ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ଆଜି ମଧ୍ୟ ଏଠାକୁ ଆସନ୍ତି ପ୍ରଭୁ, ଜାଣନ୍ତୁ ଏହି ସ୍ଥାନ ସହ ଜଡ଼ିତ ରହସ୍ୟ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ଜନ୍ମାଷ୍ଟମୀ ଅବସରରେ ଆଜି ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ସାରା ଭାରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳିତ ହେଉଛି ଏହି ପର୍ବ।

କିନ୍ତୁ ଏଭଳି ଦେଖିବାକୁ ଗଲେ ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ ଆଜି ପରି ଦିନରେ ଆସନ୍ତି ବୋଲି ମାନ୍ୟତା ରହିଛି। ସେହି ସ୍ଥାନ ହେଉଛି ବୃନ୍ଦାବନର ନିଧିବନ। ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ। ଏହି ସ୍ଥାନର ପ୍ରତି କୋଣ ଅନୁକୋଣରେ ପ୍ରଭୁ କୃଷ୍ଣଙ୍କର ରହିଥିବାର ସୂଚନା ପ୍ରତି ମୁହୂର୍ତରେ ଜଣାଇଥାଏ।

gopis

ମାନ୍ୟତା ଅନୁଯାୟୀ, ପ୍ରଭୁ କୃଷ୍ଣ ଏବଂ ରାଧା ଏଠାରେ କ୍ରୀଡ଼ା କରନ୍ତି। ଭଗବାନ ଏଠାରେ ଅଧିକାଂଶ ସମୟ ବିତାଇ ଥାଆନ୍ତି। ସେଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି। ଏହି ମହଲର ଆଖ-ପାଖରେ ପ୍ରଭୁକୃଷ୍ଣ ରାଧାଙ୍କ ସହ ଗୋପିମାନେ ମଧ୍ୟ ନୃତ୍ୟ କରନ୍ତି। ଏହି ମାନ୍ୟତା ଅନୁଯାୟୀ, ବର୍ତମାନ ମଧ୍ୟ ଏହି ସ୍ଥାନ ସନ୍ଧ୍ୟା ସମୟରେ ଶୀଘ୍ର ବନ୍ଦ କରାଯାଏ। କାହାକୁ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ। କେବଳ ମନୁଷ୍ୟ ନୁହନ୍ତି ସନ୍ଧ୍ୟା ହେବା ମାତ୍ରେ ଏଠାକାର ପଶୁପକ୍ଷୀ ମଧ୍ୟ ଏହି ସ୍ଥାନରୁ ପଳାଇଥାଆନ୍ତି। ସନ୍ଧ୍ୟା ସମୟରେ ଏଠାରେ ଆଳତୀ ହେବା ପରେ ଭକ୍ତଙ୍କ ଦ୍ୱାରା ଶୃଙ୍ଗାରର ଜିନିଷ ଏବଂ ଭୋଗ ରଖି ଦିଅନ୍ତି। ଏହାପରେ ଏହାକୁ ସକାଳ ଯାଏଁ ବନ୍ଦ କରି ଦିଅନ୍ତି। ଯାହାକି ପର ଦିନ ସକାଳ ସମୟରେ ଜିନିଷ ଗୁଡ଼ିକର ସ୍ଥାନ ପରିବର୍ତନ ହୋଇଥିବା ଦେଖିବାକୁ ମିଳେ।

ଏହି ସ୍ଥାନ ସହ ଜଡ଼ିତ ଆଉ ବିଶେଷ ଏକ ମାନ୍ୟତା ଅନୁଯାୟୀ, ଏଠାରେ ଥିବା ପ୍ରତି ଗଛ ଯୋଡି ଯୋଡି ହୋଇ ରହିଛନ୍ତି। ଏହା ସହ ଗଛର ଶାଖା ମଧ୍ୟ ପରସ୍ପର ସହ ଜଡ଼ିତ ହୋଇ ରହିଛି।ଏଠାରେ ଥିବା ବୃକ୍ଷ ଗୁଡ଼ିକୁ କେହି କିଛି ମଧ୍ୟ କ୍ଷତି କରିନଥାଆନ୍ତି। ଏହାସହ ମାନ୍ୟତା ଅନୁଯାୟୀ, ଏଠାରେ ସ୍ଥିତ ବାଙ୍କେ-ବିହାରୀ ଜୀଙ୍କ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଅଭିଷେକ ଏବଂ ଭୋଗ ଲଗାଇବା ଦ୍ୱାରା ମନସ୍କାମନା ପୂରଣ ହେବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.