ପିତାଙ୍କ ପଥକୁ ଅନୁସରଣ କରି ତାଙ୍କ ଠାରୁ ପାଇଥିଲେ ସାହସ ଓ ଶକ୍ତି, କିଛି ଏମିତି ଥିଲା ସିଡିଏସ୍‌ ବିପିନ୍‌ ରାଓ୍ଵତଙ୍କ ଯାତ୍ରା

ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା ହେଲିକପ୍ଟର। ଭିତରେ ବସିଥିଲେ ଭାରତର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ଵତ୍‌। ସାଙ୍ଗରେ ଥିଲେ ପତ୍ନୀ ମଧୁଲିକା ରାଓ୍ଵତଙ୍କ ସମେତ ଅନ୍ୟ ୧୪ ଜଣ ଯାତ୍ରୀ। ୱେଲିଂଟନ୍ ରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଇଥିଲେ । ୱେଲିଂଟନ୍ ରେ ଏୟାର ଫୋର୍ସର ଏକ କଲେଜରେ ଲେକ୍ଚର୍ ଥିଲା ଜେନେରାଲ ବିପିନ୍ ରାୱତଙ୍କର। କିନ୍ତୁ ଗନ୍ତବ୍ୟପଥରେ ପହଁଚିବା ପୂର୍ବରୁ ଅଧା ବାଟରେ ଘଟିଗଲା ଅଘଟଣ। ତାମିଲନାଡୁର କୁନ୍ନୁର ଠାରେ ଘଞ୍ଚ ଜଙ୍ଗଲ ଭିତରେ ଦୁର୍ଘଟଣାର ଶିକାର ହେଲା ସବୁଠାରୁ ସୁରକ୍ଷିତ ହେଲିକପ୍ଟର ଏମଆଇ-୧୭ଭି-୫। ଆଉ ଏହି ଭୟଙ୍କା ହେଲିକପ୍ଟର କ୍ରାସରେ ବିପିନ୍‌ ରାଓ୍ଵତ୍‌ ଏବଂ ପତ୍ନୀଙ୍କ ସମେତ ସମସ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂହ ଚୌହାନ Mi-17V5 ର ପାଇଲଟ ଥିଲେ ଯିଏ ସିଡିଏସ ବିପିନ ରାୱତଙ୍କ ସହ ୧୪ ଜଣଙ୍କ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ୧୦୯ ହେଲିକପ୍ଟର ୟୁନିଟର କାମାଣ୍ଡିଙ୍ଗ ଅଫିସର ଥିଲେ।

ଚିଫ୍‌ ଡିଫେନ୍ସ ଅଫ୍‌ ଷ୍ଟାଫ୍‌ ବିପିନ୍‌ ରାଓ୍ଵତଙ୍କ ଜନ୍ମ ୧୬ ମାର୍ଚ୍ଚ ୧୯୫୮ରେ ଉତ୍ତରାଖଣ୍ଡର ପୌରୀ ଗଢ଼ଓ୍ଵାଲ ଜିଲ୍ଲାରେ ହୋଇଥିଲା। ତାଙ୍କ ପିତା ଲେଫ୍ଟନାଣ୍ଟ ଜେନେରାଲ ଲକ୍ଷ୍ମଣ ସିଂହ ରାଓ୍ଵତ। ବିପିନ୍‌ ରାଓ୍ଵତଙ୍କ ପ୍ରାରମ୍ଭିକ ଶିକ୍ଷା ଡେହରାଡୁନର କ୍ରେମ୍ବ୍ରିଜ ହାଇସ୍କୁଲ ଏବଂ ସେଣ୍ଟ ଏଡଓ୍ଵାର୍ଡ ସ୍କୁଲ ସିମଲାରେ କରିଥିଲେ। ଏହାପରେ ସେ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ ଡେହରାଡୁନକୁ ପଳାଇଲେ। ଯେଉଁଠି ତାଙ୍କୁ ଭଲ ପ୍ରଦର୍ଶନ ପାଇଁ ସ୍ୱର୍ଡ ଅଫ୍‌ ଅନର ସମ୍ମାନରେ ସମ୍ମାନିତ କରାଗଲା। ଏହାପରେ ସେ ହାଇଅର ଡିଫେନ୍ସ ଷ୍ଟଡି ପାଇଁ ଆମେରିକା ଚାଲିଗଲେ। ଯେଉଁଠି ସେ ଡିଫେନ୍ସ ସର୍ଭିସ ଷ୍ଟାଫ୍‌ କଲେଜରେ ଗ୍ରାଜୁଏଟ ହେଲେ ଏବଂ ନିଜର କମାଣ୍ଡ ନଲେଜକୁ ବଢ଼ାଇବା ପାଇଁ ସେ ହାଇୟର କମାଣ୍ଡ କୋର୍ସ ମଧ୍ୟ କଲେ।

