Below header

ନିଜ ନାମ ଠାରୁ ଅଧିକ ‘ମିସାଇଲ ମହିଳା’ ଭାବରେ ଜଣାଯାନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ମିସାଇଲ ମହିଳା ଭାବେ ଜଣା ଯାଉଥିବା ଡ଼. ଟେସି ଥୋମାସଙ୍କୁ କିଏ ବା ନ ଜାଣେ । ତାଙ୍କୁ ନେଇ ଦେଶ ଆଜି ଗର୍ବିତ । ଜଣେ ମହିଳା ହୋଇବି ସେ ଆଜି ଜଣେ ଆଗ ଧାଡ଼ିର ବୈଜ୍ଞାନିକ ଭାବେ ଅନେକ ସଫଳତା ସାଉଁଟି ପାରିଛନ୍ତି । ଖାଲି ସେତିକି ନୁହେଁ ସେ ମଧ୍ୟ ହେଉଛନ୍ତି ଭାରତର ପ୍ରଥମ କ୍ଷେପଣାସ୍ତ୍ର ବୈଜ୍ଞାନିକ । ସେ ବର୍ତ୍ତମାନ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା ( ଡିଆରଡିଓ)ରେ ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତୁ ଆଜି ଏହି ମହିୟସୀ ମହିଳାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା । ତାଙ୍କ ଜନ୍ମ ୧୯୬୩ ମସିହା ଏପ୍ରିଲ ମାସରେ କେରଳ ରାଜ୍ୟର ଅଲ୍ଲାପ୍ପୁଝା ଠାରେ ଏକ ଖ୍ରୀଷ୍ଟିୟାନ ପରିବାରରେ ହୋଇଥିଲା । ମଦର ଟେରେସାଙ୍କ ନାମ ଅନୁସାରେ ତାଙ୍କ ନାମ ଟେସି ରଖାଯାଇଥିଲା । ସେ କାଲିକଟ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂ ରେ ବି ଟେକ ଡିଗ୍ରୀ ହାସଲ କରିଥିଲେ ।

tesi thomas

ପରେ ପୁନେ ସ୍ଥିତ ଡିଫେନ୍ସ ଇନଷ୍ଟିଟ୍ୟୁଟ ରୁ ଏମଆଇ ଡିଗ୍ରୀ କରିବା ସହ ହାଇଦରାବାଦ ସ୍ଥିତ ଜେଏନଟିୟୁରୁ ମିସାଇଲ ଗାଇଡିଏନ୍ସ ବିଷୟରେ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ୧୯୮୮ ମସିହାରେ ଡିଆରଡିଓ ରେ ପ୍ରଥମେ କର୍ମ ଜୀବନ ଆରମ୍ଭ କରିଥିଲେ । ସେହି ବର୍ଷ ଅଗ୍ନି କ୍ଷେପଣାସ୍ତ୍ରରେ କାର୍ଯ୍ୟ କରିବା ପରେ ତାଙ୍କୁ ‘ଅଗ୍ନି ପୁତ୍ରୀ’ ପରିଚୟ ମିଳିଥିଲା । ଏମିତିକି ସେ ଅଗ୍ନି-୨, ଅଗ୍ନି -୩, ଅଗ୍ନି-୪ ଓ ଅଗ୍ନି -୫ ନାମକ ମିସାଇଲ ଗୁଡିକରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଅଗ୍ନି-୪ ଓ ଅଗ୍ନି -୫ର ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟରତ ଥିଲେ । କିନ୍ତୁ ଟେସିଙ୍କ ଯାତ୍ରା ଏହିଠି ସରିନଥିଲା । ଡ଼. ଟେସି ଥୋମାସ ଏବେ ଅଗ୍ନି-୫ ମିସାଇଲର ନେବି ଏଡିସନରେ କାର୍ଯ୍ୟରତ ଅଛନ୍ତି । ୨୦୦୧ ମସିହା ଅଗ୍ନି ସେଲ୍ଫ ରିଲାଏନ୍ସ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଚି । ୨୦୧୨ ମସିହାରେ ତାଙ୍କୁ ପ୍ରତିଷ୍ଠିତ ଲାଲ ବହାଦୁର ଶାସ୍ତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏହା ସହ ପଢନ୍ତୁ: ଏପରି ଏକ ରେସ୍ତୋରାଁ, ଯେଉଁଠି ଇନଷ୍ଟାରେ ଫଟୋ ଅପଲୋଡ କଲେ ମିଳେ ମାଗଣା ଖାଦ୍ୟ

ଏହି ପୁରସ୍କାର ମିସାଇଲ ଟେକନିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଥିଲା । ଏହି ବର୍ଷ ଟେସିଙ୍କୁ ଆଇଆଇଟି କାନପୁର ତରଫରୁ ଡ଼. ଅଫ ସାଇନ୍ସ ସମ୍ମାନରେ ସମ୍ମାନିତ କରାଯାଇଛି । ମଣ୍ଡି ସ୍ଥିତ ଆଇଆଇଟିରେ ଅନୁଷ୍ଠିତ ଏକ ସେମିନାରରେ ଡ଼. ଟେସି ନିଜେ ମିସାଇଲ ବନେଇବାର କୌଶଳ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଡ଼. ଟେସି ଅଧିକ ଦୂର ପର୍ଯ୍ୟନ୍ତ ଯାଇପାରୁଥିବା ଏକ ଗାଇଡିଏନ୍ସ ସ୍କିମର ଡିଜାଇନ ମଧ୍ୟ ପ୍ରସ୍ତୁତ କରିଥିଲେ । ଟେସିଙ୍କ ସ୍ୱାମୀ ସରୋଜ କୁମାର ମଧ୍ୟ ଭାରତୀୟ ନୌସେନାରେ ଏକ ବଡ ପଦବୀରେ କାର୍ଯ୍ୟରତ ଅଛନ୍ତି । ମିସାଇଲକୁ ନିଜ ଜୀବନର ପ୍ରଧାନ ଅଙ୍ଗ ଭାବେ ବାଛିଥିବା ଟେସି ନିଜ ପୁଅର ନାଁ ବି ସେହି ଅନୁଯାୟୀ ରଖିଛନ୍ତି । ଡ଼. ଟେସି ଥୋମାସଙ୍କର ତେଜସ ନାଁରେ ଏକ ପୁଅ ମଧ୍ୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.