କିଏ ଜଳି ଯାଉଛି ତ କିଏ ଦୁର୍ଘଟଣାରେ ମରୁଛି, ଆଉ କିଏ ବିଷାକ୍ତ ମଦ ପିଇ ଜୀବନ ହାରୁଛି

ବୋଧହୁଏ ୨୦୨୧ ବର୍ଷ ବିଦା ହେଉ ହେଉ ଅନେକ କିଛି ଦୁର୍ଘଟଣା ଘଟାଇ ଯିବାକୁ ନିଷ୍ପତ୍ତି ନେଇଛି । ଯଦି ଆମେ କେବଳ ଶେଷ ଦୁଇ ମାସକୁ ହିସାବକୁ ନେବା ତେବେ କୋଭିଡ୍‌ ଜନିତ ମୃତ୍ୟୁକୁ ଛାଡ଼ି ଅନ୍ୟାନ୍ୟ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେଲାଣି । ବଡ଼ ବଡ଼ ଘଟଣାରେ ପାଖାପାଖି ୯୦ ଜଣ ଲୋକଙ୍କର ମୃତ୍ୟୁ ହେଲାଣି । ଆସନ୍ତୁ ନଜର ପକାଇବା ଏହି ମୃତ୍ୟୁ ତାଲିକା ଉପରେ ।

ନଭେମ୍ବର ୬ : ବିହାରରେ ବିଷକ୍ତେ ମଦ ପିଇ ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ୨୪ ଜଣଙ୍କ ମୃତ୍ୟୁ।
ମହାରାଷ୍ଟ୍ର ଅହମଦ ନଗରଠାରେ ଏକ ହସପିଟାଲରେ ନିଆଁ ଲାଗି ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ।
ନଭେମ୍ବର ୧୦ : ରାଜସ୍ଥାନ ବାରମେର ଜିଲ୍ଲାରେ ଟ୍ରକ୍‌ ଓ ବସ୍‌ ଧକ୍କାରେ ୧୧ ଜଣଙ୍କର ମୃତ୍ୟୁ ।
ନଭେମ୍ବର ୨୮ : ପଶ୍ଚିମବଙ୍ଗ ହସଖଲି ରାଜ୍ୟ ରାଜପଥରେ ଦୁର୍ଘଟଣା ଘଟି ୧୮ ଜଣଙ୍କର ମୃତ୍ୟୁ । ରାସ୍ତା କଡ଼ରେ ରହିଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା ଏକ ଯାତ୍ରୀବାହୀ ବସ୍‌ ।
ଡିସେମ୍ବର ୪ : ଦିଲ୍ଲୀ ଗୁରଗାଓଁ ଅଞ୍ଚଳରେ ଏକ କାର୍‌ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ।
ଡିସେମ୍ବର ୫ : ନାଗାଲାଣ୍ଡର ମନ ଠାରେ ଯବାନଙ୍କ ଗୁଳିରେ ୧୪ ଜଣ ସାଧାରଣ ନାଗରିକ ଓ ଜଣେ ଯବାନ୍‌ଙ୍କ ମୃତ୍ୟୁ।
ଡିସେମ୍ବର ୮ : ସେନା ହେଲିକପଟର ଦୁର୍ଘଟଣାରେ ସେନା ମୁଖ୍ୟ ବିପିନ ରାଓ୍ଵତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ।

ଚଳିତ ବର୍ଷର ଶେଷ ମାସ ଚାଲିଛି । ହେଲେ ଯାଇଛି ମାତ୍ର ଗୋଟିଏ ସପ୍ତାହ । ଏବେ ଦେଖିବାର କଥା ବାକି ଦିନଗୁଡ଼ିକରେ କଣ ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.