ବିସ୍କୁଟରେ କଣା ହେବା ପଛରେ କାରଣ କଣ? ଡିଜାଇନ ନା ସାଇନ୍ସ

ବିସ୍କୁଟ । ଆମେ ପ୍ରତିଦିନ ନଖାଇଲେ ବି କେବେ କେବେ ଖାଇଦେଉ । ପାଖରେ କିଛି ନଥିଲେ ବି ବିସ୍କୁଟ ଯଦି ଅଛି ତେବେ ଆଉ କିଛି ନହେଲେ ଚଳିବ । ହେଲେ ନିତିଦିନିଆ ଖାଦ୍ୟ ଭାବେ ଖାଉଥିଲେ ବି ଆଣେ କଣ ତାର ଆରମ୍ଭ ଆଉ ବିସ୍କୁଟଟି କାହିଁକି ଏପରି ତିଆରି ହୋଇଛି କେବେ ଭାବୁଛେ । ନାହିଁ ନାଁ । କିନ୍ତୁ ଏବେ ଆମ କଥା ଶୁଣି ଆପଣ କହିବେଣି ସତେ ତ କେବେ ତ ଭାବିନେ କାହିଁକି ବିସ୍କୁଟ ଭିତରେ ଏତେ କଣା । ଏବେ ଜାଣିବା ଏହି ମଜାଦାର କଥା ବିଷୟରେ ।

ଆପଣ ଅନେକ ପ୍ରକାରର ବିକ୍ସୁଟ ଖାଇଥିବେ ଦେଖିଥିବେ ମଧ୍ୟ । ଯେଉଁଥିରେ ଅନେକ କଣା ରହିଥିବ । ଅନେକ ଲୋକଙ୍କ ପରି ଆପଣଙ୍କୁ ହୁଏତ ଲାଗୁଥିବ କି ଏହା ହୁଏତ ବିସ୍କୁଟର ଡିଜାଇନ । କିନ୍ତୁ ନାଁ । ପ୍ରକୃତ କଥା ହେଉଛି ବିସ୍କୁଟରେ କଣା କରିବା ଏହାର ମ୍ୟାନୁଫ୍ୟାକ୍ଚରିଙ୍ଗର ଏକ ବଡ ଜରୁରୀ କଥା । ଏହା ପଛରେ ବି ସାଇନ୍ସ ରହିଛି ।

ବିସ୍କୁଟରେ କଣା ହେବାକୁ ଡାକର୍ସ କୁହାଯାଏ । ଯେତେବେଳେ କିଏ ଘର କରେ ତେବେ ସେଇ ଘରେ ଭେଣ୍ଟିଲେସନ ପାଇଁ ଜାଗା ଛାଡିଥାଏ । ଏହା ଏଇଥିପାଇଁ କି ପବନ ଯାଆସ କରିପାରିବ । ବିସ୍କୁଟରେ କଣା କରିବାର କାରଣ ବି କିଛି ଏଭଳି । ପ୍ରକୃତରେ ବିସ୍କୁଟରେ କଣା ଏଥିପାଇଁ ଛାଡି ଦିଆୟାଏ କି ବେକିଙ୍ଗ ସମୟରେ ଏହି କଣା ବାଟରେ ପବନ ପାସ କରିପାରିବ । କିନ୍ତୁ ପବନ ପାସ କରିବା କାହିଁକି ଜରୁରୀ । ଜାଣିବା ନିଶ୍ଚୟ ।

ବିସ୍କୁଟ ତିଆରି ପାଇଁ ଅଟା, ମଇଦା, ଚିନି, ଲୁଣ ଛଡା ଯାହା ବି ସାମଗ୍ରୀ ରହିଥାଏ ସେସବୁକୁ ଖେଳାଇ କରି ଏକ ମସିନରେ ରଖି ଦିଆଯାଏ . । ଏହାପରେ ମେସିନ ସେଥିରେ କଣା କରିଦେଇଛଥାଏ । କାରଣ ଏହା ବିନା ବିସ୍କୁଟ ଠିକରେ ହୋଇପାରିବନାହିଁ । କାରଣ ବିସ୍କୁଟ ହେବାର ପ୍ରକ୍ରିୟାରେ ଟିକେ ପବନ ଭରିବା ଫଳରେ ଓଭନରେ ହିଟିଙ୍ଗ ସମୟରେ ଏହା ଗରମ ହୋଇ ଫୁଲିଯାଏ । ତେଣୁ ବିସ୍କୁଟର ଆକାର ବିଗିଡିବାର ସମ୍ଭବନା ଥାଏ । ଫଳରେ ପବନ ଓ ହିଟ ବାହାର କରିବା ପାଇଁ ବିସ୍କୁଟରେ କଣା କରିଦିଆଯାଏ ।

ଫ୍ୟାକ୍ଟ୍ରି ଗୁଡିକରେ ଏତେ ସବୁ ହାଇଟେକ ମସିନ ରହିଛି କି ବିସ୍କୁଟରେ ସମାନ ଦୂରରେ କଣା ହୋଇପାରେ । ଯାହା ଫଳରେ ଲୋକଙ୍କୁ ଲାଗିଥାଏ କି ଏହା ଏକ ଡିଜାଇନ ଅଟେ । କଣା ହେବା କାରଣରୁ ବିସ୍କୁଟ ଠିକରେ ଫୁଲିଥାଏ ଓ ଠିକ ଭାବରେ ତିଆରି ମଧ୍ୟ ହୋଇଥାଏ । ଯଦି ଏହି କଣା ହେବ ନାହିଁ ତେବେ ବିସ୍କୁଟରୁ ହିଟ ଓ ପବନ ବାହାରି ପାରିବ ନାହିଁ । ଫଳରେ ବିସ୍କୁଟର ଆକାର ବିଗିଡିବା ସହ ଏହା ଫାଟିବାରେ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.