ପାହାଡର ଶିଖରରେ ଝିଅମାନଙ୍କର ବାଇକ ରାଇଡିଙ୍ଗ ଦେଖି ଉଡିଯିବ ଆପଣଙ୍କ ହୋସ, ଦେଖନ୍ତୁ ଭିଡିଓ
ସାଧାରଣତଃ ପ୍ରାୟ ସମସ୍ତଙ୍କୁ ବାଇକ ରାଇଡିଙ୍ଗର ସଉକ ରହିଥାଏ । କିନ୍ତୁ ଯେତେବେଳେ ପାହାଡର କଥା ଆସେ ସେତେବେଳେ ବିପଦପୂର୍ଣ୍ଣ ପାହାଡ଼ ଉପରେ ବାଇକ ରାଇଡିଂ କରିବା ପାଇଁ ବଡ଼ ବଡ ମହାରଥୀ ମାନଙ୍କର ମଧ୍ୟ ଝାଳ ବାହାରି ପଡିଥାଏ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଠି କିଛି ଯୁବତୀ ବିପଦପୂର୍ଣ୍ଣ ପାହାଡ଼ ଉପରେ ବାଇକ ରାଇଡିଂ କରୁଥିବାର ଦେଖାଯାଇଛି। ଏହି ଭିଡ଼ିଓଟି ବହୁତ ଆଶ୍ଚର୍ଯ୍ୟକର ଅଟେ। ଏହି ଭିଡିଓରେ ଝିଅମାନେ ପାହାଡର ଶିଖରରେ ବହୁତ ବିପଦପୂର୍ଣ୍ଣ ଭାବରେ ବାଇକ ରାଇଡ କରୁଥିବାର ଦେଖାଯାଇଥିଲା। ଯଦି ଏହି ସମୟରେ ଟିକେ ବି ବାଲାନ୍ସ ଏପଟ ସେପଟ ହୋଇଯିବ ତାହେଲେ ବାଇକଟି ସମ୍ପୂର୍ଣ ତଳକୁ ଖସି ପଡ଼ିବାର ମଧ୍ୟ ସମ୍ଭାବନା ରହିଥିଲା। ଅଦମ୍ୟ ସାହସ ଏବଂ ଧର୍ଯ୍ୟତାର ପରିଚୟ ଦେଉଥିବା ଏହି ଯୁବତୀମାନେ ଏକ ନୂଆ ମିସାଲ ସୃଷ୍ଟି କରିଛନ୍ତି ।
କେବଳ ଏତିକି ନୁହେଁ ପଗଡଣ୍ଡୀର ବିପଦପୂର୍ଣ୍ଣ ମୋଡରେ ମଧ୍ୟ ଗୋଟିଏ ପରେ ଗୋଟିଏ ବାଇକ ଚଳାଉଥିବା ଦେଖାଯାଇଥିଲା। ଭିଡ଼ିଓରେ କେବଳ ଜଣେ ନୁହେଁ ଗୋଟିଏ ବାଇକରେ ତିନିଜଣ ବସି ରାଇଡ କରୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ଝିଅଟି କିପରି ଭାବେ ବାଲାନ୍ସ କରି ରାଇଡ କରୁଛି ତାହା ଦେଖିବା ମଧ୍ୟ ବହୁତ ଆନନ୍ଦପୂର୍ଣ୍ଣ ଥିଲା।