ଗରମ ଦିନରେ ଏମିତି ୩ ପ୍ରକାରରେ ବନାନ୍ତୁ ଆମ୍ବ ଚଟଣୀ, ଖାଇଲେ ପାଟିରୁ ଛାଡିବନି

ବର୍ତ୍ତମାନ ଆମ୍ବର ଋତୁ ଚାଲିଛି। କଞ୍ଚା ଆମ୍ବ ହେଉ ଅବା ପାଚିଲା ଆମ୍ବ, ଗରମ ଦିନ ଆରମ୍ଭ ହୋଇଗଲେ ପ୍ରତି ଘରେ ଆମ୍ବ ଦେଖିବାକୁ ମିଳିଥାଏ। ଖାଦ୍ୟ ସହିତ ଆମ୍ବ ଚଟଣୀ ଖାଇବାର ସ୍ୱାଦକୁ ବଢାଇଦେଇଥାଏ। ଆପଣ ଯଦି ଏହି ପ୍ରକାରରେ ଆମ୍ବ ଚଟଣୀ ବନାଇବେ, ତେବେ ଖାଇବାର ସ୍ୱାଦ ବଢିଯିବ। ଗରମ ଦିନରେ ଏହାକୁ ବାରମ୍ବାର ଖାଇବାକୁ ଇଚ୍ଛା ହେବ। ତେବେ ଆମ୍ବକୁ ଆପଣ ଏପରି ୩ ପ୍ରକାରରେ ଚଟଣୀ କରି ଖାଇପାରିବେ।

ଆମ୍ବ ଚଟଣୀ କେମିତି ବନାଇବେ :

ଆମ୍ବ ଚଟଣୀ କରିବା ପାଇଁ ପ୍ରଥମେ କଢେଇରେ ତେଲ ଗରମ କରି ସେଥିରେ ସୋରିଷ, ଜିରା, ପାନମଧୁରୀ, ମେଥି, କଳାଜିରା ଏବଂ ଟିକେ ହେଙ୍ଗୁ ପକାଇ ଦିଅନ୍ତୁ। ଏହିସବୁ ମସଲା ବାସ୍ନା ହେବା ପରେ ସେଥିରେ କଞ୍ଚା ଆମ୍ବକୁ ପକାଇ ୨ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ସେଥିରେ ହଳଦୀ, ଲଙ୍କା, ଅଦା ଏବଂ ସ୍ୱାଦନୁସାରେ ଲୁଣ ପକାଇ ଗୋଟେ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ଏକ କପ ପାଣି ଦେଇ ଆମ୍ବ ନରମ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏଥିରେ ଗୁଡ ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାଇଦିଅନ୍ତୁ। ଏବେ ଏହା ଗାଢା ହୋଇଗଲା ପରେ ସେଥିରେ ଗରମ ମସଲା, ଚିଲି ଫ୍ଲେକ୍‌ ପକାଇ ଖାଇପାରିବେ।

କଞ୍ଚା ଆମ୍ବ ଓ ପୁଦିନା ଚଟଣୀ :

କଞ୍ଚା ଆମ୍ବ ଓ ପୁଦିନା ଚଟଣୀ କରିବା ପାଇଁ ଆମ୍ବ, ପୁଦିନା, ଲୁଣ, ଲଙ୍କା, ଆଉ ଟିକେ ଅଦା ପକାଇ ଏକ ସାଙ୍ଗରେ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟରେ ଟିକେ ପାଣି ଦେଇ ଆଉଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ ଆପଣ ଭାତ ସହିତ ଖାଇପାରିବେ।

mango
image source : youtube

ଆମ୍ବ ନଡିଆ ଚଟଣୀ :

ଆମ୍ବ ଚଟଣୀ କରିବା ପାଇଁ ପ୍ରଥମେ କଞ୍ଚା ଆମ୍ବ, ନଡିଆ, ଭଜା ଚଣଶ ଡାଲି, ଭୃସଙ୍ଗ ପତ୍ର, ଧନିଆପତ୍ର, ଲଙ୍କା, ଲୁଣ ପକାଇ ଏକାସାଙ୍ଗରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ଅଧାକପ ପାଣି ଦେଇ ଆଉ ଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ସ୍ମଥ ପେଷ୍ଟ ତିଆରି କରି ଏକ ପାତ୍ରରେ କାଢି ରଖନ୍ତୁ।

ଏବେ ଏକ କଢେଇରେ ତେଲ ଗରମ କରି ସେଥିରେ ସୋରିଷ, ଡାଲି, ଭୃସଙ୍ଗ ପତ୍ର ଏବଂ ଶୁଖିଲା ଲଙ୍କା ପକାଇ ୧ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ପରେ ପୂର୍ବରୁ ରଖିଥିବା ପେଷ୍ଟରେ ଏହାକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ନଡିଆ ଚଟଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.