ପଶ୍ଚିମବଙ୍ଗରେ ଭୀଷଣ ଗରମ, ମନ୍ଦିରରେ ଚାଲିଥିବା ସଭାରେ ଚାଲିଗଲା ୩ ଶ୍ରଦ୍ଧାଳୁଙ୍କ ଜୀବନ
ପଶ୍ଚିମବଙ୍ଗରେ ଭୀଷଣ ଗରମ ଯୋଗୁଁ ୩ ଜଣ ମୃତ୍ୟୁବରଣ କରିଥିବା ଖବର ମିଳିଛି। ଏଠିକାର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପାନୀହାଟିରେ ଏକ ଧାର୍ମିକ ସଭାରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ୩ ଜଣ ବୟସ୍କ ଲୋକଙ୍କ ଜୀବନ ଚାଲିଯାଇଛି। ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଯଥାସମ୍ଭବ ଭିଡକୁ ଆୟତ୍ତ କରିଛନ୍ତି। ଏହାଛଡା ମୃତବ୍ୟକ୍ତିଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ମୁଖାର୍ଜୀ କହିଛନ୍ତି।
ମମତା ଟୁଇଟ କରି କହିଛନ୍ତି, ପାନୀହାଟିର ଇସ୍କନ ମନ୍ଦିରରେ ଦଣ୍ଡ ମହୋହତ୍ସବରେ ଗରମ ଏବଂ ଗୁଳୁଗୁଳି କାରଣୁ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବିଷୟରେ ଶୁଣି ମୁଁ ମର୍ମାହତ। ପୋଲିସ ଆୟୁକ୍ତ ଏବଂ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ଏହାଛଡା ମୃତକଙ୍କ ପରିବାରଙ୍କୁ ସମ୍ବେଦନା ଜଣାଇଛନ୍ତି।
Distressed to know of 3 old devotees’ death due to heat and humidity in Danda Mahotsav at ISKCON temple at Panihati. CP and DM have rushed, all help being provided. My condolences to the bereaved families, solidarity to devotees.
— Mamata Banerjee (@MamataOfficial) June 12, 2022
ପାନୀହାଟି ଠାରେ ଥିବା ହୁଗୁଳୀ ନଦୀ କୂଳରେ ଥିବା ମନ୍ଦିରରେ ମେଳା ଲାଗିଥିବା ବେଳେ ଗରମ ଯୋଗୁଁ ଏହି ଘଟଣା ଘଟିଛି। ଏମାନେ ଗରମ ଯୋଗୁଁ ଅସହଜ ଅନୁଭବ କରିଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମେଳାରେ ଭିଡକୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ ଦଳ ଏବେ ଉପସ୍ଥିତ ରହିଛି।