ଐତିହାସିକ ବାଲିଯାତ୍ରାରେ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଶିଶିର ମେଳା, ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ

ବାରବାଟୀ ଶିଶିର ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫାଶନ ମୁଖ୍ୟ ଆକର୍ଷଣ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଆୟୋଜକ କମିଟି । ଭାରତ ମସଲା ଏହି ଶିଶିର ମେଳାର ମୁଖ୍ୟ ପୃଷ୍ଟପୋଷକ ଭାବେ କାର୍ଯ୍ୟ କରୁଛି।

କଟକ(କେନ୍ୟୁଜ୍):  କଟକର ଐତିହାସିକ ବାଲିଯାତ୍ରାରେ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଶିଶିର ମେଳା। ଆସନ୍ତା ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କଟକ ର ଐତିହାସିକ ଉପର ବାଲିଯାତ୍ରା ପଡିଆ ରେ ଆୟୋଜିତ ହେଉଛି ଏହି ବାରବାଟୀ ଶିଶିର ମେଳା।ବାରବାଟୀ ଶିଶିର ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫାଶନ ମୁଖ୍ୟ ଆକର୍ଷଣ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଆୟୋଜକ କମିଟି । ଭାରତ ମସଲା ଏହି ଶିଶିର ମେଳାର ମୁଖ୍ୟ ପୃଷ୍ଟପୋଷକ ଭାବେ କାର୍ଯ୍ୟ କରୁଛି। ଏହି ମେଳା ରେ ରହିବ ୩୦୦ ରୁ ଉର୍ଦ୍ଧ୍ଵ ଷ୍ଟଲ ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବେ ଅନେକ ବ୍ୟବସାୟୀ। ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ର ମଜା ଉଠାଇବେ ଦର୍ଶକ । ଏହାସହ ଏମଏସଏମଇ , ଏସଏସଜି ଓ ଓରମାସ ପକ୍ଷରୁ ମଧ୍ୟ ଷ୍ଟଲ ଉପଲବ୍ଧ ହେବ। ମିନାବଜାର , ଦୋଳି, ଫୁଡ଼ କୋର୍ଟ ର ମଧ୍ୟ ମଜା ଉଠାଇବେ ଶିଶିର ମେଳାକୁ ଆସୁଥିବା ଦର୍ଶକ। ୧୦ ଦିନ ବ୍ୟାପି ହେବାକୁ ଥିବା ମେଳାରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବ ଆୟୋଜକ କମିଟି। ସାଂସ୍କୃତିକ କାର୍ଯ୍ୟକ୍ରମ , ଚିତ୍ରଙ୍କନ ଓ ଫ୍ୟାସନ ସୋ କୁ ଦେଖିବାକୁ ପାଇବେ ଦର୍ଶକ । ଅଦିନିଆ ବାଲିଯାତ୍ରାରେ ବେଶ ଭଲ ଲୋକ ହେବେ ବୋଲି ଆୟୋଜନ କମିଟି ଆଶା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.