ଆସନ୍ତା କାଲି ବିଜୟା ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ଏଭଳି କରନ୍ତୁ ପ୍ରସନ୍ନ

ଚଳିତ ବର୍ଷ ଅର୍ଥାତ୍‌ ଆସନ୍ତା କାଲି ମାନେ ୧୬ ଫେବୃଆରୀ ଗୁରୁବାରରେ ବିଜୟା ଏକାଦଶୀ ପଡୁଛି। ମାନ୍ୟତା ରହିଛି ଯେ ବିଜୟା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନ ସହ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ସବୁ କାମରେ ସଫଳତା ମିଳିଥାଏ। ଏହାସହିତ ଶତ୍ରୁଙ୍କ ପାଖରୁ ବିଜୟ ମିଳିଥାଏ।

ସବୁ ମାସରେ ଦୁଇଟି ଏକାଦଶୀ ପଡିଥାଏ ଏବଂ ଏସବୁକୁ ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରାଯାଏ। ତେବେ ଏଥିମଧ୍ୟରୁ କିଛି ଏକାଦଶୀ ବହୁତ ଖାସ୍‌ ହୋଇଥାଏ। ଏମିତି ଗୋଟିଏ ଏକାଦଶୀ ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ। ଚଳିତ ବର୍ଷ ଅର୍ଥାତ୍‌ ଆସନ୍ତା କାଲି ମାନେ ୧୬ ଫେବୃଆରୀ ଗୁରୁବାରରେ ବିଜୟା ଏକାଦଶୀ ପଡୁଛି। ମାନ୍ୟତା ରହିଛି ଯେ ବିଜୟା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନ ସହ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ସବୁ କାମରେ ସଫଳତା ମିଳିଥାଏ। ଏହାସହିତ ଶତ୍ରୁଙ୍କ ପାଖରୁ ବିଜୟ ମିଳିଥାଏ। ଏହି ଦିନର ମହତ୍ତ୍ୱକୁ ଦେଖି କିଛି ନିୟମ କୁହାଯାଇଛି ଯାହାର ପାଳନ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ଜଲଦି କୃପା କରନ୍ତି।

ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଏକାଦଶୀ ତିଥିକୁ ସର୍ବ ପୁରାତନ ଏକାଦଶୀ ବୋଲି କୁହାଯାଏ। ପଦ୍ମ ପୁରାଣ ଅନୁସାରେ ସ୍ୱୟଂ ମହାଦେବ ଦେବର୍ଷି ନାରଦଙ୍କୁ ଏହି ଏକାଦଶୀ କରିବାକୁ ଉପଦେଶ ଦେଇଥିଲେ। ଏହି ଏକାଦଶୀ କରିବା ଦ୍ୱାରା ବହୁତ ପୁର୍ଣ୍ୟ ମିଳିଥାଏ। ଏହି ବ୍ରତ କରୁଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳେ ଓ ପୂର୍ବ ଜନ୍ମରୁ ଆରମ୍ଭ କରି ଏହି ଜନ୍ମ ପର୍ଯ୍ୟନ୍ତ ସମସ୍ତ ପାପରୁ ମୁକ୍ତି ମିଳିଥାଏ।

ବିଜୟା ଏକାଦଶୀ ବ୍ରତ ଏବଂ ପୂଜା ବିଧି:

ଏହି ଏକାଦଶୀର ଗୋଟେ ଦିନ ପୂର୍ବରୁ ଏକ ବେଦୀ ପ୍ରସ୍ତୁତ କରି ଏଥିରେ ସାତ ଶସ୍ୟ ରଖନ୍ତୁ। ବେଦୀ ଉପରେ ସୁନା, ଚାନ୍ଦି, ତମ୍ବା ଓ ମାଟିର କଳସ ସ୍ଥାପନ କରନ୍ତୁ। ଏକାଦଶୀ ଦିନ ସକାଳୁ ଗାଧୋଇ ସାରି ବ୍ରତର ସଂକଳ୍ପ ନିଅନ୍ତୁ। କଳସରେ ପଞ୍ଚପଲ୍ଲବ ରଖନ୍ତୁ ଓ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ। ଧୂପ, ଦୀପ, ଚନ୍ଦନ, ଫଳ, ଫୁଲ ଓ ତୁଳସୀ ଆଦିରେ ଭଗବାନ ଶ୍ରୀହରିଙ୍କୁ ପୂଜା କରନ୍ତୁ। ଏହି ଦିନ ଉପବାସ ରହିବା ସହ ଭଗବାନଙ୍କ କଥା ପଢନ୍ତୁ ଓ ଶୁଣନ୍ତୁ ଏବଂ ରାତିରେ ଶ୍ରୀହରିଙ୍କ ନାମରେ ଭଜନ କୀର୍ତ୍ତନ କରନ୍ତୁ। ଦ୍ୱାଦଶୀ ଦିନ ବ୍ରାହ୍ମଣ ଭୋଜନ କରାନ୍ତୁ ଓ କଳସକୁ ଦାନ କରିଦିଅନ୍ତୁ।