ଭାରତର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ୍‌ ରାଉତ । ଭାରତୀୟ ଆର୍ମୀର ଫୋର ଷ୍ଟାର ଜେନେରାଲ । ୨୦୧୯ ଡିସେମ୍ବର ୩୦ରେ ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍‌ସ ଷ୍ଟାଫ୍‌ ଭାବେ ନିଯୁକ୍ତ ହୋଇଥିଲେ ଜେନେରାଲ ରାଓ୍ଵତ । ଜାନୁଆରୀ ୧, ୨୦୨୦ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପ୍ରଥମ କରି ଭାରତ ସରକାର ଏହି ପଦବୀ ସୃଷ୍ଟି କରିଥିଲେ । ତିନି ସେନା ମଧ୍ୟରେ ସମନ୍ଵୟ ରଖି କାର୍ଯ୍ୟ କରିବା ଥିଲା ସିଡିଏସ୍‌ର ମୁଖ୍ୟ ଉଦ୍ଦେଶ୍ୟ ।

bipin
image credit : dnaindia.com

ସିଡିଏସ୍‌ ଭାବେ ପ୍ରଥମ ଥର ପାଇଁ ୩ ସେନାକୁ ନେଇ ଇଣ୍ଟିଗ୍ରେଟେଡ୍‌ ଥିଏଥର କମାଣ୍ଡ୍‌ର ପରିକଳ୍ପନା କରିଥିଲେ ଜେନେରାଲ ବିପିନ ରାଓ୍ଵତ। ୧୭ଟି ସିଙ୍ଗିଲ ସର୍ଭିସ କମାଣ୍ଡକୁ ମିଶାଇ ୪ଟି ଜିଓଗ୍ରାଫିକାଲ କମାଣ୍ଡ କରାଯାଇଥିପାରିବ ବୋଲି କହିଥିଲେ ଜେନେରାଲ ରାଓ୍ଵତ । େଓ୍ଵଷ୍ଟର୍ଣ୍ଣ ଥିଏଟର କମାଣ୍ଡ, ନର୍ଦ୍ଦର୍ଣ୍ଣ ଥିଏଟର କମାଣ୍ଡ, ମାରିଟାଇମ୍‌ କମାଣ୍ଡ ଓ ଆଇଲ୍ୟାଣ୍ଡ କମାଣ୍ଡ । ପାକିସ୍ତାନ ସୀମା, ଚୀନ୍‌ ସୀମା ଓ ଭାରତର ଜଳସୀମା ପାଇଁ ଏହି ପରିକଳ୍ପନା କରିଥିଲେ ଜେନେରାଲ ରାଓ୍ଵତ । ସିଡିଏସ୍‌ ନିଯୁକ୍ତି ପୂର୍ବରୁ ଚିଫ୍‌ସ ଅଫ୍‌ ଷ୍ଟାଫ୍‌ କମିଟିର ୫୭ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ଜେନେରାଲ ରାଓ୍ଵତ । ୨୭ତମ ସ୍ଥଳସେନା ମୁଖ୍ୟ ଥିଲେ ।

