Below header

ଏହି ମହିଳାଙ୍କ କେଶର ଲମ୍ବ ୬.୫ ଫୁଟ, ୩୦ ବର୍ଷ ହେବ କାଟି ନାହାନ୍ତି

ଲମ୍ବା ଓ ଘନ କେଶ ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । କିନ୍ତୁ ଆଜିକାଲି ଅଧିକାଂଶ ମହିଳା ଚାକିରୀ କରୁଥିବାରୁ କର୍ମବ୍ୟସ୍ତତା କାରଣରୁ ଲମ୍ବା କେଶ ରଖିପାରୁନାହାନ୍ତି କିମ୍ବା ରଖିବାକୁ ପସନ୍ଦ କରୁନାହାନ୍ତି । କିନ୍ତୁ ଏମିତି ବି କିଛି ମହିଳା ଅଛନ୍ତି ଯେଉଁମାନେ ନିଜ କେଶକୁ ନେଇ ଗର୍ବ କରନ୍ତି । ଆଉ ସେଥିପାଇଁ ଅଧିକ ସମ୍ବେଦନଶୀଳ ବି ଥାନ୍ତି । ଯେତେ କଷ୍ଟ ପଡୁ ପଛେ କେଶର ଯତ୍ନ ନେବା ପାଇଁ ତିଳେ ବି ହେଳା କରନ୍ତି ନାହିଁ | ଏହି ତାଲିକାରେ ୟୁକ୍ରେନ ବାସିନ୍ଦା ଏଲେନା କ୍ରାବଚେନକୋଙ୍କ ନାଁ ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମହିଳା ଜଣଙ୍କ କେଶର ଲମ୍ବ ଫୁଟେ କି ଦୁଇ ଫୁଟ ନୁହେଁ ସାଢେ ୬ ଫୁଟ । Odessa ନାମକ ଏହି ମହିଳା ଜଣଙ୍କ ୩୦ବର୍ଷ ହେବ ନିଜ କେଶ କାଟି ନାହାନ୍ତି । ୩୨ ବର୍ଷୀୟା ଏହି ମହିଳା ଜଣଙ୍କର କେଶ ପାଖାପାଖି ୨ ମିଟର କିମ୍ବା ୬.୫ ଫୁଟ ହେବ ।

long hair

ତାଙ୍କର ଏହି ଲମ୍ବା ଓ ସୁନ୍ଦର କେଶକୁ ଦେଖି ଲୋକେ ତାଙ୍କ ତୁଳନା ରାଜକୁମାରୀ ରାପଞ୍ଜେଲଙ୍କ ସହ କରନ୍ତି । ଡିଜ୍ନିର ଏକ କାହାଣୀରେ ରାଜକୁମାରୀ ରାପଞ୍ଜେଲଙ୍କ କେଶ ଖୁବ ଲମ୍ବା ଥିଲା । ଏନେଇ Odessaଙ୍କୁ ପଚରା ଯିବାରୁ ସେ କହିଥିଲେକି ନିଜ ମା’ ଙ୍କ ଠାରୁ ପ୍ରେରଣା ପାଇ ସେ ପ୍ରଥମେ କେଶ ରଖିବା ଆରମ୍ଭ କରିଥିଲେ । ମା ତାଙ୍କୁ ବୁଝେଇ ଥିଲେକି ଜଣେ ମହିଳାଙ୍କ ପ୍ରକୃତ ସୌନ୍ଦର୍ଯ୍ୟ ତାଙ୍କ କେଶରେ ହିଁ ଥାଏ । ଏହି କାରଣରୁ ମାତ୍ର ୫ ବର୍ଷ ବୟସରୁ ହିଁ ସେ ଲମ୍ବା କେଶ ରଖି ଆସୁଛନ୍ତି | ସେବେଠାରୁ ହିଁ ନିଜ କେଶ କାଟି ନାହାନ୍ତି ।

long hair

ନିଜ କେଶର ଧ୍ୟାନ ଖୁବ ଯତ୍ନର ସହ ରଖନ୍ତି Odessa । ସପ୍ତାହକୁ ଥରେ ନିଶ୍ଚିନ୍ତ ରୂପେ ଧୁଅନ୍ତି । ଏଥିପାଇଁ ତାଙ୍କୁ ୩୦ ମିନିଟ ପାଖାପାଖି ସମୟ ଲାଗେ । କିନ୍ତୁ ଏହାକୁ ଶୁଖାଇବା ପାଇଁ ଡ୍ରଏୟର ବ୍ୟବହାର ନକରି ପ୍ରାକୃତିକ ଉପାୟରେ ହିଁ ଶୁଖାନ୍ତି । ଖାଲି ସେତିକି ନୁହେଁ ବିଭିନ୍ନ ସୋସିଆଲ ମିଡିଆରେ ନିଜ ଫଟୋ ସେୟାର କରି ମହିଳା ମାନଙ୍କୁ ଲମ୍ବା କେଶ ରଖିବା ପାଇଁ ପ୍ରେରଣା ଯୋଗାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.