ମନ୍ଦିରର ପୂଜକଙ୍କ ପୁଅ OASରେ ସଫଳ,ଘରେ ଖୁସିର ମାହୋଲ

ଜଳେଶ୍ବର(କେନ୍ୟୁଜ୍): ବାପା ମନ୍ଦିରର ପୂଜକ, ପୁଅ ହେଲେ ଓଏଏସ । ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାରେ ସଫଳ ହୋଇଛନ୍ତି ବାଲିଆପାଳର ପୁଅ ପ୍ରତୀକ କୁମାର ପଣ୍ଡା । ପ୍ରତୀକଙ୍କ ବାପା କମଳଲୋଚନ ପଣ୍ଡା ବାଲିଆପାଳ ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିରର ପୂଜକ । ମାଆ ଗୀତାଞ୍ଜଳି ପଣ୍ଡା ଜଣେ ଗୃହିଣୀ ।

ପରିବାରର ସାନପୁଅ ପ୍ରତୀକ ଓସିଏସ ପରୀକ୍ଷାରେ ୩୩ତମ ସ୍ଥାନ ଅଧିକାର କରିଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟରୁ ପିଜି ପାଠ୍ୟକ୍ରମ ଶେଷ ପରେ ଭୁବନେଶ୍ଵର ଫରେନସିକ୍‌ ସାଇନ୍ସ ଲାବ୍‌ରେ ଚାକିରି ଜୀବନ ଆରମ୍ଭ କରିଥିଲେ ପ୍ରତୀକ । ଏହାପରେ ୨୦୨୨ରେ ସେ ହାଇକୋର୍ଟରେ ଏଏସ୍‌ଓ ଭାବେ ନିଯୁକ୍ତି ପାଇଥିଲେ । ଆଗାମୀ ଦିନରେ ସେ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷା ଦେଇ ଆଇଏଏସ୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.