ବିବାହର ଦୁଇ ଦିନ ପରେ ସ୍ତ୍ରୀକୁ ମାଡ଼ ମାରିଲେ ଲୋକପ୍ରିୟ ୟୁଟ୍ୟୁବର ବିବେକ ବିନ୍ଦ୍ରା, ଆଉ ତା ପରେ ଯାହା ହେଲା…

ଲୋକପ୍ରିୟ ୟୁଟ୍ୟୁବର ବିବେକ ବିନ୍ଦ୍ରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । କାରଣ ଏତେ ବଡ଼ ଫେମସ୍‌ ୟୁଟ୍ୟୁବର ହୋଇ ମଧ୍ୟ ସେ ନିଜ ସ୍ତ୍ରୀଙ୍କ ସହିତ ଅତ୍ୟାଚାର କରଛନ୍ତି ।

ଘରୋଇ ହିଂସାକାଣ୍ଡର ଶିକାର କେବଳ ସାଧାରଣ ଲୋକ ହୁଅନ୍ତି ତାହା ନୁହେଁ । ଏପରି କିଛି ବଡ଼ ବଡ଼ ଲୋକ ଅଛନ୍ତି ଯେଉଁମାନେ ଘରୋଇ ହିଂସାକାଣ୍ଡର ଶିକାର ହୁଅନ୍ତି । କିଛି ମହିଳା ଏଭଳି ଥାନ୍ତି ଯେଉଁମାନେ ଘରୋଇ ଅତ୍ୟାଚାର କୁ ମୁଣ୍ଡ ନୁଆଇଁ ସହି ଯାଆନ୍ତି । କିନ୍ତୁ କିଛି ମହିଳା ଏପରି ଅଛନ୍ତି ଯେଉଁମାନେ ନିଜ ଉପରେ ହେଉଥିବା ଅତ୍ୟାଚାରକୁ ସହଜରେ ଗ୍ରହଣ କରନ୍ତି ନାହିଁ ଏବଂ ଥାନାରେ ଅଭିଯୋଗ କରନ୍ତି । ଯାହା ଏକଦମ ଠିକ୍‌ । କାରଣ ମହିଳାମାନେ ଯଦି ଏଭଳି ଅତ୍ୟାଚାର ବିରୋଧରେ ସ୍ୱର ନ ଉଠାଇବେ ତେବେ ସେମାନଙ୍କ ପାଇଁ କିଏ ବା ଠିଆ ହେବ । ତେବେ ଆମେ କହୁଛୁ ଫେମସ ୟୁଟ୍ୟୁବର ବିବେକ ବିନ୍ଦ୍ରାଙ୍କ କଥା । ଯେ ନିଜ ବିବାହର ଦୁଇ ଦିନ ପରେ ହିଁ ନିଜ ସ୍ତ୍ରୀଙ୍କ ଉପରେ କରିଛନ୍ତି ଘରୋଇ ହିଂସା ।

ଲୋକପ୍ରିୟ ୟୁଟ୍ୟୁବର ବିବେକ ବିନ୍ଦ୍ରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । କାରଣ ଏତେ ବଡ଼ ଫେମସ୍‌ ୟୁଟ୍ୟୁବର ହୋଇ ମଧ୍ୟ ସେ ନିଜ ସ୍ତ୍ରୀଙ୍କ ସହିତ ଅତ୍ୟାଚାର କରଛନ୍ତି । ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ନୋଏଡାର ସେକ୍ଟର –୧୨୬ ପୋଲିସ ଥାନାରେ ତାଙ୍କ ପତ୍ନୀଙ୍କୁ ସେ ମାରପିଟ କରିଥିବା ଅଭିଯୋଗ ହୋଇଛି ।

ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା ତାଙ୍କ ପତ୍ନୀ ୟାନିକାଙ୍କ ସହ ଘରୋଇ ହିଂସା କରିଥିବା ଅଭିଯୋଗ ହୋଇଛି । ୟାନିକା ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀ ବିବେକ ବିନ୍ଦ୍ରା ବିବାହର ଦୁଇ ଦିନ ପରେ ତାଙ୍କୁ ମାଡ ମାରିଥିଲେ । ତାଙ୍କୁ ଏତେ ଜୋରରେ ମାଡ ମାରିଥିଲେ ଯେ ତାଙ୍କ କାନ ଫାଟି ଯାଇଥିଲା । ତାଙ୍କ ଚୁଟି ଟାଣି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ୟାନିକା ତାଙ୍କ ଶରୀରରେ ଆଘାତ ଦେଖାଉଛନ୍ତି। ତେବେ ୟାନିକା ହେଉଛନ୍ତି ବିନ୍ଦ୍ରାଙ୍କ ଦ୍ୱିତୀୟ ପତ୍ନୀ । ବିବେକ ବିନ୍ଦ୍ରାଙ୍କ ପ୍ରଥମ ପତ୍ନୀଙ୍କ ନାମ ହେଉଛି ଗିତିକା ସବରୱାଲ । ବିବେକ ବିନ୍ଦ୍ରା ୬ ଡିସେମ୍ବରରେ ଦ୍ୱିତୀୟ ବିବାହ କରିଥିଲେ । କିିନ୍ତୁ ବିବାହର ଠିକ୍ ୮ ଦିନ ପରେ ହିଁ ବିବେକଙ୍କ ପତ୍ନୀ ୟାନିକା ନୋଏଡା ସେକ୍ଟର ୧୨୬ ପୋଲିସ ଥାନାରେ ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ବିବେକ ବିନ୍ଦ୍ରା ତାଙ୍କ ବ୍ୟବସାୟରେ ସଂଘର୍ଷ କରୁଥିବା ସମୟରେ ତାଙ୍କ ଜୀବନରେ ଆଉ ଏକ ଝଡ଼ ଆସିଛି । ଡିସେମ୍ବର ୧୪ରେ ବିବେକ ବିନ୍ଦ୍ରାଙ୍କ ପତ୍ନୀ ୟାନିକା ତାଙ୍କ ବିରୋଧରେ ନୋଏଡା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ୪୧ ବର୍ଷିୟ ବୟସ୍କ ବିବେକ ବିନ୍ଦ୍ରା ୟାନିକାଙ୍କୁ ୬ ଡିସେମ୍ବରରେ ବିବାହ କରିଥିଲେ ।
ବିବେକ ବିନ୍ଦ୍ରାଙ୍କ ବିରୋଧରେ ୟାନିକାଙ୍କ ଭାଇ ବୈଭବ କ୍ୱାତ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ବିବେକ ତାଙ୍କ ଭଉଣୀକୁ ଏତେ ମାଡ଼ ମାରିଛନ୍ତି ଯେ ତାଙ୍କ କାନ ଫାଟି ଯାଇଛି । କେବଳ ଏତିକି ନୁହେଁ ବିବେକ ୟାନିକାଙ୍କ ଚୁଟି ମଧ୍ୟ ଟାଣିଥିଲେ ଯେଉଁଥିପାଇଁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ମାଡ଼ ମାରିବା ସହିତ ବିବେକ ୟାନିକାଙ୍କ ମୋବାଇଲ ଭାଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ୭ ତାରିଖ ଦିନ ସକାଳ ସମୟରେ ବିବେକ ନିଜ ମା’ଙ୍କ ସହିତ କୌଣସି କାରଣକୁ ନେଇ ଝଗଡ଼ା କରୁଥିଲେ । ଏହି ସମୟରେ ୟାନିକା ବିବାଦକୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ଫଳରେ ବିବେକ ୟାନିକାଙ୍କୁ ଏକ ରୁମରେ ବନ୍ଦ କରି ଦେଇଥିଲେ । ଏହା ପରେ ୟାନିକାଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଥିଲେ ବିବେକ । ୟାନିକା ବର୍ତ୍ତମାନ ଦିଲ୍ଲୀ କୈଳାସ ଦୀପକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପୋଲିସ ବିବେକଙ୍କ ବିରୋଧରେ ଆଇପିସି ଧାରା ୩୨୩, ୫୦୪,୪୨୭ ଏବଂ ୩୨୫ ସମେତ ଅନ୍ୟାନ୍ୟ ଧାରା ଲଗାଇ ମାମଲା ରୁଜ୍ଜୁ କରିଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି । ତଦନ୍ତରେ ଯିଏ ବି ସାମ୍ନାକୁ ଆସିବ ତା ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପୋଲିସ ପକ୍ଷରୁ ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.