ଆଜି ଶନିଶ୍ଚରୀ ଅମାବାସ୍ୟା, ଏହି ୫ ରାଶି ରୁହନ୍ତୁ ସତର୍କ! ଶନିଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବା ପାଇଁ କରନ୍ତୁ ଉପାୟ…

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଜି ଅଗଷ୍ଟ ୨୭ ହେଉଛି ‘ଶନିଶ୍ଚରୀ ଅମାବାସ୍ୟା’। ଏହା ଭାଦ୍ରବ ମାସର ଅମାବାସ୍ୟା ତିଥି, ଯାହାକି ଶନିବାର ଦିନ ପଡ଼ିଥାଏ। ତେଣୁ ଏହାକୁ ଶନିଶ୍ଚରୀ ଅମାବାସ୍ୟା ବୋଲି କୁହାଯାଇଥାଏ। ଜ୍ୟୋତିଷଙ୍କ ମୁତାବକ, ଶନିବାରକୁ ଶନିଦେବଙ୍କ ଦିନ କୁହାଯାଏ। କର୍ମ ଫଳଦାତା ଶନିଦେବ ବର୍ତ୍ତମାନ ୫ ରାଶି ଉପରେ କୋପଦୃଷ୍ଟି ପକାଇଛନ୍ତି। ଏମିତିରେ ଯଦି ଆପଣ ଶନିଦେବଙ୍କ ପ୍ରକୋପରୁ ରକ୍ଷା ପାଇବାକୁ ଚାହାନ୍ତି, ତା’ ହେଲେ ତୁରନ୍ତ ଏହି ଉପାୟଗୁଡ଼ିକୁ ଆପଣାଇ ତାଙ୍କର କୃପା ପ୍ରାପ୍ତ କରନ୍ତୁ।
ଏହି ରାଶିମାନଙ୍କ ଉପରେ ଶନିଙ୍କ ପ୍ରଭାବ
ଶନିଦେବ ଏହି ସମୟରେ ମକର ରାଶିରେ ଅଛନ୍ତି ଏବଂ ତାଙ୍କର ସ୍ଥିତି ବକ୍ରି ରହିଛି। ବର୍ତ୍ତମାନ କୁମ୍ଭ, ଧନୁ ଓ ମକର ରାଶିରେ ଶନି ସାଢ଼େ ସାତବର୍ଷ ଚାଲିଥିବା ବେଳେ ମିଥୁନ ଓ ତୁଳା ରାଶିର ଲୋକେ ଶନି ଅଢ଼େଇ ବର୍ଷ ଦ୍ୱାରା ପ୍ରଭାବିତ ଅଛନ୍ତି। ତେଣୁ ଯଦି ଆପଣ ଏହି ସବୁ ରାଶିର ବ୍ୟକ୍ତି ଏବଂ ଶନିଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତା’ ହେଲେ ଏହି ଉପାୟଗୁଡ଼ିକୁ କରନ୍ତୁ…।
-ଶନିଶ୍ଚରୀ ଅମାବାସ୍ୟାରେ ଶନିଦେବଙ୍କ କୃପା ପାଇବା ପାଇଁ ସକାଳେ ଗାଧୋଇବା ପରେ ଶନି ମନ୍ଦିର ଯାଆନ୍ତୁ ଏବଂ ସେଠାରେ ସୋରିଷ ତେଲ ଅର୍ପଣ କରନ୍ତୁ। ଏହାପରେ ଶନିଙ୍କ ଉପାସନା କରନ୍ତୁ। ମନ୍ଦିରରେ ଆପଣ ଶନି ଚାଳିଶା ମଧ୍ୟ ପାଠ କରି ପାରିବେ।
-ସୂର୍ଯ୍ୟାସ୍ତ ପରେ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ। ଏହାଦ୍ୱା ଶନିଦେବଙ୍କ କୃପା ମିଳି ପାରିବ।
-ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଶନିଶ୍ଚରୀ ଆମାବାସ୍ୟା ଦିନ ଲୁହ ଜିନିଷ, ସୋରିଷ ତେଲ, କଳା କପଡ଼ା, ବିରି ଡାଲି ଏବଂ ଜୋତା, ଚପଲ ଆଦି ଦାନ କରନ୍ତୁ।
-ମାନ୍ୟତା ରହିଛି, ଶନିବାର ଦିନ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ଶନିଦୋଷରୁ ମୁକ୍ତି ମିଳିଥାଏ। ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ।