ଜଳିଗଲା ଘର, ନିଜକୁ ରକ୍ଷା କରିବା ପାଇଁ କିଛି ବୁଝିପାରିଲେନି ଦୁଇ ଶିଶୁ: ତା’ ପରେ ଯାହା ହେଲା ଦେଖିଲେ ଆପଣଙ୍କ ଲୋକ ଟାଙ୍କୁରୀ ଯିବ

ସହରରେ ଅନେକ ଲୋକ ବହୁତ ବଡ ବଡ ଅଟ୍ଟାଳିକାରେ ରହୁଛନ୍ତି। ସେମାନେ ସମାଜରେ ନିଜର ଏକ ଷ୍ଟାଟସ ଦେଖାଇବା ପାଇଁ ହୁଏତ ଏଭଳି ବଡ ଅଟ୍ଟାଳିକାରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ କେବେ ଭାବିଛନ୍ତି ଯିଦ, ଏଭଳି ବଡ ଅଟ୍ଟାଳିକାରେ କୌଣସି ବିପଦ ଆସିଯିବ, ତେବେ କ’ଣ ହେବ। ହୁଏତ ଆପଣ ଘରେ ନଥିବେ। ପିଲାମାନେ କ’ଣ କରିବେ। କୌଣସି ପ୍ରାକୃତିକ ଦୁର୍ବିପାକ ହେଉ ଅବା ନିଆଁ ଲାଗିବା, ଏମିତି ଘଟଣାରେ ହୁଏତ କାହାର ଜୀବନ ମଧ୍ୟ ଚାଲିଯାଇପାରେ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଲୋକ ଟାଙ୍କୁରୀ ଉଠିବ। ଆପଣ ଭୟରେ ଥରିଯିବେ।

ଭିଡିଓରେ ଦେଖିବାକୁ ମିଳିଛି, ଏକ ବଡ ଅଟ୍ଟାଳିକା ଘରେ ନିଆଁ ଲାଗିଯିବାରୁ ଦୁଇଜଣ ଶିଶୁ ଝରକା ଦେଖି ୩ ମହଲା କୋଠା ତଳକୁ ଡେଉଁଛନ୍ତି। ସୌଭାଗ୍ୟବଃଶତ ସେମାନଙ୍କୁ ତଳେ ଥିବା ଲୋକ ଧରିବାକୁ ଚେଷ୍ଟା କରି ଧରୁଛନ୍ତି। ସୂଚନାଯୋଗ୍ୟ, ଫ୍ରାନ୍ସର ଗ୍ରେନୋବଲ ସହରରେ ଏକ ବିଲଡିଂରେ ନିଆଁ ଲାଗିଯିବାରୁ ଘର ଭିତରେ ଫସି ରହିଥିବା ଦୁଇ ଜଣ ଶିଶୁ ଝରକା ଦେଇ ତିନି ମହଲା କୋଠାରୁ ତଳକୁ ଡେଇଁଥିଲେ। ତେବେ ତଳେ ଜମା ହୋଇଥିବା ଲୋକେ ଶିଶୁମାନଙ୍କୁ କ୍ୟା୍ଚ କରି ସେମାନଙ୍କୁ ବଞ୍ଚାଇ ଦେଇଥିଲେ। ଏମାନଙ୍କ ଭିତରେ ଜଣେ ୧୦ ବର୍ଷର ଓ ଆଉ ଜଣେ ୩ ବର୍ଷର ଶିଶୁ ଥିଲେ।

ଏହି ଭିଡିଓଟି ଏବେ ଭାଇରାଲ ହୋଇଛି। ବିଲଡିଂର ଏକ ଫ୍ଲାଟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହାପରେ ଆଖପାଖର ଅନେକ ଫ୍ଲାଟରେ ନିଆଁ ବ୍ୟାପି ଯାଇଥିଲା। ସୋସାଇଟିର ଜଣେ ବ୍ୟକ୍ତି କହିଛନ୍ତି, ଉଭୟ ଶିଶୁ ବହୁତ ସାହସ ଦେଖାଇଛନ୍ତି। ୧୦ ବର୍ଷର ଶିଶୁ ପ୍ରଥମେ ନିଜର ୩ ବର୍ଷର ଭାଇକୁ ତଳକୁ ଫୋପାଡ଼ି ଦେଇଥିଲା ଓ ତାପରେ ନିଜେ ତଳକୁ ଡେଇଁଥିଲା। ଦୁଇ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.