ଏହି ୪ କଥା ସମସ୍ତଙ୍କର ଉଡାଇ ଦେଇଥାଏ ନିଦ, ପୁରୁଷ ହୁଅନ୍ତୁ ବା ମହିଳା, ଜାଣନ୍ତୁ କ’ଣ କୁହନ୍ତି ବିଦୁର

ମହାତ୍ମା ବିଦୁର ମହାଭାରତ ସମୟରେ ସବୁଠୁ ବଡ଼ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ବୁଦ୍ଧିମାନ ସହ ଦୂରଦର୍ଶୀ ମଧ୍ୟ ଥିଲେ । କୁହାଯାଏ ସମୟ ପୂର୍ବରୁ ଆସିବାକୁ ଥିବା ସଂକଟ ବିଷୟରେ ବିଦୁର ଲୋକଙ୍କୁ ଅବଗତ କରାଇ ଦେଉଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଦୁର ନୀତି ସମ୍ପର୍କରେ କହିବୁ ଯାହାକୁ ଅନୁସରଣ କଲେ ଜୀବନରେ କେବେ କିଛି ସମସ୍ୟା ଆସିବ ନାହିଁ । ଆସନ୍ତୁ ଜାଣିବା କିଛି ମହତ୍ୱପୂର୍ଣ୍ଣ ବିଦୁର ନୀତି । ବିଦୁରଜୀ କହିଛନ୍ତି ଯେ ମହିଳା ହୁଅନ୍ତୁ ବା ପୁରୁଷ, ଏହି ୪ କଥାକୁ ଜୀବନରେ ଜରୁର ମନେ ରଖିବା କଥା । ଏହି କଥା ସେମାନଙ୍କର ସୁଖ ଶାନ୍ତି ଶେଷ କରିଦେଇଥାଏ ।

କାମ ର ଲାଳସା

ଯଦି କୌଣସି ବ୍ୟକ୍ତି ଠାରେ କାମ ଭାବନା ଜାଗ୍ରତ ହୁଏ,ସେ ବ୍ୟକ୍ତିର ଶାନ୍ତି ହଜିଯାଏ । ନୀଦ ମଧ୍ୟ ଉଡିଯାଏ,ଯେତେବେଳ ଯାଏ ତା’ର କାମ ବାସନା ପୁରଣ ହୋଇନଥାଏ । ବିଦୂର କହିଛନ୍ତି ଯେ କାମ ଭାବନା ବ୍ୟକ୍ତିର ମନକୁ ଅଶାନ୍ତ କରିଦେଇଥାଏ । ଏହି ଭାବନା ମହିଳା ଓ ପୁରୁଷ ଉଭୟଙ୍କ ନିଦ ଉଡାଇ ଦେଇଥାଏ ।

ଶକ୍ତିଶାଳୀ ବ୍ୟକ୍ତି ସହ ଶତ୍ରୁତା

ଯେବେ କୌଣସି ପୁରୁଷ କିମ୍ବା ମହିଳା ଶକ୍ତିଶାଳୀ ବ୍ୟକ୍ତି ସହ ଶତ୍ରୁତା କରନ୍ତି, ତେବେ ତାଙ୍କୁ ନିଦ ଆସି ନଥାଏ । ଦୁର୍ବଳ ଓ ସାଧନହୀନ ବ୍ୟକ୍ତି ସର୍ବଦା ନିଜ ଶତ୍ରୁଠାରୁ ରକ୍ଷା ପାଇବାକୁ ଚିନ୍ତା କରିଥାଏ । ସର୍ବଦା ଦିନ ରାତି ଏହି ଚିନ୍ତା ତାକୁ ବ୍ୟସ୍ତ କରି ତାର ନିଦ ଉଡାଇଥାଏ ।

ଚୋରି ଆଦତ

ଯେଉଁ ବ୍ୟକ୍ତିର ଆଚରଣ ଚୋରି କରିବା ହୋଇଥାଏ,ସେ ନିଜ ମନକୁ ଚୋରି କରି ଶାନ୍ତ କରିଥାଏ । ସେ ରାତିରେ ଚୋରି କରିଥାଏ ଓ ଦିନରେ ଏହି ଭୟରେ ସର୍ବଦା ଥାଏ ଯେ ତାକୁ କିଏ ବାନ୍ଧିବ । ତା’ର ଚିନ୍ତା ଓ ଭୟ ତାର ନିଦ ଉଡାଇ ଥାଏ ।

ନିଜର ପ୍ରିୟ ଜିନିଷ ହଜାଇ ଦେବା

ଯଦି କେଉଁ ବ୍ୟକ୍ତିର ସବୁଠୁ ପସନ୍ଦୀୟ ଜିନିଷ ହଜିଯାଏ, ତେବେ ତାର ନିଦ ମଧ୍ୟ ଉଡିଯାଇଥାଏ । କାରଣ ଉକ୍ତ ବ୍ୟକ୍ତି ସର୍ବଦା ସେ ଜିନିଷକୁ ପାଇବାକୁ ଚିନ୍ତା କରିଥାଏ । ଫଳରେ ତାର ନିଦ ଉଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.