ଶୁକ୍ରବାର କରନ୍ତୁ ଏହି ଗୋଟିଏ ଉପାୟ, ଆପଣଙ୍କ ଉପରେ ସର୍ବଦା ମା’ ଲକ୍ଷ୍ମୀ କରିବେ କୃପା

ଶୁକ୍ରବାର ଦିନ ଧନ,ଯଶ ଓ ବୈଭବର ଦେବୀ ମା’ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ । ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ପାଇବା ପାଇଁ ଲୋକେ ପୂଜାପାଠ ଓ ଜପ ତପ କରିଥାନ୍ତି । କୁହାଯାଏ ମା’ ଲକ୍ଷ୍ମୀ ଯାହାଙ୍କ ଉପରେ କୃପା କରନ୍ତି, ତାଙ୍କ ଜୀବନରେ କେବେ ଧନ ସମ୍ପର୍କିତ ଅସୁବିଧା ଦେଖାଯାଏ ନାହିଁ । ବ୍ରତ ଛଡା ଯଦି ଆପଣ ଶୁକ୍ରବାର ଦିନ କିଛି ସହଜ ଉପାୟ କରିପାରିବେ, ତେବେ ମା’ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆସନ୍ତୁ ଜାଣିବା ଶୁକ୍ରବାର ଉପାୟ ।

ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପାୟ

୧. ଶୁକ୍ରବାର ଦିନ ସକାଳେ ପୂଜା କରିବା ପରେ କର୍ପୁରର ଆଳତୀ କରନ୍ତୁ । ପରେ ଆଳତୀକୁ ସବୁ ଘରେ ଦେଖାନ୍ତୁ । ଏମିତି କରିବା ଦ୍ୱାରା ଘରେ ସକରାତ୍ମକ ସୃଷ୍ଟି ହୁଏ ଓ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୨. ଏହାଛଡା ଲକ୍ଷ୍ମୀ ସ୍ତ୍ରୋତ ପାଠ କରିପାରିବେ । ଏହାର ପାଠ ଆପଣଙ୍କୁ ସବୁ ଶୁକ୍ରବାର ଦିନ କରିବାକୁ ହେବ । ଚାହିଁଲେ ଶୁକ୍ରବାର ବା ସବୁଦିନ କନକଧାରା ସ୍ତ୍ରୋତ ପାଠ କରିପାରିବେ ।

୩. ପଦ୍ମ ଫୁଲ ମା’ଙ୍କର ପସନ୍ଦ । ତେଣୁ ଶୁକ୍ରବାର ଗୋଟିଏ ପଦ୍ମ ଫୁଲ ମା’ଙ୍କୁ ଅର୍ପଣ କରନ୍ତୁ । ଯଦି ପଦ୍ମ ଫୁଲ ସମ୍ଭବ ନହୁଏ,ତେବେ ଲାଲ ଗୋଲାପ ଫୁଲ ଅର୍ପଣ କରନ୍ତୁ ।

୪. ଶୁକ୍ରବାର ଦିନ ଘରର ମୁଖ୍ୟ ଦ୍ୱାରରେ ରଙ୍ଗୋଲି ବନାନ୍ତୁ । ଦୀପ ଓ ଧୂପ ଜରୁର ଜଳାନ୍ତୁ । ଘରର ମୁଖ୍ୟ ଦ୍ୱାରରେ ଜୋତା,ଚପଲ ଏକାଠି ରଖିବାକୁ ଦିଅନ୍ତୁ ନାହିଁ ।

୫. ଶୁକ୍ରବାର ମା’ଙ୍କୁ ମଖନରେ ତିଆରି କ୍ଷୀରି ଚଢ଼ାନ୍ତୁ । ଜଳ ସିଙ୍ଗଡା ଫଳ ମଧ୍ୟ ଅର୍ପିତ କରନ୍ତୁ ।

୬. ଏହାଛଡା ଶୁକ୍ରବାର ଦିନ ମା’ କିମ୍ବା ଶାଶୁ ଯିଏ ବି ବଡ଼ ମହିଳାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.