ ଯାଉଛନ୍ତି।
ରିପୋର୍ଟ ମୁତାବକ, ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ଚୟନ କରାଯାଇଛି। ଏ ନେଇ ନିର୍ମାତା ବି ଅକ୍ଷୟ କୁମାରଙ୍କ ସହ କଥା ବାର୍ତ୍ତା ହୋଇସାରିଛନ୍ତି। ଏ ନେଇ ଅକ୍ଷୟ କୁମାର ପ୍ରଥମେ ମୌଖିକ ସହମତି ଜଣାଇଥିଲେ। କିନ୍ତୁ ଏବେ ଖବର ମିଳିଛି ଯେ ଅକ୍ଷୟ ଏଥି ପାଇଁ ସାଇନ୍ କରିଛନ୍ତି।
View this post on Instagram
ଏୟାର ଡେକାନ୍ର ଫାଉଣ୍ଡର କ୍ୟାପ୍ଟେନ୍ ଜିଆର ଗୋପୀନାଥଙ୍କ ଜୀବନରୁ ପ୍ରେରିତ ଏହି ଫିଲ୍ମରେ ସୁପରଷ୍ଟାର ସୂର୍ଯ୍ୟା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ସୁଧା କେଙ୍ଗରା। ସାମ୍ନାକୁ ଆସିଥିବା ଖବର ମୁତାବକ, ୨୦୨୦ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ହିନ୍ଦୀ ରିମେକ୍ ମଧ୍ୟ ସୁଧା ହିଁ କରିବାକୁ ଯାଉଛନ୍ତି। ଏଥିରେ ପ୍ରଯୋଜନା ଦେବେ ବିକରଣ ମାଲହୋତ୍ରା ଓ ସୂର୍ଯ୍ୟା।
ନିର୍ମାତା ଏହି ଫିଲ୍ମର ହିନ୍ଦୀ ରିମୋକ୍କୁ ବଡ଼ ଆକାରର କରିବାକୁ ଯାଉଛନ୍ତି। ଫଳରେ ଅଧିକ ହିନ୍ଦୀ ଦର୍ଶକ ଏହାକୁ ଦେଖିବେ। ଏହି ଫିଲ ଯୁବ ପିଢ଼ି, ଖାସ୍ କରି ଗାଁ ଓ ଛୋଟ ସହରର ଯୁବକଙ୍କୁ ପ୍ରେରଣା ଯୋଗାଇବ। ଏହି ଫିଲ୍ମ ଛୋଟ ସହରର ଯୁବକଙ୍କୁ ନିଜ ସ୍ୱପ୍ନ ପୂରଣ କରିବା ଦିଗରେ ସାହାଯ୍ୟ କରିବ ବୋଲି ଫିଲ୍ମ ନିର୍ମାତା କହିଛନ୍ତି।