୪୦ ବର୍ଷର କ୍ୟାରିଅର । ଭାରତୀୟ ଆର୍ମୀର ସବୁ ପାହ୍ୟାରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ଜେନେରାଲ ବିପିନ୍‌ ରାଓ୍ଵତ । ଡିସେମ୍ବର ୧୬, ୧୯୭୮ରେ ଆରମ୍ଭ କରିଥିଲେ କ୍ୟାରିଅର । ୧୧ ଗୋର୍ଖା ରାଇଫଲ୍‌ର ପଞ୍ଚମ ବାଟାଲିଅନ୍‌ରେ ଯୋଗ ଦେଇଥିଲେ । ସେହି ୟୁନିଟ୍‌, ଯେଉଁଠି ତାଙ୍କ ବାପା କାମ କରିଥିଲେ । କାଉଣ୍ଟର ଇନସର୍ଜେନ୍‌ସୀ ଅପରେସନ୍‌ରେ ତାଙ୍କର ବହୁ ଅଭିଜ୍ଞତା ରହିଛି । କ୍ୟାରିଅରର ପ୍ରଥମ ୧୦ ବର୍ଷ ଏହି ଅପରେସନ୍‌ରେ ସାମିଲ ଥିଲେ ରାଓ୍ଵତ । ଏହା ପରେ ପଦୋନ୍ନତି ଓ କମାଣ୍ଡିଂ ଦାୟିତ୍ୱ । ମେଜର ଭାବେ ସେ ଜମ୍ମୁ କାଶ୍ମୀର ଓ ଉରିରେ କମାଣ୍ଡାଣ୍ଟ ଥିଲେ । ଇଷ୍ଟର୍ଣ୍ଣ ସେକ୍ଟର କିବିଥୁ ଏଲଏସିରେ କର୍ଣ୍ଣେଲ ଭାବେ ୧୧ ଗୋର୍ଖା ରାଇଫଲ୍‌କୁ କମାଣ୍ଡିଂ କରିଥିଲେ । ବ୍ରିଗେଡିୟର ଭାବେ ସପୁର୍‌ରେ ରାଷ୍ଟ୍ରୀୟ ରାଇଫଲ୍‌କୁ କମାଣ୍ଡ କରିଥିଲେ ।

୧୯୮୭ରେ ସୁମଡୋରୋଙ୍ଗ ଚୁ ଭ୍ୟାଲିରେ ଚୀନ୍‌ ସହ ମୁହାଁମୁହିଁ ହୋଇଥିଲା ରାଓ୍ଵତଙ୍କ ବାଟାଲିଅନ୍‌ । ୧୯୬୨ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ମାକ୍‌ମୋହନ୍‌ ଲାଇନ୍‌ରେ ଏହା ଥିଲା ଭାରତ-ଚୀନ୍‌ ପ୍ରଥମ ସାମ୍ନାସାମ୍ନି ଘଟଣା । ୨୦୧୫ ମିଆଁମାର ଷ୍ଟ୍ରାଇକ୍‌ରେ ତାଙ୍କର ଭୂମିକା ଥିଲା । ୨୦୧୫ରେ ମଣିପୁରରେ ୧୮ ଜଣ ଭାରତୀୟ ଯବାନ ଆତଙ୍କବାଦୀଙ୍କ ଆମ୍ବୁସରେ ସହିଦ ହୋଇଥିଲେ । ସୀମାପାର ଷ୍ଟ୍ରାଇକ୍‌ କରି ଏହାର ପ୍ରତିଶୋଧ ନେଇଥିଲା ଭାରତୀୟ ଆର୍ମୀ।

latest newମେଜର ଜେନେରାଲକୁ ପଦୋନ୍ନତି ପରେ ୧୯ତମ ଇନଫାଣ୍ଟ୍ରି ଡିଭିଜନ୍‌ର ଜେନେରାଲ ଅଫିସର କମାଣ୍ଡିଂ ଭାବେ ଦାୟିତ୍ୱ ନେଇଥିଲେ ବିପନି ରାଓ୍ଵତ। ଇଷ୍ଟର୍ଣ୍ଣ କମାଣ୍ଡ୍‌ର ମେଜର ନେନେରାଲ ଜେନେରାଲ ଷ୍ଟାଫ୍‌ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଆର୍ମୀ କମାଣ୍ଡର ଗ୍ରେଡ୍‌କୁ ପଦୋନ୍ନତି ପରେ ଜାନୁଆରୀ ୧ ୨୦୧୬ରେ ଜେନେରାଲ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ସଦର୍ଣ୍ଣ କମାଣ୍ଡ ପଦବୀରେ ନିଯୁକ୍ତ ହୋଇଥିଲେ । ଏହାର କିଛି ଦିନ ପରେ ସେପଟେମ୍ବର ୧, ୨୦୧୬ରେ ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମୀ ଷ୍ଟାଫ୍‌ ଭାବେ ନିଯୁକ୍ତ ହୋଇଥିଲେ ବିପିନ୍‌ ରାଓ୍ଵତ। ୧୭ ଡିସେମ୍ବର ୨୦୧୬ରେ ୨୭ତମ ଚିଫ୍‌ ଅଫ୍‌ ଆର୍ମୀ ଷ୍ଟାଫ୍‌ ଭାବେ ଭାରତ ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ । ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିକ୍ରମ କରି ସେ ସ୍ଥଳସେନା ମୁଖ୍ୟ ହୋଇଥିଲେ । ଡିସେମ୍ବର ୩୧, ୨୦୧୬ରେ ଦାୟିତ୍ୱ ଗ୍ରହଣ କରିଥିଲେ । ଚିଫ୍‌ ଅଫ୍‌ ଆର୍ମୀ ଷ୍ଟାଫ୍‌ ହେବାରେ ସେ ଗୋର୍ଖା ବ୍ରିଗେଡ୍‌ର ତୃତୀୟ ଅଫିସର ।

