Below header

ଅକ୍ଟୋବର ୩୦ରେ ଶୁକ୍ର କରୁଛନ୍ତି ରାଶି ପରିବର୍ତ୍ତନ, ଏହି ୫ ରାଶିଙ୍କର ଲାଭ ହିଁ ଲାଭ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ରାଶି ପରିବର୍ତ୍ତନ ମନୁଷ୍ୟଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆଣିଥାଏ । ଗ୍ରହମାନେ ରାଶି ପରିବର୍ତ୍ତନ କରିବା ଦ୍ୱାରା ସେମାନଙ୍କର ଗୋଚର ଫଳ ୧୨ ଟି ରାଶିକୁ ପ୍ରଭାବିତ । ଏହି ଗୋଚର ଫଳ ବିଭିନ୍ନ ରାଶିକୁ ବିଭିନ୍ନ ଭାବେ ପ୍ରଦାନ କରିଥାନ୍ତି । ଶୁକ୍ର ଗ୍ରହ ୩୦ ଅକ୍ଟୋବର ୨୦୨୧ ଦିନ ୩ଟା ୫୬ ମିନିଟରେ ଧନୁ ରାଶିକୁ ପରିବର୍ତ୍ତନ କରିବେ । କିଛି ରାଶି ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ କେବଳ ଲାଭ ହିଁ ଲାଭ । ଜାଣନ୍ତୁ ଆପଣଙ୍କ ରାଶି ଏଥିରେ ନାହିଁ ତ ।

transit
p.c : zeenews. India.com

ଶୁକ୍ର ଭୌତିକ ସୁଖ ଦେବାର ଗ୍ରହ । ଏହି ଗ୍ରହ ଭଲ ଭାବେ ରହିଲେ ଭୌତିକ ସୁଖ ଯଥା ଘର, ଗାଡ଼ି, ଅଳଙ୍କାର, ସୌକୀନ ପଦାର୍ଥ ଓ ପ୍ରେମ ଆଦିରେ ସଫଳତା ଦେବେ । ପରିବାରରେ ଶାନ୍ତି ଓ ସୁଖ ମିଳିବ । ପ୍ରେମ ଜୀବନକୁ ଅଧିକ ସୁନ୍ଦର କରିବ । ଗାଡ଼ି, ଘର ଆଦି କିଣିବେ । ବିଳାସପୂର୍ଣ୍ଣ ଦ୍ରବ୍ୟ ଆଦିରେ ଖର୍ଚ୍ଚ କରିବେ । ଆପଣଙ୍କ ବିଚାରର ପ୍ରଶଂସା ହେବ ।

ଧନ ଓ ପ୍ରତିଷ୍ଠା ଅର୍ଜନ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ନିଷ୍ଠା ବଢ଼ିବ । ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ । ମାତା ପିତାଙ୍କ ସହ ଭଲ ସମ୍ପର୍କ ରହିବ । ଯେଉଁ ୫ ରାଶିକୁ ଶୁକ୍ରଙ୍କ ଏହି ଗୋଚର ଫଳ ଶୁଭ ଦେବ ସେହି ରାଶି ଗୁଡ଼ିକ ହେଲା ମେଷ,କର୍କଟ,ତୁଳା,ବିଛା,ମୀନ ରାଶି । ଅନ୍ୟ ରାଶି ଉପରେ ଭଲ ଓ ମନ୍ଦ ମିଶ୍ରିତ ଫଳ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.