ଆଜି ମାଆଙ୍କର ଚୈତ୍ର ନବରାତ୍ରୀ ପର୍ବ, ମାତାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାରେ ଲଗାନ୍ତୁ ଏହି ଭୋଗ

ଆମ ହିନ୍ଦୁ ଧର୍ମରେ ୧୨ମାସରେ ରହିଛି ୧୩ ପର୍ବ। ଯାହାକୁ ଆମେ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଥାଉ। ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ। ଚୈତ୍ରମାସର ଏହି ପୂଜା ମା’ ଦୁର୍ଗାଙ୍କୁ ମନାସି କରାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅର୍ଥାତ ଅପ୍ରେଲ ମାସର ଅଧାରୁ ଚୈତ୍ର ମାସ ଆରମ୍ଭ ହୋଇଯାଏ। ଶାସ୍ତ୍ର ଅନୁଯାୟୀ ସୃଷ୍ଟିକର୍ତ୍ତା ବ୍ରହ୍ମା ଚୈତ୍ରମାସ ଶୁୂକ୍ଳପକ୍ଷର ପ୍ରଥମ ଦିନରେ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ। ଏହାପରେ ସେ ଋତୁ, ଗ୍ରହ- ନକ୍ଷତ୍ର ଓ ବର୍ଷ ଆରମ୍ଭ କରିଥିଲେ।

ଆଜି ପବିତ୍ର ରାମନବମୀ ସହ ମାତାଙ୍କର ନବମୀ ପୂଜା। ଗତ ଅପ୍ରେଲ ୨ରୁ ଆରମ୍ଭ ହୋଇଛି ଚଳିତ ହିନ୍ଦୁ ନବ ବର୍ଷ । ଏହାପରଠୁ ମାଆଙ୍କର ଚୈତ୍ର ନବରାତ୍ର ପର୍ବ ମଧ୍ୟ ଆରମ୍ଭ ହୋଇଛି।। ଏହିଦିନ ମାଆଙ୍କର ବିଶେଷ ପୂଜା କରାଯାଏ । ସାଧାରଣତଃ ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ପାଳନ କରିଥାଉ। ମାତ୍ର ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ଏହାର ପ୍ରଥମ ଦିନକୁ ନୂଆବର୍ଷ ରୂପେ ପାଳନ କରାଯାଏ। ମହାରାଷ୍ଟ୍ରରେ ଏହାକୁ ‘ଗୁଡୀ ପାଡଓ୍ଵା’ ତାମିଲନାଡୁରେ ‘ ପୁଥଣ୍ଡୁ’ ଓ ଆନ୍ଧ୍ରପ୍ରଦେଶ , କର୍ଣ୍ଣାଟକରେ ‘ଉଗାଡି’ ନାଁ ରେ ପାଳନ କରାଯାଏ।

ଚୈତ୍ରମାସ ଆରମ୍ଭ ହୋଇଯାଇଛି। ଏହି ମାସର ରହିଛି ଅନେକ ମାହାତ୍ମ୍ୟ। ପ୍ରତିମାସ ଭଳି ଏହି ମାସରେ ୧୫ ଦିନ ଶୁକ୍ଳ ପକ୍ଷ ୧୫ ଦିନ କୃଷ୍ଣ ପକ୍ଷ ରହିଛି। ଏହାର ପ୍ରତେକ୍ୟଟି ଦିନ ସବୁ ଭଗବାନଙ୍କୂୁ ସମର୍ପିତ କରାଯାଇଛି। ଶୁକ୍ଳପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଶେଷ ହୋଇଥାଏ। ସେହିପରି କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇ ଅମାବାସ୍ୟାରେ ଶେଷ ହୋଇଥାଏ।

ଚୈତ୍ରମାସରେ ଚୈତ୍ର ନବରାତ୍ରୀ ପାଳନ କରାଯାଏ। ଏହାସହ ଦୁର୍ଗାଷ୍ଟମୀ, ରାମନବମୀ ଓ ଶୀତଳ ସପ୍ତମୀ ଓ ଅଷ୍ଟମୀ ପର୍ବ ମଧ୍ୟ ରହିଛି। ଏହା ବ୍ୟତୀତ ଗଣଗୋର, ମହାବୀର ଜୟନ୍ତି ତଥା ପଣା ସଂକ୍ରାନ୍ତି ଏବଂ ଗଣେଶ ଚତୁର୍ଥୀ ପର୍ବ ଏହି ମାସରେ ଅଛି। ଆଜି ଚୈତ୍ର ନବରାତ୍ର ସହ ପବିତ୍ର ରାମନବମୀ ମଧ୍ୟ । ତେଣୁ ଆପଣ ରାଶି ଅନୁସାରେ ମଧ୍ୟ ପ୍ରଭୁଙ୍କୁ ଭୋଗ ଲଗାଇ ପ୍ରସନ୍ନ କରପାରିବେ।

ମେଷ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ଲଡୁ ବେଦେନା ଭୋଗ ଲଗାନ୍ତୁ। ବୃଷ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ରସଗୋଲା ଭୋଗ ଲଗାନ୍ତୁ। ମିଥୁନ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ କାଜୁ ବର୍ଫି ଭୋଗ ଲଗାନ୍ତୁ। କର୍କଟ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ବର୍ଫି ଏବଂ ନଡ଼ିଆ ଭୋଗ କରନ୍ତୁ। କନ୍ୟା ରାଶିର ବ୍ୟକ୍ତିମାନେ ତୁଳସୀ ଏବଂ ସବୁଜ ରଙ୍ଗର ଫଳ ଭୋଗ କରନ୍ତୁ। ତୁଳା ରାଶିର ବ୍ୟକ୍ତିମାନେ ସେଓ ଭୋଗ କରନ୍ତୁ। ବିଛା ରାଶିର ବ୍ୟକ୍ତି ଗୁଡ ଏବଂ ଗାଜର ହାଲୁଆ ଭୋଗ ଲଗାନ୍ତୁ। ଧନୁ ରାଶିର ବ୍ୟକ୍ତିମାନେ ବେସନରେ ତିଆରି ହୋଇଥିବା ବର୍ଫି ଭୋଗ କରନ୍ତୁ। ମକର ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ଗୋଲାପଜାମୁ ଏବଂ କଳା ରଙ୍ଗର ଅଙ୍ଗୁର ଭୋଗ କରନ୍ତୁ। କୁମ୍ଭ ରାଶିର ବ୍ୟକ୍ତିମାନେ ଚକଲେଟ ବର୍ଫି, ସେପେଟା ଏବଂ ବେଦେନା ଭୋଗ କରନ୍ତୁ। ମୀନ ରାଶିର ଲୋକମାନେ ଭଗବାନ ଶ୍ରୀରାମ , ମାତାଙ୍କ ପାଖରେ ଜିଲାପି ଏବଂ କଦଳୀ ଭୋଗ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.