ଖୁବ ଶୀଘ୍ର ଲଞ୍ଚ ହେବ ୧୫.୫ ଇଞ୍ଚର ନୂଆ Apple MacBook
ଖୁୁବଶୀଘ୍ର ଆସିବ ଆପଲର ନୂଆ ମ୍ୟାକବୁକ। MacBook ର ସ୍କ୍ରିନ ଏଥର ବିଗ୍ ରହିବ ବୋଲି ମଧ୍ୟ ଆଶା କରାଯାଉଛି। ଆପଲ ୧୫.୫ ଇଞ୍ଚର ମ୍ୟାକବୁକ ଏୟାର ବିକଶିତ କରୁଛି। ଯାହାକି ଚଳିତ ବର୍ଷ ମାର୍କେଟରେ ଲଞ୍ଚ ହେବା
ଖୁୁବଶୀଘ୍ର ଆସିବ ଆପଲର ନୂଆ ମ୍ୟାକବୁକ। MacBook ର ସ୍କ୍ରିନ ଏଥର ବିଗ୍ ରହିବ ବୋଲି ମଧ୍ୟ ଆଶା କରାଯାଉଛି। ଆପଲ ୧୫.୫ ଇଞ୍ଚର ମ୍ୟାକବୁକ ଏୟାର ବିକଶିତ କରୁଛି। ଯାହାକି ଚଳିତ ବର୍ଷ ମାର୍କେଟରେ ଲଞ୍ଚ ହେବା ୨୦୨୩ ଏପ୍ରିଲ ମଧ୍ୟରେ ମ୍ୟାକବୁକ ଏୟାର ଡିଜାଇନ ପାଇଁ ପ୍ୟାନେଲ ପ୍ରଡକ୍ସନ ଆରମ୍ଭ ହୋଇଯିବ।
୧୪ ଓ ୧୬ ମ୍ୟାକବୁକ ପ୍ରୋ ମଡେଲ ମଧ୍ୟରେ ଏହାର ଆକାର ସବୁଠୁ ବଡ଼ ରହିଛି। ସୂଚନା ଅନୁସାରେ ଏହାର ଡିସପ୍ଲେ ୧୫.୫ ଇଞ୍ଚର ହେବ। ସେ ପୂର୍ବରୁ କହିଥିଲେ ଯେ ଏହା ପାଖାପାଖି ୧୫.୨ ଇଞ୍ଚ ହେବ।
ଏହା ମଧ୍ୟ କୁହାଯାଉଛି ଯେ ଏଥିରେ ଚାର୍ଜିଂ ପୋର୍ଟ, ଅପଗ୍ରେଡେଡ ସ୍ପିକର ସିଷ୍ଟମ ଓ ୧୦୮୦ପି କ୍ୟାମେରା ଦିଆଯାଇଛି। ଏହାସହିତ ଆପଣଙ୍କୁ ଏହି ମ୍ୟାକବୁକରେ ଅନ୍ୟାନ୍ୟ ଫିଚର୍ସ ମଧ ମିଳିବ। ନୂଆ ମ୍ୟାକବୁକରେ ଏୟାର ଏମ ୨ ଓ ଏମ ୨ ପ୍ରୋ ଚିପ୍ ଅପସନ ଦିଆଯାଇଛି। ୧୫ ଇଞ୍ଚର ମ୍ୟାକବୁକ ଏୟାରରେ ୧୩ ଇଞ୍ଚର ମ୍ୟାକବୁକ ଏୟାର ସମାନର ଡିଜାଇନ ସୁବିଧା ରହିବ।