୪୦ ବର୍ଷର କ୍ୟାରିଅର ଭିତରେ ଉଲ୍ଲେଖନୀୟ ସେବା ପାଇଁ ବହୁ ସାମରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜେନେରାଲ ରାଓ୍ଵତ । ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ ଭଳି ବହୁ ସମ୍ମାନ ପାଇଛନ୍ତି ।

rawatସିଡିଏସଙ୍କ ପତ୍ନୀ ହୋଇଥିବାରୁ ମଧୁଲିକାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଏଣୁ ସ୍ୱାମୀଙ୍କ ପ୍ରତ୍ୟେକ ଗସ୍ତରେ ସେ ସାମିଲ ହୁଅନ୍ତି। ମଧୁଲିକା ସିଡିଏସଙ୍କ ପତ୍ନୀ ହୋଇଥିବାରୁ ସେ ଡିଫେନ୍ସ ୱାଇଫସ୍ ୱେଲଫେୟାର ଆସୋସିଏସନ (ଡିଡବ୍ଲୁଡବ୍ଲୁଏ)ର ଅଧ୍ୟକ୍ଷା ଅଟନ୍ତି। ସେନା କର୍ମଚାରୀଙ୍କ ପତ୍ନୀମାନଙ୍କର ଏହି ଅନୁଷ୍ଠାନଟି ସେନାମୁଖ୍ୟଙ୍କ ପତ୍ନୀ ଭାବେ ତାଙ୍କ ଦାୟିତ୍ୱରେ ରହିଛି। ଅନୁଷ୍ଠାନ ସେନାରେ କାର୍ଯ୍ୟରତ ଅସଂଖ୍ୟ ସୈନିକ ଓ ଅଧିକାରୀଙ୍କ ନିର୍ଭର ପରିବାରଙ୍କ କଲ୍ୟାଣ ଲାଗି କାମ କରନ୍ତି। ଏଣୁ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫଙ୍କ ମୁଖ୍ୟାଳୟରେ ସଙ୍ଗଠନର କାର୍ଯ୍ୟାଳୟ ଥିବା ବେଳେ ଅଧ୍ୟକ୍ଷା ମଧୁଲିକା ରାୱତ ନିୟମିତ କାର୍ଯ୍ୟାଳୟକୁ ମଧ୍ୟ ଯାଆନ୍ତି।

ସିଡିଏସ ବିପିନ ପ୍ରଥମ ଥର ପାଇଁ ରାଓ୍ଵତ ଦୁର୍ଘଟଣାର ଶିକାର ହୋଇ ନାହାନ୍ତି। ଏହା ପୂର୍ବରୁ ୨୦୧୫ରେ ମଧ୍ୟ ରାଓ୍ଵତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୦୧୫ରେ ଜେନେରାଲ ବିପିନ ରାଓ୍ଵତ ନାଗାଲାଣ୍ଡର ଦିମାପୁର ସ୍ଥିତ ସେନାର ୩-କୋର ମୁଖ୍ୟାଳୟର ପ୍ରମୁଖ ପଦରେ ଥିଲେ। ଦିମାପୁରରରୁ ରାଓ୍ଵତ ନିଜର ଚିତା ହେଲିକପ୍ଟରରେ ବାହାରିଥିଲେ। ମାତ୍ର କିଛି ଉଚ୍ଚତା ପରେ ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ ରାଓ୍ଵତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଇଞ୍ଜିନ ଫେଲ୍ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଥିଲା। କିନ୍ତୁ ଏଥର ବିଧିର ବିଧାନ ଥିଲା ଅଲଗା। ସବୁ କିଛି ଶେଷ ହୋଇଗଲା। ଭାରତ ତାଙ୍କର ଅସାଧାରଣ ସେବାକୁ କେବେ ଭୁଲିବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.