ଟେଡି ଡେ, ପ୍ରିୟତମାକୁ ଟେଡି ଦେଇ ବୁଝାଇଦିଅନ୍ତୁ ମନର କଥା

ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ଉପହାରରେ ଟେଡି ଦେଇ ସେମାନଙ୍କୁ ନିଜ ଭଲ ପାଇବା ଦର୍ଶାଇଥାନ୍ତି । ଆପଣ ବି ଯଦି କାହାକୁ ପସନ୍ଦ କରୁଛନ୍ତି ଓ ଭାଲେଣ୍ଟାଇନ୍ ସପ୍ତାହରେ ତାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ସାଥୀଙ୍କ ପ୍ରିୟ ରଙ୍ଗର ଟେଡି ଦିଅନ୍ତୁ ।

ପ୍ରେମ ସପ୍ତାହର ଚତୁର୍ଥ ଦିନ । କେମିତି ଭାଲେଣ୍ଟାଇନ ୱିକ ପାଳନ କରିବେ ତାକୁ ନେଇ ଅନେକ ପ୍ଲାନିଂ କରିଥାନ୍ତି। ପ୍ରେମ ସପ୍ତାହ ତ ୭ ତାରିଖରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ରୋଡ ଡେ, ଦ୍ବିତୀୟ ଦ୍ବିନରେ ପ୍ରପୋଜ ଡେ ଆଉ ୩ୟ ଦିନରେ ଚକୋଲେଟ ଡେ ପରେ ଆଜି ଅର୍ଥାତ୍ ଚତୁର୍ଥ ଦିନରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଟେଡି ଡେ।

ଫେବୃଆରୀ ମାସର ୧୪ ତାରିଖକୁ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଯାଉଥିବା ବେଳେ ୧୦ ତାରିଖକୁ ଟେଡି ବିୟର ଡେ ଭାବେ ପାଳନ କରାଯାଏ । ଏହିଦିନ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ଉପହାରରେ ଟେଡି ଦେଇ ସେମାନଙ୍କୁ ନିଜ ଭଲ ପାଇବା ଦର୍ଶାଇଥାନ୍ତି । ଆପଣ ବି ଯଦି କାହାକୁ ପସନ୍ଦ କରୁଛନ୍ତି ଓ ଭାଲେଣ୍ଟାଇନ୍ ସପ୍ତାହରେ ତାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ସାଥୀଙ୍କ ପ୍ରିୟ ରଙ୍ଗର ଟେଡି ଦିଅନ୍ତୁ ।

ଟେଡି ଦେବା ବେଳେ ସବୁବେଳେ ତା’ ଉପରେ କ’ଣ ଲେଖାଯାଇଛି, ତାହା ଉପରେ ଧ୍ୟାନ ଦେବେ । ଯେଉଁ ଟେଡି ଉପରେ ଆଇ ଲଭ୍ ୟୁ ଲେଖାଯାଇଛି କେବଳ ସେହି ଟେଡିକୁ ହିଁ ଆପଣ ପ୍ରିୟତମାଙ୍କୁ ଦିଅନ୍ତୁ । ସେ ଆପଣଙ୍କ ମନର କଥା ନିଶ୍ଚୟ ବୁଝିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.