ଗୋଟିଏ ଶରୀରରେ ଯୋଡି ହୋଇଥିବା ଦୁଇ ଭାଇ ସୋହନା ଓ ମୋହନାଙ୍କୁ ମିଳିଲା ଭିନ୍ନ ଭିନ୍ନ ପାସପୋର୍ଟ, ଭିନ୍ନ ଭିନ୍ନ ଦେଶକୁ କରିବେ ଭ୍ରମଣ

ପଞ୍ଜାବ ଅମୃତସରର ପିଙ୍ଗଲୱାଡାରେ ବାସ କରୁଥିବା ଗୋଟିଏ ଶରୀରରେ ଯୋଡି ହୋଇଥିବା ଦୁଇ ଭାଇ ହେଉଛନ୍ତି ସୋହନା ସିଂହ ଓ ମୋହନା ସିଂଙ୍କ ପାଇଁ ପାସ ପୋର୍ଟ ଜାରି କରାଯାଇଛି । ପ୍ରକୃତରେ ସୋହନା ଜର୍ମାନୀ ଯିବାକୁ ଇଚ୍ଛା ରଖିଥିବା ବେଳେ ମୋହନା ଇଂଲଣ୍ଡ ଯିବାକୁ ଇଚ୍ଛା ରଖିଛନ୍ତି । ଆଉ ଏହାକୁ ନେଇ ଏଦୁହେଁ ସେଠାରେ ରହୁଥିବା ପଂଜାବୀ ମାନଙ୍କ ନିକଟରେ ସ୍ପନସରସିପ ପାଇଁ ଅପିଲ କରିଛନ୍ତି । ଗୋଟିଏ ଶରୀର ଓ ଦୁଇଟି ମୁଣ୍ଡରେ ଯୋଡି ରହିଥିବା ସୋହନା ଓ ମୋହନା ପାଇଁ ଅମୃତସର ପାସପୋର୍ଟ ଅଫିସରୁ ପାସ୍ପୋର୍ଟ ଜାରି କରାଯାଇଛି । ଦୁହେଁ ଯୋଡି ହୋଇ ରହିଥିଲେ ସୁଦ୍ଧା ଦୁହିଁଙ୍କ ପାଇଁ ଭିନ୍ନ ଭିନ୍ନ ପାସ୍ପୋର୍ଟ ଜାରି କରାଯାଇଛି । କହିରଖିବା ଉଚିତ ହେବକି ଏହା ପୂର୍ବରୁ ଯେବେ ବିଧାନସଭା ନିର୍ବାଚନରେ ଦୁହେଁ ପ୍ରଥମ ଥର ପାଇଁ ମତଦାନ କରିଥିଲେ ଆଉ ସେସମୟରେ ସେମାନଙ୍କ ଭୋଟକୁ ବି ଭିନ୍ନ ଭିନ୍ନ ଧରାଯାଇଥିଲା । ଠିକ ସେହିପରି ସେମାନଙ୍କ ପାସପୋର୍ଟ ବି ଭିନ୍ନ ଭିନ୍ନ ଭାବେ ଜାରି କରାଯାଇଛି ।

ଅନ୍ୟପକ୍ଷରେ ପାସପୋର୍ଟ ଅଧିକାରୀ ସମଶେର ବହାଦୁର କହିଛନ୍ତିକି, ଏହା ହେଉଛି ତାଙ୍କ ଜୀବନର ପ୍ରଥମ କେଶ, ଯେଉଁଥିରେ ଗୋଟିଏ ଶରୀରରେ ଯୋଡ଼ା ଯାଇଥିବା ଦୁଇ ଜଣଙ୍କ ପାଇଁ ଭିନ୍ନ ଭିନ୍ନ ପାସପୋର୍ଟ ଜାରି କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ସୋହନା ଓ ମୋହନାଙ୍କ ପାଇଁ ପାସପୋର୍ଟ ଜାରି କରିବା ପାଇଁ ତାଙ୍କୁ ଏପ୍ରିଲ ୮ ତାରିଖରେ ଏକ ଆପ୍ଲିକେସନ ମିଳିଥିଲା । ଏହା ପରେ ପାସପୋର୍ଟ ଜାରି କରିବା ନେଇ ସମସ୍ତ କାଗଜ ପତ୍ର କାମ ଆରମ୍ଭ ହୋଇଥିଲା । ଯେମିତି ହିଁ ପାସପୋର୍ଟ ଜାରି କରିବା ପାଇଁ ଅନୁମତି ମିଳିଥିଲା ତାର ମାତ୍ର ୨  ଘଣ୍ଟା ଭିତରେ ହିଁ ପାସପୋର୍ଟ ଜାରି କରାଯାଇଥିଲା । ପାସପୋର୍ଟ ମିଳିବା ପରେ ଦୁହେଁ ମଧ୍ୟ ଖୁବ ଖୁସି ହୋଇଥିଲେ ।

ସେପଟେ ଦୁଇ ଭାଇ ସୋହନା ଓ ମୋହନା ବି ଖୁବ ଖୁସିଥିବା ଜଣାଯାଇଛି । ସେମାନେ ପାସ୍ପୋର୍ଟ ଜାରି କରିଥିବା ଅଧିକାରୀଙ୍କୁ ବି ଧନ୍ୟବାଦ ଜଣେଇଛନ୍ତି । ଖୁବ କମ ସମୟ ଭିତରେ ପାସପୋର୍ଟ ଜାରି କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଦୁହେଁ ଏହା ବି କହିଛନ୍ତିକି ସେମାନେ ବିଦେଶ ଗସ୍ତ କରିବାକୁ ଚାହୁଁଛନ୍ତି । ପିଲାଟି ବେଳରୁ ଏହା ସେମାନଙ୍କ ପାଇଁ ଯେମିତି ଏକ ସ୍ବପ୍ନ ଭାବେ ରହିଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.