କେବେ ଦେଖିଛନ୍ତି କି ଏମିତି ଅଙ୍ଗୁର? ଯାହାର ଦାମ ସାଢ଼େ ୭ ଲକ୍ଷ, ଜାଣନ୍ତୁ ଏହା ବିଷୟରେ

ଆପଣ କେବେ ଲାଲ ଅଙ୍ଗୁର ଖାଇଛନ୍ତି କି ? ଏବେ ଆପଣ କହୁଥିବେ ଲାଲ ରଙ୍ଗର ଅଙ୍ଗୁର ଅଛି କୋଉଠି ଯେ ଖାଇବୁ ଅଙ୍ଗୁର ତ ସାଧାରଣତଃ ସବୁଜ କିମ୍ବା କଳା ରଙ୍ଗର ହୋଇଥାଏ । କିନ୍ତୁ ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ ଅଙ୍ଗୁର ଲାଲ ରଙ୍ଗର ମଧ୍ୟ ଥାଏ ।  ଯଦିଓ ଭାରତରେ ଏହା ମିଳିବ କଷ୍ଟକର ହୋଇଥାଏ କିନ୍ତୁ ଏହାର ଗୋଟେ ଗୁଚ୍ଛର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆହୁରି ପଢନ୍ତୁ: କେଶ ସମସ୍ୟା ରହୁଛି କି? ତେବେ ଲଗାନ୍ତୁ ଅଙ୍ଗୁରରୁ ପ୍ରସ୍ତୁତି ମାସ୍କ, ଦେବ ଆଶ୍ଚର୍ଯ୍ୟ ପ୍ରକାର ଫାଇଦା

ଜାପାନରେ ଲୋକମାନେ ଏକ ଛୋଟ ଗୁଚ୍ଛ ଅଙ୍ଗୁର କିଣିବା ପାଇଁ ଦେଇଥାନ୍ତି ୭.୫ ଲକ୍ଷ ଟଙ୍କା। ଏହି କିସମ ଅଙ୍ଗୁରର ନାମ ରୁବି ରୋମାନ ଅଟେ। ଏହା ଏକ ବିଶେଷ ପ୍ରଜାତିର ଅଙ୍ଗୁର ଅଟେ ଯାହାର ଓଜନ ପ୍ରାୟ ୨୦ଗ୍ରାମ ହୋଇଥାଏ। ପ୍ରତି ଗୁଚ୍ଛରେ ପାଖାପାଖି ୨୪ଟି ଅଙ୍ଗୁର ଥାଏ।ଉଚ୍ଚା ଦର କାରଣରୁ ଏହି ଲାଲ ଅଙ୍ଗୁରକୁ ଧନୀଙ୍କ ଫଳ ବୋଲି ଜଣାଯାଇଥାଏ।

୧୨ ବର୍ଷ ପୂର୍ବେ ଏହି କିସମର ଅଙ୍ଗୁରକୁ ଇସିକାୱାରର ସରକାର ବାହାର କରି ଥିଲେ। ଏହି ଅଙ୍ଗୁର ଖାଇବା ପାଇଁ ବହୁତ ମିଠା ହୋଇଥାଏ ଏବଂ ଏହା ଜାପାନରେ ଲକ୍ଜୁରୀ ଫଳଗୁଡିକ ମଧ୍ୟରେ ଆସିଥାଏ। ସେଥିପାଇଁ ଏହାକୁ ସେଠାରେ ଶୁଭ ଅବସରରେ ଗିଫ୍ଟ ରୂପେ ଦିଆଯାଇଥାଏ ସାଧାରଣତଃ ଜାପାନରେ ଏହି କିସମର ଅଙ୍ଗୁର ସହଜରେ ମିଳୁ ନଥିବାରୁ ଏହାର ଦର ବହୁତ ମହଙ୍ଗା ହୋଇଥାଏ।

ମଙ୍ଗଳବାର ଦିନ କନାଜାବାର ଥୋକ ବଜାରରେ ଏହି ଅଙ୍ଗୁର ପାଇଁ ନିଲାମ ଡ଼କାଯାଇଥିଲା ଏବଂ ନିଲାମରେ ଅଙ୍ଗୁରର ଏକ ଗୁଚ୍ଛକୁ ହାକୁରାକୁସୁ ନାମକ ଏକ କମ୍ପାନୀ ୧୧ ହଜାର ଡ଼ଲାର ବା ୭.୫୨ ଲକ୍ଷ ଟଙ୍କାରେ କିଣିଥିଲା । ଏହି କମ୍ପାନୀ ଜାପାନରେ ହୋଟେଲ ବିଜନେସ ସହ ଜଡିତ ଅଛି। ଇସିକାୱା ସହକାରୀ ସମିତିର ତଥ୍ୟ ଅନୁସାରେ କମ୍ପାନୀ ସେପ୍ଟେମ୍ବର ମାସ ମଧ୍ୟରେ ରୁବି ରୋମାନ କିସମର ପ୍ରାୟ ୨୬ ହଜାର ଗୁଚ୍ଛ ରପ୍ତାନି କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.