World Bicycle Day 2019 : କମ୍ ହେବାରେ ଲାଗିଛି ସାଇକେଲ ସଂଖ୍ୟା, ପର୍ଯ୍ୟାବରଣ ଓ ସ୍ୱାସ୍ଥ୍ୟ ଉପରେ ପଡୁଛି କୁପ୍ରଭାବ

ପ୍ରତିଦିନ ନୂଆ ଟେକ୍ନୋଲୋଜିର ଆବିଷ୍କାର ଚାଲୁଥିବାବେଳେ ଆମେ ଦିନକୁ ଦିନ ଆଗକୁ ବଢିଚାଲିଛେ ଏବଂ ଏହି କଥା ମଧ୍ୟ ସ୍ବିକାର କରିବାକୁ ପଡିବ ଯେ ଆଗକୁ ବଢିବା ସହିତ ଅଧିକ ବିଳାଶମୟ ମଧ୍ୟ ହୋଇଯାଇଛେ । ଆଜିକାଲିକା ସମୟରେ ବହୁତ କମ୍ ଲୋକଙ୍କ ଘରେ ସାଇକେଲ ଥିବ । କିନ୍ତୁ ପ୍ରାୟତଃ ବହୁତ ଲୋକଙ୍କ ଘରେ ବାଇକ୍ ଏବଂ କାର ରହିଥିବ । ଏତେ କଥା କହିବାର କାରଣ ଆଜି ହେଉଛି ବିଶ୍ବ ସାଇକେଲ ଦିବସ । ସାଇକେଲ କେବଳ ବ୍ୟକ୍ତିର ପରିବହନର ସାଧନ କରିଥାଏ ତାହା ନୁହେଁ ବରଂ ସ୍ବାସ୍ଥ୍ୟର ସାଥୀ ମଧ୍ୟ ହୋଇଥାଏ । କେବଳ ଏତିକି ନୁହେଁ ଯଦି ପର୍ଯ୍ୟାବରଣକୁ ବଞ୍ଚାଇବାକୁ ଚାହୁଁଛନ୍ତି ଏବଂ ସ୍ବଚ୍ଛ ବାତାରଣରେ ନିଶ୍ବାସ ପ୍ରଶ୍ବାସ ନେବାକୁ ଚାହୁଁଛନ୍ତି ତେବେ ସାଇକେଲକୁ ପୁଣି ପୂର୍ବ ଭଳି ଚଲାଇବାକୁ ପଡିବ । ସବୁ ଦେଶର ସଡକ ଏବଂ ପରିବହନ ମନ୍ତ୍ରୀ ସାଇକେଲ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ନିତୀ ନିମୟ ତିଆରି କରିବା ମଧ୍ୟ ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.