ଯବ ଧାନର ଏହି ଉପାୟ ଦ୍ୱାରା ଘରେ ସର୍ବଦା ବାସ କରିଥାନ୍ତି ମା’ ଲକ୍ଷ୍ମୀ, ମିଳିଥାଏ ଧନ-ଧାନ୍ୟର ସୁଖ

ଜ୍ୟୋତିଷ ଶାସ୍ତ୍ରରେ ଆପଣଙ୍କ ଆଖପାଖରେ ନକରାତ୍ମକ ଶକ୍ତି ଦୁର କରିବା ଓ ନବ ଗ୍ରହଙ୍କୁ ଶୁଭ ପ୍ରଭାବିତ କରିବା ପାଇଁ ବହୁ ଉପାୟ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଆଖ ପାଖରେ ଥିବା ବହୁ ଜିନିଷ ବ୍ୟବହାର ଦ୍ୱାରା ଗ୍ରହଙ୍କୁ ବି ଶାନ୍ତ କରାଯାଇଥାଏ । ଏହା ଭିତରେ ଗୋଟିଏ ବସ୍ତୁ ହେଉଛି ଯବ ଧାନ । ଏହା ପୂଜା ପାଠ ଓ ହୋମ ଯଜ୍ଞ ଭଳି ବହୁ ଧର୍ମ କାର୍ଯ୍ୟରେ ଲାଗିଥାଏ । ଏହାର କିଛି ଉପାୟ କୁହାଯାଇଛି ଯାହା ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ । ଆସନ୍ତୁ ଜାଣିବା ଯବ ଧାନର କିଛି ଉପାୟ ସମ୍ପର୍କରେ ।

୧. ଆରୋଗ୍ୟ ଲାଭପାଇଁ :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୂର୍ଣ୍ଣିମା ବା ଅମାବାସ୍ୟା ଦିନ ଯବଧାନ ଦ୍ୱାରା ଯଜ୍ଞ କରିବା ଶୁଭ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଘରୁ ନକରାତ୍ମକ ଶକ୍ତି ହ୍ରାସ ପାଇବା ସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

୨. ଧନ ପ୍ରାପ୍ତି ପାଇଁ :

ଶାସ୍ତ୍ର ଅନୁସାରେ ଯବ ଧାନକୁ ସୁନା ସମାନ ଶୁଦ୍ଧ କୁହାଯାଇଥାଏ । ମାନ୍ୟତା ରହିଛି କି ଆର୍ଥିକ ଅସୁବିଧାରୁ ରକ୍ଷା ପାଇବା ପାଇଁ ଓ ଧନ ପ୍ରାପ୍ତି ପାଇଁ ଗରୀବ ଲୋକଙ୍କୁ ଯବ ଧାନ ଦାନ କରନ୍ତୁ ।

୩. ରାହୁଙ୍କ ଦୁଷ୍ପ୍ରଭାବ କମ କରିବା ପାଇଁ :

କୁଣ୍ଡଳୀରେ ରାହୁ ଦୋଷ ଥିଲେ ବ୍ୟକ୍ତିର ଜୀବନରେ ଧନ, ପରିବାର, କ୍ୟାରିଅର ଆଦି ସମ୍ବନ୍ଧୀୟ ସମସ୍ୟା ଲାଗି ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁଙ୍କ ଦୁଷ୍ପ୍ରଭାବ କମ କରିବା ପାଇଁ ଶନିବାର ଦିନ ଯବ ଧାନ, କଞ୍ଚା ଦୁଧ, ରାଶି ବା ଖସା,କୋଇଲା, ଦୁବ ଓ ତମ୍ବା ଏ ସମସ୍ତକୁ ବହି ଯାଉଥିବା ଜଳରେ ଭସାଇ ଦିଅନ୍ତୁ । ଏହାଛଡ଼ା ଶନିବାର ଦିନ ପାରାଙ୍କୁ ଯବ ଧାନ ଖୁଆନ୍ତୁ । ଫଳରେ ରାହୁ -କେତୁଙ୍କ ଦୁଷ୍ପ୍ରଭାବରୁ ମୁକ୍ତି ପାଇବେ ।

୪. ସୁଖ ସମୃଦ୍ଧି ପାଇଁ :

ସବୁଦିନ ଭଗବାନ ବିଷ୍ଣୁଙ୍କୁ ଯବ ଧାନ ଅର୍ପଣ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ । ଏଥି ସହିତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ ।

୫. ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ପାଇବା ପାଇଁ :

ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ପାଇବା ପାଇଁ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟରେ କଳସ ବା ଭଗବାନଙ୍କ ମୂର୍ତ୍ତି ତଳେ ଯବ ଧାନ ରଖନ୍ତୁ । ଏହାଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.