ଏମାନେ ହେଉଛନ୍ତି ଦେଶର ୧୦ଜଣ ବଡ ଏନକାଉଣ୍ଟର ସ୍ପେଶାଲିଷ୍ଟ, ଜଣଙ୍କ ନାଁରେ ରହିଛି ୧୦୪ଟି ରେକର୍ଡ

ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କୁ ଶୁକ୍ରବାର ପୋଲିସ୍‌ ଏନକାଉଣ୍ଟରରେ ମାରିବାପରେ ଟିଭି ଚ୍ଯାନେଲ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ଯାଏ ସବୁଠି ପ୍ରତିକ୍ରୀୟା ଦେଖବାକୁ ମିଳିଛି । ପ୍ରାୟତଃ ଲୋକ ଏହି ଏନକାଉଣ୍ଟର ସପକ୍ଷରେ ଥିବାବେଳେ କିଛି ଏହାର ବିପକ୍ଷରେ ମତ ଦେଉଥିବା ଦେଖିବାକୁ ମିଳିଛି ।

ତେବେ ଏବେ ଆମେ ଆପଣଙ୍କୁ ଦେଶର ଶିର୍ଷରେ ଥିବା ୧୦ ଜଣ ଏନକାଉଣ୍ଟର ସ୍ପେଶାଲିଷ୍ଟ ମାନଙ୍କ ବିଷୟରେ ଜଣାଇବୁ।

୧-ଅମିତାଭ ୟଶ:

amitav

-ଆଇପିଏସ୍‌ ଅମିତାଭ ଉତ୍ତର ପ୍ରଦେଶ ଏସଟିଏଫରେ ପୋଲିସ୍‌ ମହାନିର୍ଦ୍ଦେଶକ ଅଛନ୍ତି ।
-ତାଙ୍କ ନାରେ ୩୬ଟି ଏନକାଉଣ୍ଟର ରେକର୍ଡ ରହିଛି ।

୨-ରାଜବୀର ସିଂ:

rajbir-ଦିଲ୍ଲୀ ପୋଲିସ୍‌ ର ଭାରତୀୟ ପୋଲିସ୍‌ ସେବା (IPS) ଅଧିକାରୀ, ଯିଏ ୧୩ବର୍ଷ ଭିତରେ ଏସପି ସ୍ତରରେ ପଦୋନ୍ନତି ପାଇଥିଲେ ।
-ରାଜବୀର ସିଂଙ୍କ ନାରେ ୫୦ଟି ଏନକାଉଣ୍ଟର ରେକର୍ଡ ରହିଛି ।
-୨୦୦୮ରେ ଗୁରଗାଓଁରେ ଜଣେ ପ୍ରୋପର୍ଟି ଡିଲର ତାଙ୍କୁ ଗୁଳି କରି ହତ୍ଯା କରିଥିଲେ ।
-ଏବେ ତାଙ୍କ ପୁଅ ରୋହିତ୍‌ ୟାଦବ ମଧ୍ଯ ଆଇପିଏସ୍‌ ଅଧିକାରୀ ଅଛନ୍ତି।

୩-ରଜେଶ କୁମାର ପାଣ୍ଡେ:

rajesh-ଉତ୍ତରପ୍ରଦେଶର ବରେଲି ରେଞ୍ଜର ଡିଆଇଜି ଆଇପିଏସ୍‌ ଅଧିକାରୀ ରାଜେଶ କୁମାରଙ୍କ ନାଁରେ ୫୦ଟିି ଏନକାଉଣ୍ଟର ରେକର୍ଡ ରହିଛି । ସେ ଅଲ୍ଲିଗଡର ଏସଏସପି ମଧ୍ୟ ରହିସାରିଲେଣି ।
-ତାଙ୍କୁ ବର୍ତ୍ତମାନ ଯାଏ ୪ଟି ବୀରତା ପୁରଷ୍କାର ମିଳିସାରିଲାଣି ।

୪-ଅନନ୍ତ ଦେବ:

ananta-କାନପୁରର ଏସଏସପି ଅନନ୍ତ ଦେବ ୨୦୦୬ରେ ଆଇପିଏସ୍‌ ଅଧିକାରୀ ହୋଇଥିଲେ । ଫୈଜାବାଦର ଏସଏସପି ମଧ୍ଯ ସେ ରହିସାରିଛନ୍ତି ।
ଅଧିକାରୀ ଭାବେ ଅନନ୍ତ ଦେବଙ୍କ ନାଁରେ ୬୦ଟି ଏନକାଉଣ୍ଟର ରେକର୍ଡ ରହିଛି । ସେ ଅଧିକାଂଶ ଏନକାଉଣ୍ଟର ଚମ୍ବଲ ଅଞ୍ଚଳରେ କରିଛନ୍ତି ।

