ବାସ୍ତୁ ଅନୁସାରେ, ଆମ ଆଖପାଖରେ ଥିବା ସବୁ ଜିନିଷର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। କିଛି ଜିନିଷ ଆମ ଉପରେ ସକାରାତ୍ମକ ପ୍ରଭାବ ପକାଏ ତ ଆଉ କିଛି ନକାରାତ୍ମକ। କିଛି ଲୋକ ଶୋଇବା ବେଳେ ମୁଣ୍ଡ ପାଖେ କିଛି ଜିନିଷ ରଖି ଶୋଇଥାନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ମୋବାଇଲ। ଏସବୁ ଜିନିଷକୁ ମୁଣ୍ଡ ଉପରେ ରଖି ଶୋଇବା ଶରୀର ଉପରେ କୁପ୍ରଭାବ ପକାଇବା ସହ ବାସ୍ତୁ ସମସ୍ୟା ମଧ୍ୟ ସୃଷ୍ଟି କରେ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ କେଉଁ ସବୁ ଜିନିଷକୁ ମୁଣ୍ଡ ପାଖେ ରଖି ଶୋଇବା ଅନୁଚିତ୍…
ଆଇନା: ମୁଣ୍ଡ ପାଖରେ ଆଇନା ରଖି ଶୋଇବା ଅନୁଚିତ। ବାସ୍ତୁ ଅନୁସାରେ, ଶୋଇବା ବେଳେ ଆଇନାରେ ଛାଇ ଦିଶିବା କଥା ନୁହେଁ। ଏହା ଦ୍ୱାରା ବୈବାହିକ ଜୀବନରେ ସମସ୍ୟା ଉପୁଜେ।
ବହି: ମୁଣ୍ଡ ପାଖରେ ବହି ରଖି ଶୋଇଲେ ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼େ।
ଔଷଧ: ବାସ୍ତୁ ଅନୁସାରେ ମୁଣ୍ଡ ପାଖେ ଔଷଧ ରଖି ଶୋଇବା ଦ୍ୱାରା ଆପଣଙ୍କ ରୋଗାଗ୍ରସ୍ତ ହୋଇପାରନ୍ତି।
ପାଣି: ମୁଣ୍ଡ ପାଖରେ ପାଣି ରଖି ଶୋଇବା ଅଶୁଭ ହୋଇଥାଏ। ଏହା ଦ୍ୱାରା କୁଣ୍ଡଳୀରେ ଚନ୍ଦ୍ର ପ୍ରଭାବିତ ହୋଇଥାନ୍ତି। ଫଳରେ ମାନସିକ ଅଶାନ୍ତି ଲାଗି ରହେ।
ଇଲେକ୍ଟ୍ରୋନିକ୍ସ ଜିନିଷ: ମୋବାଇଲ, ଘଣ୍ଟା, ଫୋନ୍, ଲ୍ୟାପଟପ୍ ଆଦି ଇଲେକ୍ଟ୍ରାନିକ୍ ଜିନିଷ ମୁଣ୍ଡ ଉପରେ ଆଦୌ ରଖି ଶୁଅନ୍ତୁ ନାହିଁ। ଏସବୁ ଜିନିଷ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
ପର୍ସ: ଅଧିକାଂଶ ଲୋକ ମୁଣ୍ଡ ତଳେ ପର୍ସ ରଖି ଶୋଇଥାନ୍ତି। ଏଭଳି ଶୋଇବା ଦ୍ୱାରା ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିପାରେ। ଏଥିସହ ସମ୍ପର୍କ ବି ଖରାପ ହୁଏ।