ଭୁଲରେ ବି ଏହି ଜିନିଷ କରନ୍ତୁ ନାହିଁ ଦାନ, ହେବ କ୍ଷତି ହିଁ କ୍ଷତି

କଛି ଗରୀବ କିମ୍ବା ବ୍ରାହ୍ମଣଙ୍କୁ ଦାନ କରିବା ବହୁତ ଶୁଭ ମନାଯାଇଥାଏ । ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କ ସବୁ ପାପ ଧୋଇ ହୋଇଯାଇଥାଏ ଓ ବହୁତ ଲାଭ ମିଳିଥାଏ । ବହୁବାର ଦାନ କଲେ ମଧ୍ୟ ଏହାର ଫଳ ମିଳେ ନାହିଁ । ହେଲେ ଏମିତି କିଛି ଜିନିଷ ଦାନ କରିବା ଦ୍ୱାରା କ୍ଷତି ହିଁ କ୍ଷତି ହୋଇଥାଏ । ଏହାକୁ ଦାନ କରିବା ଦ୍ୱାରା ଦେବା ବାଲା କିମ୍ବା ପାଇବା ବାଲାର ଲାଭ ହୋଇ ନଥାଏ । ତେଣୁ ଦାନ କଲା ବେଲେ ଏହି କଥା ଉପରେ ଖାସ ନଜର ରଖିବା କଥା । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଦାନ କରିବା କଥା ନୁହେଁ ।

ଏହି ଜିନିଷର ଦାନ ହୋଇଥାଏ ଅଶୁଭ

ଝାଡୁ 

ବ୍ୟକ୍ତି କେବେ ଝାଡୁ ଦାନ କରିବା କଥା ନୁହେଁ । କୁହାଯାଏ ଝାଡୁ ଦାନ କରିବା ଦ୍ୱାରା ଘରୁ ପଇସା ଶେଷ ହୋଇଯାଏ । ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଫାଟିଯାଇଥିବା ଗ୍ରନ୍ଥ ବା ବହି

ମନାଯାଇଥାଏ ଯେ କେବେ ବି ଫାଟିଯାଇଥିବା ଗ୍ରନ୍ଥ ବା ପୁସ୍ତକ ଦାନ କରିବା କଥା ନୁହେଁ । ଏହାକୁ ଦାନ କରିବା ଶୁଭ ହୋଇନଥାଏ।

ତେଲ

କେବେ ବି ବ୍ୟବହାର କରାଯାଇଥିବା ତେଲ ଦାନ କରନ୍ତୁ ନାହିଁ । ଏମିତି କଲେ ଶନିଦେବଙ୍କ ଖରାପ ପ୍ରଭାବ ସାମନା କରିବାକୁ ପଡିବ ।

ଷ୍ଟିଲ ବାସନ ଓ ପ୍ଲାଷ୍ଟିକ ବସ୍ତୁ

କେବେ ବି ଷ୍ଟିଲ ବାସନ ଓ ପ୍ଲାଷ୍ଟିକ ବସ୍ତୁ ଦାନ କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଘରେ ବହୁ ପ୍ରକାର କ୍ଷତି ହୋଇଥାଏ । ଘରର ସୁଖ ଶାନ୍ତି ଚାଲିଯାଇଥାଏ ।

ବାସି ଖାଦ୍ୟ

କେବେ ବି କାହାକୁ ବାସି ଖାଦ୍ୟ ଦାନ କରନ୍ତୁ ନାହିଁ । ବାସି ଖାଦ୍ୟ ଦେବା ଦ୍ୱାରା ବହୁ ପ୍ରକାର ଅସୁବିଧା ସାମନା କରିବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.