୫-ଦୀପକ କୁମାର:

deepak-ଆଇପିଏସ୍‌ ଦୀପକ କୁମାର ଚିତ୍ରକୁଟ ରେଞ୍ଜର ଡିଆଇଜି ଅଟନ୍ତି । ସେ ବିହାରର ବେଗୁସରାୟର ବାସିନ୍ଦା । ସେ ବିଏଚୟୁରୁ ପାଠ ପଢିଛନ୍ତି ।
-ଦୀପକ କୁମାରଙ୍କ ନାଁରେ ଉତ୍ତର ପ୍ରଦେଶରେ ରହିବାବେଳେ ୫୬ଟି ଏନକାଉଣ୍ଟର ରେକର୍ଡ ରହିଛି ।

୬-ସଚିନ୍‌ ହିନ୍ଦୁରାଓ୍ଵ ବାଜେ:

sachin-ମହାରାଷ୍ଟ୍ର ପୋଲିସ୍‌ ରେ ସେବା ଦେଉଥିବା ସଚିନ୍‌ ହିନ୍ଦୁରାଓ୍ଵ ବାଜେ ମୁମ୍ବାଇରେ ୬୩ ଅପରାଧୀ ଏବଂ ଗ୍ଯାଙ୍ଗଷ୍ଟାରସ୍‌ ଙ୍କୁ ମାରିଛନ୍ତି । ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ସଚିନଙ୍କ ମେଂଟର୍ସ ରହିସାରିଛନ୍ତି ।

୭-ବିଜୟ ସାଲସ୍କର:

bijay-ମହାରାଷ୍ଟ୍ର ପୋଲିସ୍‌ ଇସ୍ପେକ୍ଟର ବିଜୟ ସାଲସ୍କର ୨୬ ନଭେମ୍ବର ଦିନ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସଦୀଦ୍‌ ହୋଇଥିଲେ।
-ତାଙ୍କ ଚାକିରୀ କାଳରେ ସେ ୮୩ଟି ଏନକାଉଣ୍ଟର କରିଥିଲେ ।

୮-ପ୍ରଫୁଲ୍ଲ ଭୋସଲେ:

prafula-ଛୋଟା ସକିଲ୍‌ ସହିତ ହୋଇଥିବା ଏନକାଉଣ୍ଟରରେ ପ୍ରଫୁଲ୍ଲଙ୍କ ନା ସାମ୍ନାକୁ ଆସିଥିଲା । ଅନ୍ଯ ଏନକାଉଣ୍ଟର ସ୍ପେଶାଲିଷ୍ଟ ସହିତ ମୁମ୍ବାଇରେ ଅପରାଧୀମାନଙ୍କ ଭିତରେ ତାଙ୍କ ନାକୁ ନେଇ ଆତଙ୍କ ରହିଛି । ସେ ଏଯାଏ ୮୪ଟି ଏନକାଉଣ୍ଟର କରିସାରିଛନ୍ତି ।

୯-ଦୟା ନାୟକ:

daya nayak-ଯେତେବେଳେ ବି ଏନକାଉଣ୍ଟରର ନା ଆସିଥାଏ ସେତେବେଳେ ଦୟା ନାୟକଙ୍କ ନା ସାମ୍ନାକୁ ଆସିଥାଏ । ସେ ମୁମ୍ବାଇ ପୋଲିସର ସବୁଠାରୁ ପ୍ରସିଦ୍ଧ ଏବଂ ଜଣାଶୁଣା ଏନକାଉଣ୍ଟର ସ୍ପୋଶାଲିଷ୍ଟ ।
– ସବୁଠାରୁ ବଡ଼ କଥା ହେଉଛି କି ନାନା ପାଟେକଙ୍କର ଅଭିନୀତ ଫିଲ୍ମ ଅବତକ୍‌ ୫୬ ତାଙ୍କ ଉପରେ ଆଧାରିତ ହୋଇଛି ।
-ବର୍ତ୍ତମାନ ତାଙ୍କ ନାରେ ୮୦ଟି ଏନକାଉଣ୍ଟର କରିଥିବା ନେଇ ରେକର୍ଡ ରହିଛି ।

୧୦-ପ୍ରଦୀପ ଶର୍ମା:

pradip sharma-ମହାରାଷ୍ଟ୍ର ପୋଲିସ୍‌ ର ପ୍ରଦୀପ ଶର୍ମା ମୁମ୍ବାଇରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଅପରାଧୀଙ୍କ ମନରେ ଆତଙ୍କ ଖେଳାଇଛନ୍ତି ।
-ତାଙ୍କ ନାରେ ଏଯାଏ ୧୦୪ଟି ଏନକାଉଣ୍ଟର କରିଥିବା ନେଇ ରେକର୍ଡ ରହିଛି ।
-୨୦୧୦ରେ ତାଙ୍କୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ଏହାପରେ ସେ ପୁଣି ପୋଲିସ୍‌ ସେବାରେ ଯୋଗଦେବା ପରେ ସେ ବହୁ ପୋଲିସ୍‌ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇ ଏନକାଉଣ୍ଟର ସ୍ପେଶାଲିଷ୍ଟ କରିଛନ୍ତି ।
-କିଛି ଦିନ ପୂର୍ବରୁ ସେ ପୋଲିସ୍‌ ସେବାରୁ ଇସ୍ତଫା ଦେଇ ଶିବସେନାରେ ଯୋଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.