ଏହି ନିୟମର କରନ୍ତୁ ପାଳନ:
>>ଏକାଦଶୀକୁ ବହୁତ ପବିତ୍ର ଦିନ ବୋଲି କୁହାଯାଏ। ଏହି ଦିନରେ ଆମିଷ କିମ୍ବା ମଦ୍ୟପାନକୁ ଭୁଲରେ ବି ସେବନ କରନ୍ତୁନାହିଁ।
>>ବିଜୟା ଏକାଦଶୀ ଦିନ ଚାଉଳର ସେବନ ମଧ୍ୟ କରନ୍ତୁନାହିଁ। କୌଣସି ବି ଏକାଦଶୀରେ ଚାଉଳ ଖାଇବା ବର୍ଜିତ କୁହାଯାଇଛି।
>>ଏକାଦଶୀ ବ୍ରତ ଦିନ ଭୁଲରେ ବି ଜୁଆ ଖେଳନ୍ତୁନାହିଁ। ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କ ବଂଶ ନାଶ ହୋଇଯାଇଥାଏ।
>>ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତି ରାତିରେ ଶୁଅନ୍ତୁନାହିଁ। ବରଂ ପୂରା ରାତି ଉଜାଗର ରହି ଭଗବାନ ବିଷ୍ଣୁଙ୍କୁ ଭକ୍ତି କରନ୍ତୁ।
>>ଏକାଦଶୀ ଦିନ ମିଛ କହିବା କିମ୍ବା ଚୋରି କରିବା ୭ ପିଢ଼ିକୁ ପାପ ଦେଇଥାଏ। ଏମିତି କରିବା ଠାରୁ ନିବୃତ୍ତ ରୁହନ୍ତୁ।

ଏହି କାମ କରିବା ଦ୍ୱାରା ପୂର୍ଣ୍ଣ ହୋଇଥାଏ ମନସ୍କାମନା:
ଏହି ଦିନ ଗଙ୍ଗା ସ୍ନାନ କରନ୍ତୁ ବା ଗଙ୍ଗାଜଳରେ ପାଣି ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ବହୁତ ପୁଣ୍ୟ ମିଳିଥାଏ।
ଯଦି ସମ୍ଭବ ହେବ ତାହେଲେ ଏକାଦଶୀ ବ୍ରତ କରନ୍ତୁ। ଏମିତି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ହୋଇଥାଏ। ଏବଂ ଜୀବନ ସୁଖ-ସମୃଦ୍ଧିରେ ଭରିଯାଏ। ଏହି ବ୍ରତ ସମସ୍ତ ମନସ୍କାମନା ପୂରା କରିଥାଏ।
ଜଲଦି ବିବାହ କରିବାକୁ ଚାହୁଁଛନ୍ତି ଯଦି ତାହେଲେ ଏକାଦଶୀ ଦିନ କେସର, କଦଳୀ କିମ୍ବା ହଳଦି ଦାନ କରନ୍ତୁ।

ଏହି ବ୍ରତ ତ୍ରେତୟା ଯୁଗ ସହ ଜଡିତ। ଭଗବାନ ଶ୍ରୀ ରାମଚନ୍ଦ୍ର ଲଙ୍କା ଆକ୍ରମଣ କରିବାକୁ ଯାଇ ସମୁଦ୍ର ତଟରେ ପହଞ୍ଚିଥିଲେ ଓ ସମୁଦ୍ର ଦେବଙ୍କୁ ଲଙ୍କାକୁ ଯିବାର ମାର୍ଗ ଦେଖାଇବା ପାଇଁ ପ୍ରାର୍ଥନା କରିଥିଲେ। କିନ୍ତୁ ସେହି ସମୟରେ ସମୁଦ୍ର ଦେବ ମଦିରା ନିଶାରେ ଥିଲେ ଓ ଶ୍ରୀ ରାମଚନ୍ଦ୍ରଙ୍କୁ ଲଙ୍କାକୁ ଯିବାର ମାର୍ଗ ଦେଖାଇଲେ ନାହିଁ। ଏହାପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବକଦାଲଭ୍ୟ ମୁନି ଙ୍କ ଆଜ୍ଞାରେ ବିଜୟା ଏକାଦଶୀ କରିଥିଲେ। ଏହି ବ୍ରତର ପ୍ରଭାବରେ ସମୁଦ୍ର ଶ୍ରୀରାମଙ୍କୁ ମାର୍ଗ ଦେଖାଇଲେ। ଶ୍ରୀରାମ ରାବଣକୁ ପରାସ୍ତ କରି ବିଜୟଲାଭ କରିଲେ। ସେଥିପାଇଁ ଏହି ତିଥିକୁ ବିଜୟା ଏକାଦଶୀ କୁହାଯାଏ।